ନାଲକୋ ଘରୋଇ କାରଣ କୁ ଭାରତୀୟ ମଜଦୁର ସଂଘ ର ତୀବ୍ର ବିରୋଧ

Share:

ଅମୁଲ୍ୟ ନିଶଙ୍କ ରିପୋର୍ଟ

ରାୟଗଡ଼ା :ଓଡ଼ିଶା ରେ ପ୍ରତିଷ୍ଠା ହେଇଥିବା ଲାଭ ଦାୟକ ନବରତ୍ନ କମ୍ପାନୀ ନାଲକୋ ଘରୋଇ କରଣ ପ୍ରସ୍ତାବ ଏକ ଭୟଙ୍କର ଶ୍ରମିକ ବିରୋଧୀ ଓ ଜନ ବିରୋଧି ନିଷ୍ପତି ବୋଲି ଭାରତୀୟ ମଜଦୂର ସଂଘ ଓଡ଼ିଶା ପକ୍ଷରୁ କୁହାଯାଇଛି ।

ଉନ୍ନତମାନର ବକ୍ସାଇଟ ଓ ଯଥେଷ୍ଟ କୋଇଲା ମହଜୁଦ ଥିବାରୁ କେନ୍ଦ୍ର ସରକାରଙ୍କ ତରଫରୁ ଓଡ଼ିଶା ଭଳିଆ ଏକ ଗରିବ ଓ ଆଦିବାସୀ ବହୁଳ ରାଜ୍ୟରେ ରାଷ୍ଟ୍ରାୟତ ଉଦ୍ୟୋଗ ଭାବେ ନାଲକୋ ପ୍ରତିଷ୍ଠା କରାଯାଇଥିଲା ।

ADVT

୪୨ ବର୍ଷ ତଳେ ପ୍ରତିଷ୍ଠିତ ଏହି ଆଲୁମିନିୟମ କମ୍ପାନୀ ନିରନ୍ତର ଲାଭ କରି ଆସିଥିବା ବେଳେ ବର୍ତମାନ ସୁଦ୍ଧା କେନ୍ଦ୍ର ସରକାରଙ୍କୁ ୪୬୦୦୦ କୋଟି ଓ ରାଜ୍ୟ ସରକାରଙ୍କୁ ୭୦୦୦ କୋଟି ଟଙ୍କା ପ୍ରଦାନ କରିଛି । ଓଡ଼ିଶାର ହଜାର ହଜାର ଆଦିବାସୀ ଓ ଜମିହରା ନାଗରିକ ଉକ୍ତ କମ୍ପାନୀ ଦ୍ଵାରା ନିଯୁକ୍ତ ପାଇଛନ୍ତି ଓ ସ୍ଥାନୀୟ ଅଞ୍ଚଳର ଆଦିବାସୀ ବ୍ୟବସାୟ କରି ରୋଜଗାର କରୁଛନ୍ତି । ସାମଗ୍ରିକ ଭାବେ ଓଡ଼ିଶାର ଲକ୍ଷାଧିକ ଲୋକଙ୍କର ଆର୍ଥିକ ସଶକ୍ତି କରଣ ରାଷ୍ଟ୍ରାୟତ ଉଦ୍ୟୋଗ ନାଲକୋ ଦ୍ଵାରା ହୋଇପାରିଛି । ଘରୋଇ କରଣ ହେବା ଦ୍ଵାରା ବ୍ୟାପକ ଭାବେ ଶ୍ରମିକ ଛଟେଇ ଓ ଶ୍ରମିକ ଶୋଷଣ ହେବ । ଏବଂ ନାଲକୋ ଦ୍ଵାରା ହେଇଥିବା ବ୍ୟାପକ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ବନ୍ଦ ହୋଇଯିବ ଏବଂ ଚାକିରିର ସ୍ଥାୟୀତ୍ବ ମଧ୍ୟ ପ୍ରଶ୍ନବାଚି ହୋଇଯିବ।
ଏଣୁ ଭାରତୀୟ ମଜଦୂର ସଂଘ ଓଡ଼ିଶା ପକ୍ଷରୁ ନାଲକୋ ଘରୋଇ କାରଣରୁ ତୀବ୍ର ବିରୋଧ କରିବା ସହ କେନ୍ଦ୍ର ସରକାରଙ୍କର ବିରୁଦ୍ଧରେ ଗତ ୨୩ ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ରାଜ୍ୟ ବ୍ୟାପୀ ବିରୋଧ ପ୍ରଦର୍ଶନ କରିବା ସହ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର ଦିଆଯାଇଛି ବୋଲି ସଂଘ ର ରାଜ୍ୟ ସମ୍ପାଦକ ଶ୍ରୀଯୁକ୍ତ ଯୋଗେଶ୍ଵର ଦାସ ଆଜିର ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୁର ସଂଘ ପକ୍ଷରୁ ସରକାରଙ୍କ କରୋନାର ସମସ୍ତ ନିୟମକୁ ପାଳନ କରି ରାୟଗଡ଼ା ମାଁ କାଳୀ ମନ୍ଦିର ଠାରୁ ଏକ ପଦଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ମାନ୍ୟବର ପ୍ରଧାନମନ୍ତ୍ରୀ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୋମନାଥ ପ୍ରଧାନଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ।

ADVT.

ଉକ୍ତ କାର୍ଯ୍ୟକ୍ରମରେ ଭାରତୀୟ ମଜଦୁର ସଂଘ ର ଜିଲ୍ଲା ଉପସଭାପତି ମୋହନ ରାଓ ମାଝୀ , ଜିଲ୍ଲା ସଂପାଦକ ଖଗେଶ୍ବର ସିଂ , କିଶୋର କୁମାର ସାହୁ , ରଜତ ରଞ୍ଜନ ଖଟୁଆ , ପରମାନନ୍ଦ ପ୍ରଧାନ , ଗଣେଶ ସାହୁ , ରବି ନାରାୟଣ ଗୈାଡ, ରଞ୍ଜନ ସାହୁ , ସନ୍ତୋଷ କୁମାର ପାଢ଼ୀ, ସଫେଇ ମଜଦୂର ସଂଘ ର ଏମ ରାମ ବାବୁ, କସ୍ତୁରୀ ନାୟକ ଯୋଗ ଦେଇ କୋବିଡ ର ସମସ୍ତ ନିୟମକୁ ପାଳନ କରି ପରିଚାଳନା କରିଥିଲେ।


Share: