ବିଦ୍ୟଳୟ ରେ ପୋଚକା ପରିବା ଦେବାକୁ ନେଇ ସ୍କୁଲରେ ପ୍ରଧାନ ଶିକ୍ଷୟତ୍ରୀ ଓ କମିଟି ମୁହାଁମୁହିଁ

Share:

ଭଗବାନ ପାଢ଼ୀ

ରାଜ୍ୟରେ ସରକାରୀବିଦ୍ୟାଳୟ ଗୁଡିକରେ ମଧ୍ୟାହ୍ନ ଭୋଜନ ନିମ୍ନମାନର କୁ ନେଇ ପ୍ରତିଦିନ ବିଭିନ୍ନ ସ୍ଥାନରୁ ଅଭିଯୋଗ ଆସୁଥିବା ବେଳେ ଏବେ ମଧ୍ୟାହ୍ନ ଭୋଜନରେ ପୋଚକା ପନିପରିବାକୁ ନେଇ ଏକ ରୋଚକକର ଖବର ସାମ୍ନାକୁ ଆସିଛି। ପ୍ରଧାନ ଶିକ୍ଷୟିତ୍ରୀ ପୋଚକା ପନିପରିବା ନିଜ ସହକାରୀ ଶିକ୍ଷକଙ୍କ ହାତରେ ବିଦ୍ୟାଳୟକୁ ପଠାଉଥିଲେ। ଆଉ ରୋଚକକର କଥା ହେଉଛି ପୋଚକା ପରିବା ବ୍ଯାଗ୍ ଟି ରାସ୍ତାରେ ଛିଣ୍ଡି ପଡିଥିଲା। ଆଉ ଏହା ପରେ ଜଣାପଡିଥିଲା ବିଦ୍ୟାଳୟର ମଧ୍ୟାହ୍ନ ଭୋଜନରେ ବ୍ଯବହୃତ ହେଉଥିବା ପନିପରିବାର ମାନ। ଘଟଣା ପ୍ରଚାରିତ ହେବା ପରେ ବିଦ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇଥିଲା।

ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଳକର ଶିକୁଳା ପଞ୍ଚାୟତ ଅନ୍ତର୍ଗତ ଲଡକାପଲୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଆସିଛି ଏଭଳି ଏକ ଅଭିଯୋଗ। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ସ୍ଥାନୀୟ ସରପଞ୍ଚ, ସମିତିସଭ୍ୟ, ବିଦ୍ୟାଳୟ ପରିଚାଳନା କମିଟି, ଗଣମାଧ୍ୟମ ପ୍ରତିନିଧି ଘଟଣାରେ ହସ୍ତକ୍ଷେପ କରିବା ପରେ ସଂପୃକ୍ତ ଶିକ୍ଷୟତ୍ରୀ କିଛି ବ୍ଯକ୍ତି ବିଶେଷଙ୍କ ନାମରେ ଥାନାରେ ଅଭିଯୋଗ କରିଛନ୍ତି। ଗୋଟିଏ ପଟେ ମଧ୍ୟାହ୍ନ ଭୋଜନର ପରିଚାଳନା ଉପରେ ଜନପ୍ରତିନିଧି ପ୍ରଶ୍ନ କରିଥିବା ବେଳେ ଅପରପକ୍ଷେ ପ୍ରଧାନ ଶିକ୍ଷୟିତ୍ରୀ ଓଲଟା ଏତଲା ଦେଇଛନ୍ତି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଛି।


Share: