ଅବକାରୀ ଚଢ଼ାଉ

Share:

ରଞ୍ଜନ ଦାସ ଙ୍କ ରିପୋର୍ଟ

ପୁରୀ :ପୁରୀ ଅବକାରୀ ଅଧିକ୍ଷକ ଶ୍ରୀଯୁକ୍ତ
ଅମରେନ୍ଦ୍ର କୁମାର ଜେନାଙ୍କ ନିର୍ଦେଶକ୍ରମେ ଏବଂ ପୁରୀ ଅବକାରୀ ରେଞ୍ଜ ସ୍କ୍ୱାଡ଼ର ନୀରିକ୍ଷିକା ଶ୍ରୀମତୀ ମାନସୀ ସାହୁଙ୍କ ପ୍ରତେକ୍ଷ ତତ୍ୱାବଧାନରେ, ପିପିଲି ଅବକାରୀ ଥାନା ଉପନିରିକ୍ଷକ ଶ୍ରୀଯୁକ୍ତ ରଙ୍କନିଧି ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ ପିପିଲି ଥାନା ଅଧୀନ ଜଗନ୍ନାଥପୁର ଛକ ଠାରେ ଚଢ଼ାଉକରୀ ବଳଙ୍ଗା ଥାନା ଅଧୀନ ଗଡ଼ପଦନପୁରର ପ୍ରଦୀପ୍ତ ସ୍ୱାଇଁ ,36ବର୍ଷଙ୍କୁ ଗିରଫ କରି ତାଙ୍କଠାରୁ 205 ଗ୍ରାମ ବ୍ରାଉନ ସୁଗାର(ହେରୋଇନ )ଏବଂ ବିକ୍ରି ଲବ୍ଧ ରାଶି ନଗଦ 15,000 ଟଙ୍କା ଜବତ କରିବା ସହ ଏହି ବେଆଇନ ବ୍ରାଉନ ସୁଗାର ନିଶା ବ୍ୟବସାୟରେ ଵେବହୃତ OD 13P 9509 ନମ୍ବର ବିଶିଷ୍ଟ ସ୍କୁଟି ମଧ୍ୟ ଜବତ କଲେ.ତାପରେ ପିପିଲି ଅବକାରୀ ଥାନା କେଶ ନମ୍ବର 19/22-23ରେ କୋର୍ଟ ଚାଲାଣ କରି ଜାମିନ ନାମଞ୍ଜୁର ହେବାରୁ ପୁରୀ କlରାଗରକୁ ପଠାଯାଇଛି. ସମୁଦାୟ ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ 20,50,000 ଟଙ୍କାରୁ ଉର୍ଦ୍ଧ ହେବ.ଏହି ଚଢ଼ାଉରେ ଅବକାରୀ କର୍ମଚାରୀ ASI -ଶ୍ରୀ ସନ୍ତୋଷ କୁମାର ନାଏକ,staff- ଦୀନବନ୍ଧୁ ବାରିକ, ତପନ ପ୍ରଧାନ , ପ୍ରବୀନ ବିରାଜ କିରୋ, ସଂଜିପ ହସ୍ତୀ ପ୍ରମୁଖ ସାମିଲ ଥିଲେ.


Share: