ଜେଲ ଗଲେ ରସିକ ପୋଲିସ ଡ୍ରାଇଭର

Share:

ଶ୍ୟାମସୁନ୍ଦର ପଣ୍ଡା ଙ୍କ ରିପୋର୍ଟ

ସୁବଅର୍ଣ୍ଣ ପୁରୀ :ଗତକାଲି ଜିଲ୍ଲାର ସୁବଳୟା ଥାନାରେ ଜଣେ ଯୁବତୀ ରଞ୍ଜିତଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ଏହାପରେ ଅଭିଯୋଗକ୍ରମେ ଥାନାରେ ମାମଲା ଦାୟର ହୋଇଥିଲା। ଏହାପରେ ରଞ୍ଜିତଙ୍କୁ ଉଠାଇଆଣି ପୋଲିସ ଗିରଫ କରିଛି। ପୂର୍ବରୁ ରଞ୍ଜିତ ପୋଲିସ ଡ୍ରାଇଭର ଭାବେ ନବରଙ୍ଗପୁରରେ ଚାକିରି କରୁଥିଲେ। ସେଠାରେ ମଧ୍ୟ ଜଣେ ଯୁବତୀ ରଞ୍ଜିତଙ୍କ ନାଁରେ ସମାନ ଅଭିଯୋଗ ଆଣିଥିଲେ। ସେତେବେଳେ ପୋଲିସ ଘଟଣାକୁ ରଫାଦଫା କରି ଦେବା ସହ ରଞ୍ଜିତଙ୍କୁ ମାଲକାନଗିରି ବଦଳି କରି ଦେଇଥିଲେ। ପରେ ସୋନପୁରକୁ ବଦଳି ହୋଇଥିଲା।

କିନ୍ତୁ ଘଷୁରୀ ପ୍ରକୃତି ପଙ୍କରେ ଲୋଟେ ଭଳି ରଞ୍ଜିତଙ୍କ ଚିରତ୍ରରେ ପରିବର୍ତନ ହେଲାନାହିଁ । ଏବେ ପୁଣି ସୁବଳୟା ଥାନା ଅଞ୍ଚଳର ଜଣେ ଯୁବତୀ ରଞ୍ଜିତଙ୍କ ନାଁରେ ଦୁଷ୍ଖର୍ମ ଭଳି ଅଭିଯୋଗ ପରେ ପୋଲିସ ଘଟଣାକୁ ଗୁରୁତର ସହ ନେଇ ଏହି ପୋଲିସ ଡ୍ରାଇଭରଙ୍କୁ ଗିରଫ କରିବା ସହ ଜେଲ ହାଜତକୁ ପଠାଇ ଦେଇଛି।


Share: