ଉପକୂଳ ମୁହାଁ ଆଉ ଏକ ବାତ୍ୟା

Share:

ଗଞ୍ଜାମ :24/9/2021ପୁଣି ଥରେ ଉପକୂଳ ମୁହାଁ  ଆଉ ଏକ ମହାବାତ୍ୟା। ବଙ୍ଗପ ସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ଯାର ରୁପ ନେବା ସମ୍ଭାବନ  ରହିଥିବା ବେଳେ ମହାବାତ୍ୟା କୁ ମୁକାବିଲା କରିବା ଲାଗି ଏସ ଆର ସି ପକ୍ଷରୁ ଜିଲ୍ଲା ପା ଳ ମାନଙ୍କୁ ସଜାଗ ରହିବା ନେଇ ଭିଡିଓ କନଫରେନ୍ସ ମାଧ୍ୟମରେ ଆଲୋଚନା ହେବା ପରେ   ଜିଲ୍ଲା ପ୍ରଶାସନ ପକ୍ଷରୁ ପୁର୍ବ ପ୍ରସ୍ତୁତି ଆରମ୍ଭ ହୋଇଛି।

ଗଞ୍ଜାମ ଜିଲ୍ଲା ର ତଳିଆ ଅଞ୍ଚଳ ଉପରେ ଅଧିକ ଫୋକସ ଦେବା ସହ ସରକାରୀ ଛୁଟି କୁ ବାତିଲ କରିଦିଆଯାଇଛି।  ଲଘୁଚାପ ର ପ୍ରଭାବ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଥିବା ବେଳେ ବନ୍ୟା ପରିସ୍ଥିତିକୁ ମୁକାବିଲା କରିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ପୁର୍ବ ପ୍ରସ୍ତୁତ କରିଥିବା ସୁଚନା ଦେଇଛନ୍ତି ଜିଲ୍ଲାପାଳ।  

ଗଞ୍ଜାମ ରୁ ଭଗବାନ ପାଢ଼ୀ ଙ୍କ ରିପୋର୍ଟ।


Share: