ଭିଜିଲାନ୍ସ ଜାଲ ରେ OSAP ସିପାହୀ

Share:

ଭୁବନେଶ୍ୱର ରୁ ରାଜେଶ ନାୟକ ।

ଭୁବନେଶ୍ୱର: ପୁଣି ଭିଜିଲାନ୍ସ ଜାଲ ରେ ଜଣେ ସିପାହୀ ମିଳିଥିବା ସୂଚନା ଅନୁସାରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଓଡ଼ିଶା ସ୍ୱତନ୍ତ୍ର ସଶସ୍ତ୍ର ପୋଲିସ (ଓଏସଏପି)ର ଜଣେ ସିପାହୀ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସିପାହୀ ସହଦେବ ପରିଡ଼ାଙ୍କ ଘରେ ଭିଜିଲାନ୍ସ ରେଡ୍ କରାଯାଇଛି । ଏହି ଚଢ଼ାଉ ସମୟରେ ସହଦେବଙ୍କ ଘରୁ ଭିଜିଲାନ୍ସ ଟିମ୍ ୨ ଲକ୍ଷ ୯୪ ହଜାର ୬୦୦ ଟଙ୍କା ଜବତ କରିଛି । ଏଥିସହିତ ୪ଟି ଫ୍ଲାଟ, ୪ଟା ଦୁଇ ଚକିଆ ଯାନ, ସୁନା, ରୂପା ଆଦି ଗହଣା ଜବତ କରାଯିବା ସହ ୧୭ଟି ବ୍ୟାଙ୍କ ଆକାଉଣ୍ଟ ଥିବା ସ୍ପଷ୍ଟ ହୋଇଛି ।ଭିଜିଲାନ୍ସ ଟିମ ପକ୍ଷରୁ ଏହି କରିତକର୍ମ ସିପାହୀଙ୍କ କଟକ ଓ ପୁରୀର ୫ଟି ସ୍ଥାନରେ ଚଢ଼ାଉ କରାଯାଇଛି । କଟକରେ ଥିବା ଓଏସଏପି ସରକାରୀ କ୍ୱାର୍ଟର୍ସ, କଟକ ତିନିଘରିଆ ଛକିରେ ଥିବା ୩ ମହଲା ବିଶିଷ୍ଟ ଘର, ଗନ୍ଦରପୁରରେ ଥିବା ଘର, ପୁରୀ ଚନ୍ଦନପୁରରେ ଥିବା ସମ୍ପର୍କୀୟଙ୍କ ଘର, ମାଳତିପାଟପୁରରେ ଥିବା ଶ୍ୱଶୁର ଘର ଆଦିରେ ଚଢ଼ାଉ କରାଯାଇଛି । ଏହି ବଡ଼ଧରଣର ଚଢ଼ାଉରେ ଭିଜିଲାନ୍ସର ୩ ଜଣ ଡିଏସପି, ୯ ଜଣ ଇନ୍ସପେକ୍ଟର ସାମିଥିଲେ।


Share: