ରାମାନାଗୁଡା ଠାରେ କଂଗ୍ରେସର ମିଶ୍ରଣ ପର୍ବ ଅନୁଷ୍ଠିତ

Share:

ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ ।

ରାୟଗଡ:ରାୟଗଡା ଜିଲ୍ଲା ରମାନଗୁଡା ବ୍ଲକ ର ଚକୁଣ୍ଡା ହାଟ ପଡିଆ ଠାରେ ଠାରେ ବ୍ଲକ କଂଗ୍ରେସ ସଭାପତି ବାଞ୍ଛାନିଧି ବେହେରାଙ୍କ ସଭାପତିତ୍ୱ ରେ ମିଶ୍ରଣ ପର୍ଵ ଅନୁଷ୍ଠିତ ହୋଇଯାଇଛି।ଏହି ମିଶ୍ରଣ ପର୍ବରେ କୋରାପୁଟ ସାଂସଦ ସପ୍ତାଗିରି ଉଲ୍କାକା,ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗାପ୍ରସାଦ ପଣ୍ଡା, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ବିଜୟ ଗମାଙ୍ଗ ମଞ୍ଚାସିନ ଥିଲେ।ଏହି ମିଶ୍ରଣ ପର୍ଵ ରେ ଗଟା ଗ୍ରାମର ମାଧବ ନିମାଲା,ସିକିଲା ଗ୍ରାମର ସୋମନାଥ ବିଡିକା, ଚକୁଣ୍ଡା ଗ୍ରାମର ଚନ୍ଦରେୟା ମାଣ୍ଡାଙ୍ଗୀ,ଗରଣ୍ଡା ଗ୍ରାମର ନାଗା ପାତିକା ଏହିଭଳି ଶତାଧିକ କର୍ମୀ ଯୋଗ ଦେଇଥିଲେ।ସାଶକ ବିଜେଡି ଦଳ ର ମନମୁଖୀ କାର୍ଯ୍ୟକଳାପ ରେ ଅତିଷ୍ଟ ହୋଇ ବ୍ଲକ ର ବହୁ କର୍ମୀ ବିଜେଡି ଛାଡି ଜାତୀୟ କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି ସାଂସଦ ସପ୍ତଗିରି ଉଲାକା ଓ ଜ଼ିଲ୍ଲା କଂଗ୍ରେସ କମିଟି ସଭାପତି ଦୁର୍ଗା ପଣ୍ଡା ଙ୍କ ଉପସ୍ଥିତରେ ବହୁ ବିଜେଡି କର୍ମୀ କଂଗ୍ରେସ ରର ଯୋଗ ଦାନ କରିଛନ୍ତି ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ର ଏହିଠାରୁ ବିଗୁଲ ବାଜିଲା ବୋଲି ସଭାପତି ଦୁର୍ଗା ପଣ୍ଡା କହିଥିଲେ ବିଜେଡି ସାଶନ ରର ଲୋକେ ଅତିଷ୍ଟ ହୋଇ ପୋଡିଲେଣି ଆମ ରାୟଗଡା ଜ଼ିଲ୍ଲା ରେ ଆନ୍ଧ୍ର ବିଜେଡି ଓ ଓଡିଶା ବିଜେଡି ତ ରାଜ ଚାଲିଛି ଜନସାଧାରଣ କେଉଁ ବିଜେଡି ପକ୍ଷରେ ଯିବେ ତାହା ଦ୍ୱନ୍ଦ୍ୱ ରେ ପଡିଛନ୍ତି ତେଣୁ ଆଗାମୀ ନିର୍ବାଚନ ରେ କାହା ପକ୍ଷରେ ଯିବେ ତାହା ସମୟ ହିଁ କହିବ ବଜେଡି ର ଦୁଇ ଗୋଷ୍ଟି ବିବାଦ ରେ ତୃତୀୟ ଅର୍ଥାତ କଂଗ୍ରେସ ର ବିଜୟ ଆସନ୍ତା ପଂଚାୟତ ଓ ପୌର ନିର୍ବାଚନ ରେ ସୁନିଶ୍ଚିତ ବୋଲି ସାଂସଦ ଶ୍ରୀ ଉଲାକା କହିଥିଲେ
ଏଥିରେ ଗୁଡରି ବ୍ଲକ ଅଧ୍ୟକ୍ଷା ସାନ୍ତି ଜାଗାରଙ୍ଗା,ପଦ୍ମପୁର ବ୍ଲକ ସଭାପତି ଉପେନ୍ଦ୍ର ସାହୁ,ସାଂସଦ ପ୍ରତିନିଧି ରାଜୀବ ଲୋଚନ ସାହୁ,ତାଙ୍ଗୁଡୁ ଶ୍ରୀଧର,ସୁଧୀର ଗୁରୁ,ରଞ୍ଜିତ ନାୟକ ବେହେରା ଏବଂ ବହୁ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ।ଶେଷରେ ରମାନଗୁଡା ବ୍ଲକ ସାଂସଦ ପ୍ରତିନିଧି ଗର୍ଜନା ପ୍ରାସାଦ ରାଓ କର୍ମୀ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ।


Share: