ସୁନା ଚୋରି ଗ୍ୟାଙ୍ଗ ର ପର୍ଦାଫାଶ କରିଛି ରାୟଗଡା ପୋଲିସ

Share:

ଅମୁଲ୍ୟ ନିଶଙ୍କ

ରାୟଗଡା ଗତ କିଛିଦିନ ତଳେ ରାୟଗଡା ସହର ର ଏକ ଘରୁ ଚୋରି ହୋଇଥିବା ଗ୍ୟାଙ୍ଗ ରେ ପର୍ଦାଫାଶ କରିଛି ରାୟଗଡା ପୋଲିସ l ଗତ ମକର ସଂକ୍ରାନ୍ତି ସମୟରେ ରାୟଗଡା ସହର ରେ ବ୍ୟାଙ୍କ କଲୋନୀ ପ୍ରଥମ ଗଳିର କେ ଶ୍ରୀନିବାସ ରାଓ ପୋଙ୍ଗଲ ନିମନ୍ତେ ବାହାର କୁ ଯାଇଥିଲେ ଏହି ସମୟ ରର କେତେକ ଦୃବୁର୍ତ୍ତ ଘର ରେ କବାଟ ଭାଙ୍ଗି ଙ୍ଘରୁ ନଗଦ ଟଙ୍କା ସହିତ ସୁନା ଅଳଙ୍କାର ଚୋରି ହୋଇଥିବା ନେଇ ଥାନାରରେ ରିପୋର୍ଟ କରିଥିଲେ l ରାୟଗଡା ଥାନା କେଶ ନମ୍ବର 19 ତାରିଖ 29.01.2023 ଅନୁଯାଇ ଏକ କେଶ ରାଜୁ କରି ଘଟଣା ର ତଦନ୍ତ କରି ଗତ 1 ଓ 2 ତାରିଖରେ ଚୋରି କରିଥିବା ବ୍ୟକ୍ତି ଓ 325 ଗ୍ରାମ ସୁନା ଅଳଙ୍କାର ସହିତ ଗୋଟିଏ ମୋଟର ସାଇକେଲ ଓ 4 ଗୋଟି ମୋବାଇଲ ଫୋନ ଜବତ କରିଛି l ରବିଶଙ୍କର ମହାନନ୍ଦିଆ ଓ ପାରମି ଶ୍ରୀକାନ୍ତ ଚୋରି କରିଥିବା ସୁନା ଗହଣା କୁ ରାୟଗଡା ସହର କେ ଅନିଲ କୁମାର, କେ ପ୍ରସାଦ ଓ କେ ସୁନୀଲ କୁମାର ଖରିଦି କରିଥିଲେ ତେଣୁ ରାୟଗଡା ପୋଲିସ ଉଭୟ ଚୋରି ଓ ଚୋରି ସାମଗ୍ରୀ ଖରିଦ କରିଥିବା ବ୍ୟକ୍ତିଙ୍କୁ ଆରେଷ୍ଟ କରାଯାଇଛି ସେମାନଂକୁ ଆଜି କୋର୍ଟ କୁ ପଠାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀ ରେ ରାୟଗଡା ପୋଲିସ ଆରକ୍ଷୀ ଅଧକ୍ଷ ବିବେକାନନ୍ଦ ଶର୍ମା କହିଛନ୍ତି l ପୋଲିସ ଅତିଚତୁରତା ର ସହିତ ଏହି ଘଟଣା ର ତଦନ୍ତ କରି ଚୋରୀକୁ ଧରିବାରେ ସମର୍ଥ ହୋଇଛି l ରବି ମହାନନ୍ଦିଆ ନାଁରେ ପୂର୍ବରୁ ବହୁ ଚୋରି କେଶ ଅଛି ସେ ବେଲ ରେ ଆସି ଚୋରି କରୁଛି ତେଣୁ ତାର ପୂର୍ବରୁ ସମସ୍ତ ବେଲ କୁ ଖାରଜ ପାଇଁ ମାନ୍ୟବର କୋର୍ଟ କୁ ପ୍ରାର୍ଥନା କରାଯିବ ବୋଲି ଏସ ପି ଶର୍ମା କହିଛନ୍ତି l ମୁନିଗୁଡା ଏସ ଡି ପି ଓ ଆକାଶ କୁମାର ଦାସ ଓ ରାୟଗଡା ଥାନା ଅଧିକାରୀ ରଶ୍ମିରଂଜନ ପ୍ରଧାନ ଏହି ସାମ୍ବାଦିକ ସମ୍ମିଳନୀ ରେ ଉପସ୍ଥିତ ରହିଥିଲେ l


Share: