ଆଉ ନାହାନ୍ତି ଧର୍ମପ୍ରାଣା ମହିଳା ସ୍ବର୍ଗତା ସରସ୍ଵତୀ ମହାରଣା ଆଜିବି ମନେପଡେ ସ୍ମୃତି ବିଜଡ଼ିତ ଅତିତ

Share:

ସମୀର ରଞ୍ଜନ ଓଡିଶା ବ୍ୟୁରୋଚିଫ

ଭୁବନେଶ୍ୱର /କଟକ : କଟକ ସଦର ୪୨ ମୌଜା ଅନ୍ତର୍ଗତ ମିର୍ଜାଇପୁର ଗ୍ରାମର ମୂରବୀ, ସଙ୍କୀର୍ତ୍ତନ ଗାୟକ ତଥା ଅବସର ପ୍ରାପ୍ତ ରେଭେନ୍ୟୁ କର୍ମଚାରୀ କେଳୁ ଚରଣ ମହାରଣାଙ୍କ ଧର୍ମପତ୍ନୀ ସ୍ବର୍ଗତା ସରସ୍ଵତୀ ମହାରଣା(୬୫)ଙ୍କ ଦେହାନ୍ତ ଘଟିଛି । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯିବା ସହ ଗ୍ରାମ୍ୟ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ସମୟରେ ଦିଅର ଗଣେଶ୍ୱର ମହାରଣା,ଯା ଅଞ୍ଜନା ମହାରଣା,ପୁତ୍ର ଲକ୍ଷ୍ମୀଧର ମହାରଣା, ବିଷ୍ଣୁ ମହାରଣା,ପୁତୁରା ବୁନୁ ମହାରଣା, ଝିଅ,ଜ୍ବାଇଁ,ନାତି ଓ ନାତୁଣୀ ଆଦି ଉପସ୍ଥିତଥିଲେ । ସୂଚନାଯୋଗ୍ୟ ସ୍ବର୍ଗତ ମହାରଣା ଜଣେ ଅତ୍ୟନ୍ତ ଧର୍ମପରାୟଣା, ମେଲପି ଓ ମିଷ୍ଟଭାଷୀ ମହିଳା ଭାବେ ପରିଚିତ ଥିଲେ ।


Share: