ତିନି ଦିନ ମଧ୍ୟରେ ଦ୍ଵିତୀୟ ଘଟଣା : ବାଣପୁରରେ ମିଳିଲା ଆଉ ଏକ ମୃତଦେହ

Share:

ଦିଲ୍ଲୀପ କୁମାର ସ୍ୱାଇଁ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଦୁଲ୍ଲଣୀ ଗ୍ରାମରେ ଘଟି ଯାଇଛି ଆଉ ଏକ ଅଭାବନୀୟ ଘଟଣା ଶାଳିଆ ନଦୀ ବାଉଁଶବୁଦା ମଧ୍ୟରେ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଝୁଲୁଥିବାର ଗତକାଲି ସଂନ୍ଧ୍ୟାରେ ଦେଖିବାକୁ ମିଳିଛି। ମୃତକଙ୍କ ଜଣଙ୍କ ହେଲେ ସେହି ଗ୍ରାମର ସୂର୍ଯ୍ୟ ମିଶ୍ର (୫୦) ତାଙ୍କ ପାଖରୁ ଗୋଟେ ସୁସାଇଡ ନୋଟ ମିଳିଥିବାର ସୂଚନା ମିଳିଛି।

ଖବର ପାଇ ବାଣପୁର ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛନ୍ତି। ସୂଚନା ଥାଉକି ଗତ ତିନି ଦିନ ତଳେ ସତସଙ୍ଗ ବିହାର କେନାଲ ରୋଡରେ ଅନୁରୂପ ଭାବେ ଜଣେ ବ୍ୟକ୍ତିଙ୍କ ମୃତଦେହ ଝୁଲୁଥିବା ବେଳେ ଏଯାବତ ତାଙ୍କ ପରିଚୟ ମିଳିପାରିନାହିଁ। ତେବେ କ୍ରମାଗତ ଭାବେ ଏପରି ମୃତ୍ୟୁ ଘଟଣା ଦେଖି ବାଣପୁରବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି।


Share: