ଛାତ୍ର ଛାତ୍ରୀଙ୍କ ପାଠ ପଡ଼ା ପାଇଁ ଆଗେଇ ଆସିଲେ ମନଦୀପ ମହିଳା ସଂଘ

Share:

ଅମୁଲ୍ୟ ନିଶଙ୍କ

ରାୟଗଡା :ରାୟଗଡା ସହର ର ଅଗ୍ରଣୀ ମନଦୀପ ମହିଳା ସଂଘ ଦୀର୍ଘ ଦିନ ଧରି ରାୟଗଡା ସହର ତଥା ଆଖ ପାଖ ଅଂଚଳ ରେ ବହୁ ଜନହିତକର କାମ ଦୀର୍ଘ ଦିନ ଧରି କରିଆସୁଛନ୍ତି l ଗତ କରୋନା ମହାମାରୀ ସମୟରେ ଏହି ସଙ୍ଘ ର ମହିଳା ମାନେ ଆଗେଇ ଆସି ଖାଦ୍ୟପେୟ ସାଙ୍ଗ କୁ ଔଷଧ ପତ୍ର ବଣ୍ଟନ କରି ପ୍ରଶଂସା ର ପାତ୍ର ହୋଇଥିଲେ l କିଛି ଭିନ୍ନ ସାହାଯ୍ୟ ଓ ସହଯୋଗ କରିବା ପାଇଁ ଅନ୍ୟ ଉପାୟ ଚିନ୍ତା କରି ଗରିବ ଛାତ୍ର ଛାତ୍ରୀଙ୍କ ପାଠ ପଢ଼ା ପାଇଁ କିଛି କରିବା ଉଦେଶ୍ୟରେ ଆମ ସଙ୍ଘ ର ମହିଳା ମାନେ ଚିନ୍ତା କରି ଥିଲୁ ବୋଲି ସଭାପତି ଭି ସ୍ଵାତି କହିଛନ୍ତି l ପୁଣି ସ୍ଵାତି କହିଥିଲେ ଯେ ରାୟଗଡା ସହର ର ଏକ ଶିକ୍ଷାନୁଷ୍ଠାନ ଟସ ଆନି ବେସନ୍ତ ମୋଡେଲ ସ୍କୁଲ ରେ ଯେଉଁ ଛାତ୍ର ଛାତ୍ରୀ ଅଧୟନରତ ଅଛନ୍ତି ସେମାନଙ୍କ ର ଉତ୍ତମ ସ୍ୱାସ୍ଥ୍ୟ ଓ ଶିକ୍ଷା ପାଇଁ ଆମ ସଂଘ ର ନିଷ୍ପତି କ୍ରମେ ପିଲାଙ୍କ ଚକ୍ଷୁ ପରୀକ୍ଷା କରିବା ନିମନ୍ତେ ଏଲ ଭି ପ୍ରସାଦ ମେଡିକାଲ ର ଅଭିଜ୍ଞ ଡାକ୍ତର ଙ୍କ ଦ୍ୱାରା ଚକ୍ଷୁ ପରୀକ୍ଷା କରିଥିଲୁ ବୋଲି କହିଥିଲେ l ଏହି ସ୍କୁଲ ର ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ମନଦୀପ ମହିଳା ସଙ୍ଘ ପକ୍ଷରୁ ପାଠ୍ୟ ପୁସ୍ତକ, ପେନ ପେନସିଲ ସହିତ ଅନ୍ୟ ପାଠ୍ୟ ଉପକରଣ ବଣ୍ଟନ କରିଥିଲେ ଓ ଏହା ସହିତ ମାଗଣା ଚକ୍ଷୁ ପରୀକ୍ଷା କରାଇଥିଲେ l ଏଇ ମନଦୀପ ମହିଳା ସଙ୍ଘ ର କାର୍ଯ୍ୟ ରେ ଅନୁପ୍ରାଣିତ ହୋଇ ଆଞ୍ଜେଲ ଗ୍ରୁପ ର ସଦସ୍ୟା ମାନେ ଏହି ସଂଘ କୁ 5000 ଟଙ୍କା ପ୍ରଦାନ କରିଥିଲେ l ଠିକ ସେହିପରି ୟୁ ଏସ ଏ ର ଉମାଦେବୀ2000ଟଙ୍କା ସାହାଯ୍ୟ କରିଥିଲେ l ଏହି କାର୍ଯ୍ୟକ୍ରମ କୁ ମନଦୀପ ସଭାପତି ଭି ସ୍ଵାତି ପ୍ରତିଷ୍ଠାତା ବାରାତମ ସୁଜନ, ସମ୍ପାଦିକା କେ ସମୀରା, ଉପ ସମ୍ପାଦିକା ପ୍ରମିଳା ରାଣୀ, କୋଷାଧକ୍ଷ ଏ ବାଣୀ ଓ ସମସ୍ତ,95 ଜଣ ସଦସ୍ୟା ଉପସ୍ଥିତ ରହି ଆଜିର ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ସ୍କୁଲ ର ପ୍ରିନସିପାଲ ଓ କର୍ମଚାରୀ ବୃନ୍ଦ ମନଦୀପ ମହିଳା ସଂଘ ର ସମସ୍ତ କର୍ମକର୍ତା ଙ୍କୁ ତାଙ୍କରି ଏହି ମହତ କାମ ପାଇଁ ଆନ୍ତରିକ ର ସହିତ ଅଭିନନ୍ଦନ କରିଥିଲେ ଓ ତାଙ୍କରି ସହଯୋଗ ରର ଏହି ଅନୁଷ୍ଠାନ ଆଗକୁ ଉନ୍ନତି କରିବ ବୋଲି ସ୍କୁଲ ର ପ୍ରିନସିପାଲ କହିଥିଲେ l


Share: