ଭୁବନ ପରିବା ମାର୍କେଟ ରୁ ମୋବାଇଲ ଚୋରି, ଦୁଇ ଲୁଟେରାଙ୍କୁ କାବୁ କଲେ ସ୍ଥାନୀୟ ଲୋକ

Share:

ପପୁ କୁମାର ସାହୁ ଙ୍କ ରିପୋର୍ଟ

ଭୁବନ : ଦିନକୁ ଦିନ ବଢିଚାଲିଛି ମୋବାଇଲ୍‌ ଲୁଟେରାଙ୍କ ପାର୍ଦୁଭାବ । ଗାଁ ସହର ଦୈନିକ ବଜାର୍, ହାଟ ଆଦିରେ ଘୂରିବୁଲୁଛନ୍ତି ଲୁଟେରା, ମୌକା ଦେଖି ଝାମ୍ପି ନିଅନ୍ତି ଦାମୀ ମୋବାଇଲ୍, ଏପରି ଏକ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅଞ୍ଚଳରେ ଥିବା ପରିବାର ବଜାରରେ,, ୨ଜଣ ମୋବାଇଲ୍‌ ଲୁଟେରାଙ୍କୁ କାବୁ କରି ପୋଲିସ ଜିମା ଦେଇଛନ୍ତି ବଜାର ସଦସ୍ୟ l

ସୂଚନା ଅନୁଯାୟୀ, ସୋମବାର ସକାଳ ସମୟରେ ପରିବା ବଜାରରେ ଲୋକମାନେ ପରିବା କିଣୁଥିବା ସମୟରେ ଜଣେ ଶିକ୍ଷକ ମନୋଜ ସାହୁଙ୍କ ମୋବାଇଲ ଚୋରି ହୋଇଥିଲା । କିଛି ସମୟ ବ୍ୟବଧାନରେ ବ୍ରହ୍ମାନନ୍ଦ ସାହୁଙ୍କ ମୋବାଇଲଟି ଚୋରି ହୋଇଥିଲା । ମୋବାଇଲ ଚୋରି ଘଟଣା ପରିବା ବଜାରରେ ଦ୍ରୁତ ଗତିରେ ପ୍ରଘଟ ହୋଇଯାଇଥିଲା । ଏହାପରେ ବଜାର କମିଟିର ସମସ୍ତ ସଦସ୍ୟ ପରିବା ବଜାରକୁ ସଂଯୋଗ କରୁଥିବା ସମସ୍ତ ବାଟ କୁ ଜଗିଥିଲେ । ଶେଷରେ ଦୁଇ ଜଣ ଅଚିହ୍ନା ଯୁବକ ଲୋକଙ୍କ ଦୃଷ୍ଟିକୁ ଆସିଥିଲେ । ସେମାନଙ୍କୁ ବଜାର କମିଟ ସଦସ୍ୟ ଅଟକ ରଖି ତଲାସୀ କରିଥିଲେ । ଯାହାଫଳରେ ଦୁଇ ଜଣଙ୍କଠାରୁ ତିନୋଟି ଦାମି ମୋବାଇଲ ସହ ଗୋଟିଏ ବାଇକ ଜବତ ହୋଇଥିଲା, ଦୁଇ ଚୋର ଙ୍କୁ ଉତ୍ତମ ମଧ୍ୟମ ଦେଇଥିଲେ ସ୍ଥାନୀୟ ଜନସାଧାରଣ ।
ସେପଟେ ଖବର ପାଇ ଭୁବନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଚୋରଙ୍କୁ ଧରିବା ସହିତ ତିନୋଟି ମୋବାଇଲ ଓ ଗୋଟିଏ ବାଇକକୁ ଜବତ କରିଛି । ତେବେ ଅଟକ ଥିବା ଦୁଇ ମୋବାଇଲ ଚୋର ବିହାରର ବୋଲି ଜଣାପଡିଛି । ସେମାନଙ୍କର ନାମ ମାଇକେଲ ସନ୍ତୋଷ ଓ ଅକ୍ଷୟ ବୋଲି ଜଣାପଡିଛି । ଦୀର୍ଘ ଦିନ ହେବ ଏପରି ଲୁଟ୍‌ କାର୍ଯ୍ୟ ଲିପ୍ତ ଥିଲେ ବୋଲି ସୂଚନା ମିଳିଛି ।


Share: