ରାୟଗଡା ଜ଼ିଲ୍ଲା ବିଜେଡି ଦଳ କାହାର ବ୍ୟକ୍ତିଗତ ନୁହେଁ ଏହା କୁ ମଜବୁତ କରିବା ଆମର ଲକ୍ଷ୍ୟ କୋଣ୍ଡା ବାବୁ

Share:

ଅମୁଲ୍ୟ ନିଶଙ୍କ

ରାୟଗଡା :ରାୟଗଡା ବିଜୁ ଜନତା ଦଳର ଚାଣକ୍ୟ କୁହାଯାଉଥିବା ବରିଷ୍ଠ ନେତା ଦୀର୍ଘ 50 ବର୍ଷ ଧରି ରାଜନୀତି ରେ ନିଜର ଅସ୍ତିତ୍ବ କୁ ଦବ ଦବା କରି ରଖିଥିବା ସହିତ ଅଭିଭକ୍ତ କୋରପୁଟ ଜ଼ିଲ୍ଲା ଦାୟିତ୍ୱ ତୁଲାଇ ଆସୁଥିଲେ l କିନ୍ତୁ ଗତ 2019 ବିଧାନସଭା ନିର୍ବାଚନ ପରେ ରାୟଗଡା ବିଧାନସଭା ଆସନ ରୁ ସ୍ୱାଧୀନ ପ୍ରାର୍ଥୀ ଶ୍ରୀ ମକରନ୍ଦ ମୁଦୁଲି ବିଜେଡି ପ୍ରାର୍ଥୀ ଲାଲ ବିହାରୀ ହିମରିକା ଙ୍କୁ ପରାସ୍ତ କରି ନିର୍ବାଚିତ ହେବା ପର ଠାରୁ ରାୟଗଡା ବିଜେଡି ରେ ଫାଟ ସୃଷ୍ଟି ଆରମ୍ଭ ହୋଇଥିବା ର ଦେଖା ଦେଇଛି l ଗତ ପୌର ନିର୍ବାଚନ ପର ଠାରୁ ଭସ୍କାର ରାଓ ଙ୍କ ରାଜନୀତି ରେ ଡାହାଣ ହାତ କୁହାଯାଉଥିବା ୟାଲା ଭେଙ୍କେଟଶ୍ୱର ରାଓ କୋଣ୍ଡା ବାବୁ ପୌର ପରିଷଦ ରାୟଗଡା ର ଉପାଧକ୍ଷା ନିର୍ବାଚନ ଦିନ ଖୁଲମ ଖୁଲା ଭାସ୍କର ରାଓ ଙ୍କୁ ଚାଲେଞ୍ଜ କରିବା ସହିତ ତାଙ୍କ ଠାରୁ ଅଲଗା ହୋଇଥିଲେ l ପରେ ଭାସ୍କର ରାଓ ଙ୍କ ଘରେ ଚାଲଥିବା ବିଜେଡି କାର୍ଯ୍ୟାଳୟ କୁ ବାହାର କରି ରାୟଗଡା ସହର ର ରିଙ୍ଗ ରୋଡ ଠାରେ ଅକଟୋବର 14ତାରିଖ ତର ବିଜେଡି କର୍ମୀ କାର୍ଯ୍ୟାଳୟ କୁ ଉଦଘାଟନ କରିଥିଲେ l ଭାସ୍କର ରାଓ ଙ୍କୁ ଚାଲେଞ୍ଜ କରି ବିଜେଡି କାର୍ଯ୍ୟାଳୟ ରାୟଗଡା ସାହରେ ଖୋଲିବା ପାଇଁ କାହାରି ସାହସ ନଥିଲା କିନ୍ତୁ କୋଣ୍ଡା ବାବୁ ବିଜେଡି ର ତୁଙ୍ଗ ନେତା ମାନଙ୍କୁ ମିଶି ରାୟଗଡା ଜ଼ିଲ୍ଲା ବିଜେଡି ରାଜନୀତି ବିଷୟରେ ଅବଗତ କରାଇ ରାୟଗଡା ଠାରେ ଏକ ବିଜେଡି କାର୍ଯ୍ୟାଳୟ ଖୋଲିବା ରେ ସମର୍ଥ ହୋଇପାରିଛନ୍ତି l କୋଣ୍ଡା ବାବୁ ନିର୍ବାଚନ ସମୟ ରେ ତେଲୁଗୁ କାର୍ଡ ଖେଳିବାରେ ବହୁ ମାହିର ବୋଲି ଭାସ୍କର ବାବୁ କୋଣ୍ଡା ବାବୁଙ୍କୁ ନିଜର ଡାହାଣ ହାତ କରି ରଖିଥିଲେ l କୋଣ୍ଡା ବାବୁ ବର୍ତମାନ ମଧ୍ୟ୍ୟ ଭାସ୍କର ରାଓ ଙ୍କୁ ନିଜର ରାଜନୀତି ଗୁରୁ ବୋଲି ମାନୁଛନ୍ତି ଆଶ୍ଚର୍ଯ୍ୟ ର ବିଷୟ ନିଜ ଗୁରୁ ଙ୍କ ବିରୋଧ ରେ ନିଜ କୁ ଭାସ୍କର ରାଓ ଙ୍କ ବିକଳ୍ପ ଭାବେ ଗୋଡିତୋଳିବାରେ ଲାଗିପଡ଼ିଛନ୍ତି l ବିଜେଡି ଦଳ କାହାରି ବ୍ୟକ୍ତିଗତ ନୁହେଁ ଜନତାଙ୍କ ବଳ ବିଜୁ ଜନତା ଦଳ ବୋଲି ୟାଲା ଭେଣକେଟେଶ୍ୱର ରାଓ କୋଣ୍ଡା ବାବୁ କହିଛନ୍ତି l ଏହି ରାୟଗଡା ସହର ରର ବିଜେଡି ର କାର୍ୟଳୟ ବୋଲି କିଛିନାଥିଲା ଯୋଦ୍ୱାରା କର୍ମୀମାନେ ନିଜର ଦୁଃଖ ସୁଖ କାହାରି ଆଗରେ ଜାଣିପାରୁନଥିଲେ ଦଳକୁ ମଜବୁତ କରିବା କର୍ମୀଙ୍କୁ ଏକାଠି ରଖିବା ପାଇଁ ଏହି ବିଜେଡି କାର୍ଯ୍ୟାଳୟ ଉଦଘାଟନ ହୋଇଛି ବୋଲି ଜ଼ିଲ୍ଲା ବିଜେଡି ର ବରିଷ୍ଠ ନେତା କାଶୀ ନାଇଡ଼ୁ ପ୍ରକାଶ କରିଛନ୍ତି ସେ ପୁଣି କହିଛନ୍ତି ଜେ ଆମେ ଯେଉଁ ନେତା ଙ୍କ ପଛରେ ଦୀର୍ଘ ବର୍ଷ ଧରି ଦଳ ପାଇଁ କାମ କରିଆସୁଥିଲୁ କିନ୍ତୁ ସେ ଆମକୁ ଅଣଦେଖା କରିବା ସହିତ ନିଜ ବ୍ୟକ୍ତିଗତ କାମରେ ରହିବାରୁ ଆମେ ସମସ୍ତ କର୍ମୀ ନେତା କୋଣ୍ଡା ବାବୁଙ୍କୁ ସହଯୋଗ କରିବା ସହିତ ଏହି ଜ଼ିଲ୍ଲା ରର ବିଜେଡି କୁ ମଜବୁତ କରିବୁ ବୋଲି କାଶୀ ନାଇଡ଼ୁ, ପୂର୍ବତନ ରାୟଗଡା ବ୍ଲକ ଜ଼ିଲ୍ଲା ପରିଷଦ ସଭ୍ୟ ତଥା ଜେକେ ପୁର ର ବିଜେଡି ହେଡ଼ ମାଷ୍ଟର ପି ଗୌରୀ ଶଙ୍କର, ବିନାୟକ ପୋଲାଈ, ଆଇନଜୀବୀ ୱାଇ ମଧୁବାବୁ କହିଛନ୍ତି l ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଜନ୍ମଦିନ ଦୁର୍ଗୀ ଠାରେ ପାଳନ କରାଯାଥିଲା ଏଥିରେ ଜ଼ିଲ୍ଲା ସଭାପତି ସୁଧୀର ଦାସ ଏନ ଭାସ୍କର ରାଓ ଙ୍କ ନିମନ୍ତ୍ରଣ କରିଥିଲେ ଓ ଭାସ୍କର ରାଓ ନିମନ୍ତ୍ରଣ ରକ୍ଷା କରି ରାୟଗଡା ପୌର ପାଳିକା ର ନିର୍ବାଚିତ ପ୍ରତିନିଧି ଙ୍କୁ ନେଇ ଯୋଗ ଦେଇଥିଲେ l କିନ୍ତୁ ଗତ ମାସରେ ଟିକିରି ଠାରେ ଏନ ଭାସ୍କର ରାଓ ବିଜେଡି ର ଏକ କର୍ମୀ ସମ୍ମିଳନୀ କରିଥିଲେ ଜ଼ିଲ୍ଲା ବିଜେଡି ସଭାପତି, ଜ଼ିଲ୍ଲା ଯୁବ ଜନତା ଦଳ ସଭାପତି ନା ମହିଳା ବିଜେଡି ସଭାନେତ୍ରୀ ଙ୍କୁ ନିମନ୍ତ୍ରଣ କରାଯାଥିଲା ନା ସେମାନେ ଏହି କର୍ମୀ ସମ୍ମିଳନୀ ରେ ଯୋଗ ଦେଇଥିଲେ ତାହା ବର୍ତମାନ ବିଜେଡି ର ମୁଖ୍ୟ ଚର୍ଚ୍ଚା ର ବିଷୟ ହୋଇଛି ବୋଲି ରାଜନୈତିକ ବିଶେଷଜ୍ଞ
ମାନେ ଆଲୋଚନା କରୁଥିବା ର ଜଣାପଡିଛି lତେଣୁ ଆମେ ସମସ୍ତ କର୍ମୀମିଶି ଠିକ କଲୁକି ଆମରି କଥା ଯେବେ ରହୁନି ଆମେ କାହିଁକି ଏକ ବିଜେଡି କାର୍ଯ୍ୟାଳୟ ଖୁଲିବା ନାହିଁ ବୋଲି ନିଷ୍ପତି ନେଇ ଥିଲୁ l ପରବର୍ତ୍ତୀ ମୁହୂର୍ତ୍ତ ରେ ଆମେ ବିଜେଡି ଉଚ୍ଚ ପଦାଧିକାରୀ ଙ୍କ ସହିତ ଯୋଗା ଯୋଗ କରି ଏକ ବିଜେଡି କର୍ମୀ କାର୍ଯ୍ୟାଳୟ ଉଦଘାଟନ କରି କର୍ମୀ ତଥା ଜନସାଧାରଣ ଙ୍କ ସେବାକରିଆସୁଛୁ l ବିଜେଡି ଦଳ ର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ଙ୍କ ଆଦର୍ଶ ଓ ରାୟଗଡା ଜ଼ିଲ୍ଲା ସଭାପତି ଶ୍ରୀ ସୁଧୀର ଦାସଙ୍କ ବଳିଷ୍ଠ ନେତୃତ୍ୱ ଓ ସଂଘଠାନିକ ପାଇଁ ମୁଁ ହଜାର ହଜାର କର୍ମୀ ଙ୍କ ସହିତ ସୁଧୀର ଦାସ ଙ୍କ ନେତୃତ୍ୱ ପ୍ରତି ଭରସା କରି କାମ କରିବୁ ବୋଲି କୋଣ୍ଡା ବାବୁ କହିଛନ୍ତି l ଦୀର୍ଘ ବର୍ଷ ଧରି କର୍ମୀ ମନେ ନିଜ ନିଜ ର ଅଭାବ ଅସୁବିଧା କାହାରି ପାଖରେ କାର୍ଯ୍ୟାଳୟ ନ ଥିବାରୁ କହିପାରୁନଥିଲେ l କର୍ମୀଙ୍କ ଅଭିଯୋଗ ଶୁଣିବା ପାଇଁ ଏହି କାର୍ଯ୍ୟାଳୟ ଖୋଲାଯାଇଛି l ବିଜେଡି ଦଳ ସମସ୍ତିଙ୍କର ଏକ ଛତ୍ର ବାଦୀ ନୁହେଁ ବୋଲି କୋଣ୍ଡା ବାବୁ କହିଛନ୍ତି l ଗତ ମାସ 26 ତାରିଖରେ ପୁରୀ ଠାରେ ଅନୁଷ୍ଠିତ ବିଜେଡି 26 ତମ ପ୍ରତିଷ୍ଠା ଦିବସ ରେ ରାୟଗଡା ସହର ରୁ ସହ ସହ କର୍ମୀ କୋଣ୍ଡା ବାବୁଙ୍କ ନେତୃତ୍ୱ ରର ଯୋଗଦେଇ ବିଜେଡି ରାଜ୍ୟ ସାଙ୍ଗ ଠନିକ ସମ୍ପାଦକ ସଫି ପ୍ରଣବ ପ୍ରକାଶ ଦାସ ବବି ଭାଇ ରାୟଗଡା ଜ଼ିଲ୍ଲା ବିଜେଡି ପ୍ରଭାରୀ ଅତୁନ ସବ୍ୟସାଚୀ ନାୟକ ଙ୍କୁ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ସହିତ ଭେଟିବା ସହିତ ରାୟଗଡା ଜ଼ିଲ୍ଲା ବିଜେଡି ସ୍ଥିତି ବିଷୟରେ ଆଲୋଚନା କରିଥିବା ର ଜଣାପଡିଛି l
ଗୁଣୁପୁର ଓ ବିଷମକଟକ ନିର୍ବାଚନ ମଣ୍ଡଳୀ ରେ ଅତିଆଡମ୍ବର ରେ ପାଳିତ ହୋଇଯାଇଛି କିନ୍ତୁ ରାୟଗଡା ନିର୍ବାଚନ ମଣ୍ଡଳୀରେ କେବେ ହେବ ବିଜେଡି ର ପ୍ରତିଷ୍ଠା ଦିବସ ତାହା ପ୍ରଶ୍ନ ବାଚି ହୋଇଯାଇଛି l କୋଣ୍ଡା ବାବୁ ନିଜକୁ ରାୟଗଡା ସହର ରେ ବିଜେଡି ର ବିକଳ୍ପ ଭାବେ ଉଭା ହେବାର ଦେଖିବାକୁ ମିଳିଛି lଆଗାମୀ ସାଧାରଣ ନିର୍ବାଚନ କିଛିଦିନ ବାକି ରହିଥିବା ବେଳେ ବିଜେଡି ର ଅଭ୍ୟନ୍ତରୀଣ କନ୍ଦଳ ବାହାରେ ପଡିଛି l


Share: