ରାୟଗଡା ବିଜେଡି ର ଶ୍ରୀ ଏନ ଭାସ୍କର ରାଙ୍କ ବିକଳ୍ପ ପାଇଁ କୋଣ୍ଡା ବାବୁ ଙ୍କ ପ୍ରସ୍ତୁତି

Share:

ଅମୁଲ୍ୟ ନିଶଙ୍କ

ରାୟଗଡା :ରାୟଗଡା ବିଜୁ ଜନତା ଦଳର ଚାଣକ୍ୟ କୁହାଯାଉଥିବା ବରିଷ୍ଠ ନେତା ଦୀର୍ଘ 50 ବର୍ଷ ଧରି ରାଜନୀତି ରେ ନିଜର ଅସ୍ତିତ୍ବ କୁ ଦବ ଦବା କରି ରଖିଥିବା ସହିତ ଅଭିଭକ୍ତ କୋରପୁଟ ଜ଼ିଲ୍ଲା ଦାୟିତ୍ୱ ତୁଲାଇ ଆସୁଥିଲେ l କିନ୍ତୁ ଗତ 2019 ବିଧାନସଭା ନିର୍ବାଚନ ପରେ ରାୟଗଡା ବିଧାନସଭା ଆସନ ରୁ ସ୍ୱାଧୀନ ପ୍ରାର୍ଥୀ ଶ୍ରୀ ମକରନ୍ଦ ମୁଦୁଲି ବିଜେଡି ପ୍ରାର୍ଥୀ ଲାଲ ବିହାରୀ ହିମରିକା ଙ୍କୁ ପରାସ୍ତ କରି ନିର୍ବାଚିତ ହେବା ପର ଠାରୁ ରାୟଗଡା ବିଜେଡି ରେ ଫାଟ ସୃଷ୍ଟି ଆରମ୍ଭ ହୋଇଥିବା ର ଦେଖା ଦେଇଛି l ଗତ ପୌର ନିର୍ବାଚନ ପର ଠାରୁ ଭସ୍କାର ରାଓ ଙ୍କ ରାଜନୀତି ରେ ଡାହାଣ ହାତ କୁହାଯାଉଥିବା ୟାଲା ଭେଙ୍କେଟଶ୍ୱର ରାଓ କୋଣ୍ଡା ବାବୁ ପୌର ପରିଷଦ ରାୟଗଡା ର ଉପାଧକ୍ଷା ନିର୍ବାଚନ ଦିନ ଖୁଲମ ଖୁଲା ଭାସ୍କର ରାଓ ଙ୍କୁ ଚାଲେଞ୍ଜ କରିବା ସହିତ ତାଙ୍କ ଠାରୁ ଅଲଗା ହୋଇଥିଲେ l ପରେ ଭାସ୍କର ରାଓ ଙ୍କ ଘରେ ଚାଲଥିବା ବିଜେଡି କାର୍ଯ୍ୟାଳୟ କୁ ବାହାର କରି ରାୟଗଡା ସହର ର ରିଙ୍ଗ ରୋଡ ଠାରେ ଅକଟୋବର 14ତାରିଖ ତର ବିଜେଡି କର୍ମୀ କାର୍ଯ୍ୟାଳୟ କୁ ଉଦଘାଟନ କରିଥିଲେ l ଭାସ୍କର ରାଓ ଙ୍କୁ ଚାଲେଞ୍ଜ କରି ବିଜେଡି କାର୍ଯ୍ୟାଳୟ ରାୟଗଡା ସାହରେ ଖୋଲିବା ପାଇଁ କାହାରି ସାହସ ନଥିଲା କିନ୍ତୁ କୋଣ୍ଡା ବାବୁ ବିଜେଡି ର ତୁଙ୍ଗ ନେତା ମାନଙ୍କୁ ମିଶି ରାୟଗଡା ଜ଼ିଲ୍ଲା ବିଜେଡି ରାଜନୀତି ବିଷୟରେ ଅବଗତ କରାଇ ରାୟଗଡା ଠାରେ ଏକ ବିଜେଡି କାର୍ଯ୍ୟାଳୟ ଖୋଲିବା ରେ ସମର୍ଥ ହୋଇପାରିଛନ୍ତି l କୋଣ୍ଡା ବାବୁ ନିର୍ବାଚନ ସମୟ ରେ ତେଲୁଗୁ କାର୍ଡ ଖେଳିବାରେ ବହୁ ମାହିର ବୋଲି ଭାସ୍କର ବାବୁ କୋଣ୍ଡା ବାବୁଙ୍କୁ ନିଜର ଡାହାଣ ହାତ କରି ରଖିଥିଲେ l କୋଣ୍ଡା ବାବୁ ବର୍ତମାନ ମଧ୍ୟ୍ୟ ଭାସ୍କର ରାଓ ଙ୍କୁ ନିଜର ରାଜନୀତି ଗୁରୁ ବୋଲି ମାନୁଛନ୍ତି ଆଶ୍ଚର୍ଯ୍ୟ ର ବିଷୟ ନିଜ ଗୁରୁ ଙ୍କ ବିରୋଧ ରେ ନିଜ କୁ ଭାସ୍କର ରାଓ ଙ୍କ ବିକଳ୍ପ ଭାବେ ଗୋଡିତୋଳିବାରେ ଲାଗିପଡ଼ିଛନ୍ତି l
କୋଣ୍ଡା ବାବୁ ଅନ୍ଧରପ୍ରଦେଶ ର ଗୋଦାବରୀ ଜ଼ିଲ୍ଲା ରେ ଜନ୍ମ ଗ୍ରହଣ କରି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢି ନିଜର ଭବିଷ୍ୟତ ପାଇଁ 1982 ମସିହାରେ ରେ ରାୟଗଡା ଆସିଥିଲା l ଏହି ସମୟରେ ସେ ରଙ୍ଗବତୀ ବସ ର ମାଲିକ ଚୌଧୁରୀ ଙ୍କ ସହ ଯୋଗା ଯୋଗ କରି ବସ ରେ କାମ କରୁଥିଲେ l ଏହି ସମୟରେ ଶ୍ରୀ ଭାସ୍କର ରାଓ ଙ୍କ ସହିତ ପରିଚୟ ହୋଇଥିଲା l ପରେ ଉଭୟେ ମିଶି ରାୟଗଡା ଠାରେ ଏକ ଟ୍ରକ ମାଲିକ ସଂଘ ଗଠନ କରିଥିଲେ ଶ୍ରୀ ରାଓ ଏହି ଟ୍ରକ ମାଲିକ ସଙ୍ଘ ର ସଭାପତି ହୋଇଥିଲେ l ଏହି ଦିନ ରୁ ଶ୍ରୀ ରାଓ ଓ କୋଣ୍ଡା ବାବୁ ଙ୍କ ମଧ୍ୟରେ ଘନିଷ୍ଟତା ହୋଇଥିଲା l କୋଣ୍ଡା ବାବୁ ତେଲୁଗୁ ସମ୍ପ୍ରଦାୟ ହୋଇଥିବାରୁ ସେ ତେଲୁଗୁ ଭୋଟର ଙ୍କୁନିଜ ସପକ୍ଷରେ ରଖିଥିଲେ l ପ୍ରତ୍ୟକ ନିର୍ବାଚନ ରେ ସେ ବିଜେଡି ଦଳକୁ ସମର୍ଥନ ଦେଇ ବିଜେଡି ପ୍ରାର୍ଥୀ ଙ୍କୁ ବିଧାନସଭା, ପଂଚାୟତ ଓ ପୌର ନିର୍ବାଚନ ରର ବିଜୟ କରି ଆସୁଥିଲେ l କିନ୍ତୁ ଗତ 2022 ପୌରନିର୍ବାଚନ ରେ ଅଧକ୍ଷପଦବୀ ସିଧା ଭୋଟର ଙ୍କ ଦ୍ୱାରା ନିର୍ବାଚିତ ହେବାକୁ ଥିବାରୁ ସେ ରାୟଗଡା ପୌର ପରିଷଦ ଅଧକ୍ଷ ପାଇଁ ଇଛୁକ ଥିଲେ l କିନ୍ତୁ କୋଣ୍ଡା ବାବୁ ଙ୍କୁ ଦଳୀୟ ଟିକେଟ ଦେବୁ କହି ଶେଷ ମୁହୂର୍ତ୍ତ ରେ ଟିକେଟ କୋଣ୍ଡା ବାବୁଙ୍କୁ ନଦେଇ ଆଇନଜୀବୀ ମହେଶ ପଟ୍ଟନାୟକ ଙ୍କୁ ଅଧକ୍ଷ ପାଇଁ ଟିକେଟ ଦିଆଯାଇଥିଲା l ତଥାପି ମୁଁ ମହେଶ ପଟ୍ଟନାୟକ ଙ୍କ ପାଇଁ ଭୋଟ ଭିକ୍ଷା କରି ବିଜୟ କରିଥିଲି ବୋଲି କୋଣ୍ଡା ବାବୁ କହିଛନ୍ତି l ପୌର ଉପାଧକ୍ଷା 16ନବର ୱାର୍ଡ କୁ ଦିଆଯିବଲି ପ୍ରତିଶୃତି ଦେଇଥିଲେ କିନ୍ତୁ ଶ୍ରୀ ରାଓନିଜ ପ୍ରତିଶୃତି ଭୁଲି ଅନ୍ୟ ଜଣଙ୍କୁ ଉପାଧ୍ୟାକ୍ଷା ଦେଇଥିଲେ l ତେଣୁ ଆମେ ସମସ୍ତ କର୍ମୀମିଶି ଠିକ କଲୁକି ଆମରି କଥା ଯେବେ ରହୁନି ଆମେ କାହିଁକି ଏକ ବିଜେଡି କାର୍ଯ୍ୟାଳୟ ଖୁଲିବା ନାହିଁ ବୋଲି ନିଷ୍ପତି ନେଇ ଥିଲୁ l ପରବର୍ତ୍ତୀ ମୁହୂର୍ତ୍ତ ରେ ଆମେ ବିଜେଡି ଉଚ୍ଚ ପଦାଧିକାରୀ ଙ୍କ ସହିତ ଯୋଗା ଯୋଗ କରି ଏକ ବିଜେଡି କର୍ମୀ କାର୍ଯ୍ୟାଳୟ ଉଦଘାଟନ କରି କର୍ମୀ ତଥା ଜନସାଧାରଣ ଙ୍କ ସେବା କରିଆସୁଛୁ l ବିଜେଡି ଦଳ ର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ଙ୍କ ଆଦର୍ଶ ଓ ରାୟଗଡା ଜ଼ିଲ୍ଲା ସଭାପତି ଶ୍ରୀ ସୁଧୀର ଦାସଙ୍କ ବଳିଷ୍ଠ ନେତୃତ୍ୱ ଓ ସଂଘଠାନିକ ପାଇଁ ମୁଁ ହଜାର ହଜାର କର୍ମୀ ଙ୍କ ସହିତ ସୁଧୀର ଦାସ ଙ୍କ ନେତୃତ୍ୱ ପ୍ରତି ଭରସା କରି କାମ କରିବୁ ବୋଲି କୋଣ୍ଡା ବାବୁ କହିଛନ୍ତି l ଦୀର୍ଘ ବର୍ଷ ଧରି କର୍ମୀ ମନେ ନିଜ ନିଜ ର ଅଭାବ ଅସୁବିଧା କାହାରି ପାଖରେ କାର୍ଯ୍ୟାଳୟ ନ ଥିବାରୁ କହିପାରୁନଥିଲେ l କର୍ମୀଙ୍କ ଅଭିଯୋଗ ଶୁଣିବା ପାଇଁ ଏହି କାର୍ଯ୍ୟାଳୟ ଖୋଲାଯାଇଛି l ବିଜେଡି ଦଳ ସମସ୍ତିଙ୍କର ଏକ ଛତ୍ର ବାଦୀ ନୁହେଁ ବୋଲି କୋଣ୍ଡା ବାବୁ କହିଛନ୍ତି l ଆଗାମୀ ସାଧାରଣ ନିର୍ବାଚନ କିଛିଦିନ ବାକି ରହିଥିବା ବେଳେ ବିଜେଡି ର ଅଭ୍ୟନ୍ତରୀଣ କନ୍ଦଳ ବାହାରେ ପଡିଛି l ବିଜେଡି କାର୍ଯ୍ୟାଳୟ ଉଦଘାଟନ ପରେ କୋଣ୍ଡା ବାବୁ ଅନାଥ ଆଶ୍ରମ ର ସ୍କୁଲରେ ପାଠ ପଡୁଥିବା ପିଲାମାନଙ୍କୁ ମିଶି ତାଙ୍କୁ ଅଭାବ ଅସୁବିଧା ବୁଝିବା ସହିତ ବୃଦ୍ଧା ଆଶ୍ରମ କୁ ଯାଇଁ ଅନ୍ତେବାସିନ୍ଦା ଙ୍କୁ ସାହାଯ୍ୟ ସହଯୋଗ କରିଆସୁଛନ୍ତି l ଦଳୀୟ ସଂଗଠନ ପାଇଁ କର୍ମୀ ମାନଙ୍କୁ ନେଇ ଗାଁ ଗାଁ ଙ୍କୁ ଯାଇ ମୁଖ୍ୟମନ୍ତ୍ରୀ ଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ବିଷୟରେ ଅବଗତ କରିବାରେ ଲାଗିଥିବାର ଦେଖାଯାଉଛି l ଗତ ପଦ୍ମପୁର ବିଧାନସଭା ଉପନିର୍ବାଚନ ରେ ବିଜେଡି ଦଳ ର ଉପରୁ ଡାକରା ପାଇ ନିର୍ବାଚନ ପ୍ରଚାର ରେ ପଦ୍ମପୁର ଯାଇ ଦଳୀୟ ପ୍ରାର୍ଥୀ ଙ୍କ ସପକ୍ଷରେ ପ୍ରଚାର କରି ଭୋଟ ଭିକ୍ଷା କରିଥିଲେ l ଏଥିରୁ ସମଗ୍ର ରାୟଗଡା ଜ଼ିଲ୍ଲା ରେ ଚର୍ଚ୍ଚା ହେଉଛି ଜେ ରାୟଗଡା ଜ଼ିଲ୍ଲା ରେ ଭାସ୍କର ରାଓ ଙ୍କ ବିକଳ୍ପ ହେଉଛନ୍ତି ୟାଲା କୋଣ୍ଡା ବାବୁ ବୋଲି l ଦେଖାଯାଉ ସମୟ ହିଁ କହିବ କିଏ କାହାର ବିକଳ୍ପ l


Share: