ଅତ୍ୟାଧୁନିକ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନରେ ଅନ୍ୟ ଜିଲ୍ଲା ର ବହୁ ପ୍ରଶାସନିକ ଅଧିକାରୀ

Share:

ଗଞ୍ଜାମ : 24/9/2021ସୁନ୍ଦର ମନରମ ପରିବେଶ ସାଙ୍ଗକୁ ଅତ୍ୟାଧୁନିକ ଶ୍ରେଣୀ ଗୃହ ।

ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସ୍ମାର୍ଟ ସ୍କୁଲ ମୋଡେଲ ଢାଞ୍ଚାରେ ନିର୍ମାଣ କରାଯାଇ ଥିବା ସ୍ମାର୍ଟ ଅଙ୍ଗନବାଡି କେନ୍ଦ୍ର କୁ ନେଇ ଏବେ ସବୁଠି ଚାଲିଛି ଚର୍ଚ୍ଚା । ଏହି ଅଙ୍ଗନୱାଡି କେନ୍ଦ୍ରକୁ ପରିଦର୍ଶନ କରିବା ଲାଗି ରାଜ୍ୟର ସମସ୍ତ ଜିଲ୍ଲାରୁ ବହୁ ପ୍ରଶାସନିକ ଅଧିକାରୀ ମାନେ ଚଳିତ ମାସ 22 ତାରିଖ ଠାରୁ ଆସନ୍ତା ମାସ 25 ତାରିଖ ପର୍ଯ୍ୟନ୍ତ ଜିଲ୍ଲା ର ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ର ପରିଭ୍ରମଣ କାର୍ଯ୍ୟକ୍ରମ ରହିଥିବା ବେଳେ ଆଜି ଏକ ଟିମ ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ବରଗାଁ ପଞ୍ଚାୟତ ର ଆମ ଅଙ୍ଗନୱାଡି କେନ୍ଦ୍ର 3 ଓ 4 କୁ ନୂଆପଡା ଜିଲ୍ଲାର ଅତିରିକ୍ତ ପକଳ୍ପ ନିର୍ଦେଶକ, ଡି. ଆର. ଡି. ଏ, ଏବଂ ବ୍ଲକ ଡେଭ୍ଲାମେଣ୍ଟ ଅଫିସର ଏଇଇ, ଏଇ, ଜେଇ ପ୍ରମୁଖ ଆମ ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ କରି ବେଶ ଖୁସିବ୍ୟକ୍ତ କରିବା ସହିତ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଓ ସରପଞ୍ଚ ଙ୍କୁ ପ୍ରଶଂସା କରିଥିଲେ । ଏହି ମଡେଲ ଭଳି ନିଜ ଅଞ୍ଚଳରେ ମଧ୍ୟ ଉନତ ମାନର ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ କରାଯିବା ନେଇ କହିଛନ୍ତି ଗ୍ରସ୍ତରେ ଆସିଥିବା ପ୍ରଶାସନିକ ଅଧିକାରୀ ।

ଭଗବାନ ପାଢ଼ୀ ଙ୍କ ରିପୋର୍ଟ


Share: