କେସିଙ୍ଗପୁର ବ୍ଲକ ରେ ନୂତନ ବିଡ଼ିଓ ଙ୍କ ଯୋଗଦାନ

Share:

ଅମୁଲ୍ୟ ନିଶଙ୍କ
ରାୟଗଡା :ରାୟଗଡା ଜ଼ିଲ୍ଲା ର କଲ୍ୟାଣ ସିଙ୍ଗପୁର ବ୍ଲକ ର ନୂତନ ଗୋଷ୍ଠି ଉନୟନ ଅଧିକାରୀ ରୂପେ ସୁନୀଲ କୁମାର ଖରା ଯୋଗଦାନ କରିଛନ୍ତି l ପୂର୍ବତନ ବିଡ଼ିଓ ତାପସ କୁମାର ଭୋଇ ଙ୍କ ଠାରୁ ନୂତନ ବିଡ଼ିଓ ଶ୍ରୀ ଖରା ଦାୟିତ୍ୱ ଗ୍ରହଣ କରିଛନ୍ତି l ଶ୍ରୀ ଭୋଇ ଙ୍କୁ ଦେବଗଡ଼ ଜ଼ିଲ୍ଲା ର ବାରକୋଟ ତହସିଲଦାର ରୂପେ ବଦଳି ହୋଇଛି l ଶ୍ରୀ ଖରା ଏଥି ପୂର୍ବରୁ ଏହି ରାୟଗଡା ତହସିଲରେ ଅତିରିକ୍ତ ତହସିଲଦାର ଭାବେ କାର୍ଯ୍ୟ କରୁଥିଲେ l କରନା ସମୟରେ ସେ ଅତି ସୁନ୍ଦର ଭାବେ କାମ କରି ନିଜର ଦକ୍ଷତା ର ପରିଚାଳନା ଦେଇଛନ୍ତି l ତାଙ୍କରି କାର୍ଯ୍ୟକାଳ ସମୟ ରେ ବାଲି ମାଫିଆ ଙ୍କୁ ସାବାଡ଼ କରିବା ସହିତ ଗରିବ ଙ୍କୁ ଜମିଜମା ର ପଟା ହସ୍ତାନ୍ତର କାମକରୀ ପ୍ରଶଂସା ର ପାତ୍ର ହୋଇପାରିଛନ୍ତି l ଛାତ୍ର ଛାତ୍ରୀ ମାନଙ୍କୁ ଜାତି ପ୍ରମାଣ ପତ୍ର ଓ ସ୍ଥାଇ ବାସିନ୍ଦା ପ୍ରମାଣ ପତ୍ର ଦେବାରେ ଜ଼ିଲ୍ଲା ରେ ଏକ ନମ୍ବର ହୋଇ ସୁନାମ ଅର୍ଜନ କରିଥିଲେ l ଶ୍ରୀ ଖରା ଙ୍କୁ ବ୍ଲକ ର ସମସ୍ତ କର୍ମଚାରୀ ସ୍ୱାଗତ କରିଥିଲେ l ସମସ୍ତ କର୍ମଚାରୀ ଙ୍କୁ ଧନ୍ୟବାଦ ଦେବା ସହିତ ବ୍ଲକ ର ଉନ୍ନତି ସମସ୍ତ ଜନସାଧାରଣ ଙ୍କ ସାହଯୋଗ କାମନା କରିଥିଲେ l ଯେତେଦିନ ପର୍ଯ୍ୟନ୍ତ ଏହି ଠାରେ ଅଛି ବ୍ଲକ ର ଉନ୍ନତି କରିବା ମୋର ଲକ୍ଷ୍ୟ ବୋଲି ଶ୍ରୀ ଖରା ମିଡ଼ିଆ ସାମ୍ନାରେ କହିଛନ୍ତି


Share: