ହତ୍ୟା ଅଭିଯୁକ୍ତ ଗିରଫ

Share:

ସମୀର ରଞ୍ଜନ ଓଡିଶା ବ୍ୟୁରୋଚିଫ

ଭୁବନେଶ୍ୱର : ଟଙ୍କା ନେଣଦେଣ କାରବାର କୁ ନେଇ ଛୁରା ମାଡ଼ କରି ହତ୍ୟା ଘଟଣାର ର ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ lଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନାଅଧିନସ୍ଥ ନାଚୁଣୀ ଫାଣ୍ଡି ଅନ୍ତର୍ଗତ ନଈରୀ ଗ୍ରାମ ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ।ସୂଚନା ଥାଉକି ଗତ ଗୁରୁବାର ଦିନ ନଈରୀ ଗ୍ରାମର ସାରଥୀ ନାୟକଙ୍କୁ ଟଙ୍କା ନେଣ ଦେଣ କାରବାରକୁ ନେଇ କେଦାର ନାୟକ ଛୁରାରେ ଆକ୍ରମଣ କରିଥିଲେ, ଯାହାଦ୍ୱାରା ସାରଥୀଙ୍କ ମୃତ୍ୟୁ ଘଟିଥିଲା।ମୃତଙ୍କପରିବାର ପକ୍ଷରୁ ପୋଲିସ ରେ ଅଭିଯୋଗ ହୋଇଥିଲା l ଅଭିଯୋଗକ୍ରମେ ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରିରଖିଥିବା ବେଳେ ଅଭିଯୁକ୍ତ ଜଣକ ଫେରାର ହୋଇଯାଇଥିଲେ। ଆସାମୀଙ୍କୁ ଧରିବା ପାଇଁ ଚଢ଼ାଉ ଜାରିରଖିଥିବା ବେଳେ ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତ କେଦାରଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ l ତେବେ ଆଜି ଅଭିଯୁକ୍ତ ଙ୍କୁ କୋର୍ଟଚାଲାଣ କରାଜୀବବୋଲି ଜଣା ପଡ଼ିଛି


Share: