୧୨ ଦାଦନ ଶ୍ରମିକ ଉଦ୍ଧାର ୨ ଅଟୋ ଡ୍ରାଇଭର ଗିରଫ

Share:

ଓଡିଶା ବ୍ୟୁରୋ ଚିଫ ସମୀର ରଞ୍ଜନ ନାୟକ ଙ୍କ ରିପୋର୍ଟ ।

ଏକ ଅଟରୁ ଦାଦନ ଶ୍ରମିକ ଉଦ୍ଧାର ହୋଇଥିବା ସୂଚନା ଆମ ହସ୍ତ ଗତ ହୋଇଛି ମିଳିଥିବା ସୂଚନା ଅନୁସାରେ ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ଥାନା ଏ, ଏସ୍,ଆଇ ସାୱନ କେରକେଟା ତା.୬/୧୨/୨୧ ସମୟ ୧୦ ଟାରେ ନିଜ ଥାନା ଏରିଆ ରେ ପେଟ୍ରୋଲିଂ କରୁଥିଲେ ସେହି ବେଲପଡା ବ୍ଳକ କନ୍ଧେନଝୁଲା ଛକ ଠାରେ ଦୁଇଟି ଅଟୋ ରିକ୍ସା ରେ ଖପ୍ରାଖୋଲ ଥାନା ଭରୁଆମୁଣ୍ଡା ଗାଁ ର ୩ ଜଣ ପୁରୁଷ,୫ଜଣ ମହିଳା,୪ ଜଣ ଶିଶୁ ଥିବା ଦେଖିବାକୁ ପାଇଥିଲେ।ପରେ ଖପ୍ରାଖୋଲ ଥାନା ଆଣି ୧ .୨୯ ରେ କେଶ ରେଜିଷ୍ଟ୍ରେସନ କରିଥିଲେ ଓ ଦୁଇ ଅଟୋ ଡ୍ରାଇଭରକୁ ଗିରଫ କରିବା ସହ ଦୁଇ ଅଟୋ କୁ ଜବତ କରିଛନ୍ତି। ଥାନା ରେ କେଶ ନମ୍ବର ୧୨୦,୩୭୦,୩୭୪,୩୪ ଆଇ ପି ସି ଧାରା ରୁଜୁ କରି ଡ୍ରାଇଭର ବିରଞ୍ଚି ବାଗ(୪୧) ଓ ପୂର୍ଣ୍ଣ ବଗର୍ତ୍ତି (୩୦) କୁ କୋର୍ଟ ଚାଲାଣ କରିଥିବା ତଦନ୍ତ କାରୀ ଅଫିସର ନାରାୟଣ ସାହୁ ସୂଚନା ଦେଇଛନ୍ତି। ମୁଖ୍ୟ ଦଲାଲ୍  କନ୍ଧେନଝୁଲା ଗାଁ ଗୋପ ରାଏ (୫୭) ଓ କଣ୍ଟାବାଞ୍ଜି ଅମରେନ୍ଦ୍ର ବାଗ ଫେରାର ଥିବା ଥାନା ଅଧିକାରୀ ରମାକାନ୍ତ ସାହୁ କହିଛନ୍ତି।


Share: