ବଡକୂଳ ପଞ୍ଚାୟତରେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ

Share:

ବିଶ୍ୱାସଜିତ ପ୍ରଧାନ

କେନ୍ଦ୍ରାପଡ଼ା :ପ୍ରଶାସନ ଗାଁ ଗାଁ ରେ ପହଞ୍ଚି ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିବା ସହ ତାର ସମାଧାନ ପାଇଁ ପଦକ୍ଷେପ ନେଉଥିବାରୁ କେନ୍ଦ୍ରାପଡା ଜିଲ୍ଲାର ଲୋକପ୍ରିୟ କାର୍ଯ୍ୟକ୍ରମ କୁହାଯାଉଥିବା “ପଲ୍ଲୀରେ ପ୍ରଶାସନ” କାର୍ଯ୍ୟକ୍ରମ ଆଜି ମହାକାଳପଡା ବ୍ଲକ ବଡକୂଳ ପଂଚାୟତରେ ଅନୁଷ୍ଠିତ ହୋଇଯାଇଛି।

ଆଜି ମହାକାଳପଡା ବ୍ଲକ ପ୍ରଶାସନ ବଡକୂଳ ପଞ୍ଚାୟତରେ ପହଞ୍ଚି ଲୋକମାନଙ୍କ ସମସ୍ୟା ଶୁଣିବା ସହିତ କିଛି ସମାଧାନର ଆଶୁ ସମାଧାନ ମଧ୍ୟ କରିଛନ୍ତି। ଗାଁ ରେ ପ୍ରଶାସନ ପହଞ୍ଚି ଆବାସ ଯୋଜନା, ରାସନକାର୍ଡ, କୃଷି ସମସ୍ଯା, ମତ୍ସ୍ୟ ଉତ୍ପାଦନ, ଗୃହପାଳିତ ପଶୁମାନଙ୍କ ପାଇଁ ଲୋନ୍ ଆଦି ବିଭିନ୍ନ ପ୍ରକାରର ସମସ୍ୟା ଶୁଣିବା ସହ ସ୍ବାସ୍ଥ୍ୟ ପରୀକ୍ଷା, ମାଗଣା ଔଷଧ,ସ୍ବାସ୍ଥ୍ୟ ସଚେତନତା,ମୃତ୍ତିକା ପରୀକ୍ଷା,ପାଣି ପରିକ୍ଷା, ନୂତନ ଆଧାର କାର୍ଡ ତଥା ଆଧାର ସଂଶୋଧନ ଆଦି ଅନେକ ସେବା ଯୋଗାଇ ଦେଇଛନ୍ତି। ଆଜିର କାର୍ଯ୍ୟକ୍ରମରେ ବେକାର ଯୁବକ ଯୁବତୀମାନଙ୍କ ନିଯୁକ୍ତି ଓ ଦକ୍ଷତା ବିକାଶ ପାଇଁ ସ୍ବତନ୍ତ୍ର ଅଧିକାରୀ ମଧ୍ୟ ଯୋଗଦେଇଥିଲେ। ବଡକୂଳ ପଞ୍ଚାୟତର ସରପଞ୍ଚ ପ୍ରଜ୍ଞା ପାରମିତା କର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଦେବାଶିଷ ରାଉତ,ଅତିରିକ୍ତ ତହସିଲଦାର ଗଗନ ବିହାରୀ ଦାସ ,ଅତିରିକ୍ତ ବିଡିଓ କିରଣ କୁମାର ସାମଲ, ଏପିଓ ପ୍ରଭାସିନି ସାହୁ, ସମିତି ସଭ୍ୟା ଶ୍ରୀମତୀ ସବିତା ସ୍ବାଇଁ ପ୍ରମୁଖ ପହଞ୍ଚି ମହାତ୍ମା ଗାନ୍ଧୀଙ୍କ ତୈଳଚିତ୍ରରେ ମାଲ୍ଯାର୍ପଣ କରି ପ୍ରଦୀପ ପ୍ରଜ୍ବଳନ କରିବା ସହ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିବା ସହ ଲୋକମାନଙ୍କ ସମସ୍ଯା ଶୁଣିଥିଲେ। କାର୍ଯ୍ୟକ୍ରମରେ ବଡକୂଳ ପଞ୍ଚାୟତର ସମସ୍ତ ଓ୍ବାର୍ଡ ମେମ୍ବର ମାନଙ୍କ ସହ ବ୍ଲକର ସମସ୍ତ ଲାଇନ୍ ଡିପାର୍ଟମେଣ୍ଟର ଅଧିକାରୀମାନେ ଉପସ୍ଥିତ ଥିଲେ। ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଅଶୋକ କୁମାର ପରିଡା, ଜିଆରଏସ୍ ସୁଶାନ୍ତ କୁମାର ରାଉତ, ନାଏବ ସରପଞ୍ଚ ଶ୍ରୀକାନ୍ତ ସାହୁ, ସମାଜସେବୀ ସାଗର ସମ୍ରାଟ ସାମଲ, ରଞ୍ଜନ କୁମାର ରାଉତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ପଦକ୍ଷେପ ନେଇଥିଲେ।


Share: