କର୍କଟ ଚିକିତ୍ସାରେ ଅର୍ଥ ସାଜିଛି ବାଧକ,ସହାୟତା ନିବେଦନ କଲେ ପରିବାର ଲୋକ

Share:

ଭଗବାନ ପାଢ଼ୀ

ବେଗୁନିଆପଡ଼ା : ଦୀର୍ଘ ୬ମାସରୁ ଅଧିକ ଦିନ ହେବ କର୍କଟ ରୋଗରେ ପୀଡ଼ିତ ଅଛନ୍ତି, ଗଞ୍ଜାମ ଜିଲ୍ଲା କୋଦଳା ବିଜ୍ଞାପିତ ଅଂଚଳ ଅର୍ନ୍ତଗତ ପଣ୍ଡା ସାହିର ଅଭିମନ୍ୟୁ ନାହାକଙ୍କ ପୁଅ ମହିମା ନାୟକ(୨୭) । ପାଞ୍ଚ ମାସ ହେବ ମହିମା ବିବାହ କରିଥିବା ବେଳେ ଏକ ଗ୍ୟାରେଜ କରି ହସଖୁସିରେ ସଂସାର ଚଳାଉଥିଲେ । କର୍କଟ ରୋଗରେ ପୀଡ଼ିତ ହୋଇଥିବା ଜାଣିବା ପରେ ହସର ସଂସାରରେ ବଜ୍ର ପଡିଗଲା । ପ୍ରଥମେ କୋଦଳା, ପରେ ବ୍ରହ୍ମପୁର, କଟକ, ବିଶାଖାପାଟଣା, ଏବେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି । ଧାର କରଜ କରି ବହୁ ଟଙ୍କା ଖର୍ଚ୍ଚ କରିସାରିଲେଣି । ଏବେ ଡାକ୍ତର ଏକ ଅସ୍ତ୍ରୋପଚାର କଲେ ମହିମା ଭଲ ହୋଇଯିବ କହିଛନ୍ତି । ଏହି ଅସ୍ତ୍ରୋପଚାର ପାଇଁ ୨୪ ଲକ୍ଷ ଟଙ୍କା ଦରକାର ହେଉଥିବାରୁ ଏତେ ପରିମାଣର ଅର୍ଥ କିପରି ଯୋଗାଡ଼ କରିବେ ଭାବି ଚିନ୍ତାରେ ଅଛନ୍ତି ପରିବାର ଲୋକ । ବର୍ତ୍ତମାନ ଆଉ ଅଧିକ ଚିକିତ୍ସା ଲାଗି ତାଙ୍କ ପାଖରେ ପଇସା ନାହିଁ । ସେପଟେ ବାପା ଓ ମାଆ ଚିନ୍ତାରେ ଥିବା ବେଳେ ମହିମାଙ୍କ ପତ୍ନୀ ଧର୍ଯ୍ୟହରା ହୋଇସାରିଲେଣି । ଅସ୍ତ୍ରୋପଚାର ପାଇଁ ପାଖରେ ପଇସା ନଥିବା ବେଳେ ଚିକିତ୍ସା ପାଇଁ ସହାୟତା ନିବେଦନ କରିଛନ୍ତି ପରିବାର ଲୋକ । କୋଦଳାର କିଛି ସାଙ୍ଗ ଏବଂ ଶ୍ରବଣ ସେବା ଅନୁଷ୍ଠାନର କିଛି ଯୁବକ କୋଦଳାରେ ବୁଲି ବୁଲି ଆର୍ଥିକ ସାହାଯ୍ୟ ମଧ୍ୟ ମାଗୁଛନ୍ତି କିନ୍ତୁ ଯେଉଁ ପରିମାଣରେ ଅର୍ଥ ମିଳିଛି ତାହା ଚିକିତ୍ସା ହେବା ତ ଦୁରର କଥା ମେଡ଼ିସିନ କିଣିବା ମଧ୍ୟ କଷ୍ଟକର । ଯଦି କୌଣସି ବୈଦାନ୍ୟ ବ୍ୟକ୍ତି ମହିମାଙ୍କ ଚିକିତ୍ସା ଲାଗି ସହାୟତା ଯୋଗାଇବା ପାଇଁ ଚାହାନ୍ତି ତେବେ – (ଅଲେଖ ନାହାକ କୋଦଳା ଏସବିଆଇ ଆକାଉଣ୍ଟ ନମ୍ବର- ୨୦୦୯୦୩୮୫୫୯୬, ଆଇଏଫସି କୋର୍ଡ SBIN0001336 ) କିମ୍ବା ଫୋନ ପେ କି ଗୁଗୁଲ ପେ ମାଧ୍ୟମରେ ସହାୟତା କରିବାକୁ ହେଲେ ନମ୍ବର-(ମହିମା ନାହାକ ୭୦୬୪୮୧୧୨୧୪, ଅଲେଖ ନାହାକ ୯୧୬୩୩୮୭୯୭୮)ରେ ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି ।


Share: