ଗଞ୍ଜେଇ ଚୋରା ଚାଲାଣରେ ଵ୍ରେକ ଲଗାଇବା ପାଇଁ ତତ୍ପର ପଦ୍ମପୁର ପୋଲିସ

Share:

ଅମୁଲ୍ୟ ନିଶଙ୍କ ରିପୋର୍ଟ

ରାୟଗଡ଼: ରାୟଗଡା ଜିଲ୍ଲା  ପଦ୍ମପୁର ପୋଲିସକୁ ମିଳିଛି ଏକ ଭଲ ସଫଳତା .ଗଞ୍ଜେଇ ମାଫିଆଙ୍କ ପାଇଁ ସତେ ଯେପରି କାଳସାଜିଛି । ଆଜି ଵିଶ୍ଵସ୍ତ ସୁତ୍ରରୁ ଖବରପାଇ ଦୁଗୁଡିଗ୍ରାମ ନିକଟରେ ଏକ ଦଶଚକିଆ ଟ୍ରକ ନମ୍ବର ହେଚ -73 -8301 ରେ ଗଞ୍ଜେଇ ଚୋରା ଚାଲାଣ ବେଳେ ଟ୍ରକସହ ତିନି ଅଭିଯୁକ୍ତଙ୍କୁ କାଵୁ କରିଛି ପଦ୍ମପୁର ପୋଲିସ । ଏବଂ ଅଭିଯୁକ୍ତଙ୍କ ଠାରୁ ଜଵତ ହୋଇଛି ୩୦୪ କିଲୋ ଗଞ୍ଜେଇ ,ତିନୋଟି ମୋବାଇଲ ,ଏଟିଏମ କାର୍ଡ ,ଆଧାର କାର୍ଡ ,ଡିଏଲ୍ ଓ ଆର ସି ବହି ।

ଜଵତ ଗଞ୍ଜେଇର ଆନୁମାନିକ ସରକାରୀ ମୂଲ୍ୟ ୧ କୋଟି ୫୨ ହଜାର ଟଙ୍କା ହେବ ବୋଲି ପଦ୍ମପୁର ପୋଲିସ ସୂଚନା ଦେଇଛି । ଏ ସଂକ୍ରାନ୍ତରେ ପଦ୍ମପୁର ଥାନାରେ କେସ ନମ୍ବର – ୪୦ ଭାରତୀୟ ପୋଙ୍ଗଳ କୋଡ଼ ଧାରା 20(b)(ii) C/25/29 ଏନ ଡି ପି ଏସ ରେ ମାମଲା ରୁଜୁ କରାଯାଇଛି । ଆଜି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ବାରମ୍ବାର ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ ଓ ଅବକାରୀ ବିଭାଗ ତରଫରୁ ଚଢ଼ାଉ କରାଯାଉଥିଲେ ମଧ୍ୟ ଗଞ୍ଜେଇ ଚାଲାଣ ଵନ୍ଦ ହେବାର ନାଁ ନେଉନି. ବରଂ ଦିନକୁ ଦିନ ଅଭିନଵ ଉପାୟରେ ଗଞ୍ଜେଇ ଚୋରା ଚାଲାଣ ହେଵାର ଦେଖିବାକୁ ମିଳୁଛି । ଏଠାରେ ପ୍ରଶ୍ନ ଉଠୁଛି ,ଗଞ୍ଜେଇ ଗଛ ବଡ ହେବାପରେ ପୋଲିସ ଓ ଅବକାରୀ ବିଭାଗ ମିଳିତ ଭାବେ ଚଢ଼ାଉ କରି ଗଞ୍ଜେଇ ଗଛ ନଷ୍ଟକରୁଛନ୍ତି । ପୂର୍ବରୁ କଣ  ଏ ସମ୍ବନ୍ଧରେ ସୂଚନା ମିଳୁନି ?  ଶହ ଶହ ଏକର ଗଞ୍ଜେଇ ଗଛ ନଷ୍ଟ କଲାପରେ ମଧ୍ୟ ଏ ଅଞ୍ଚଳରେ ଗଞ୍ଜେଇ ଚୋରା ଚାଲାଣ ହେବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଆଗାମୀ ଦିନରେ ପୋଲିସ ପ୍ରଶାସନ ଓ ଅବକାରୀ ବିଭାଗ ଗଞ୍ଜେଇ ଚୋରା ଚାଲାଣ ଉପରେ କେତେ ଅଙ୍କୁଶ ଲଗାଇବାକୁ ସମର୍ଥ ହୋଇଛନ୍ତି ଦେଖିବାକୁ ବାକି ରହିଲା ।                


Share: