ଆଇନ ମନ୍ତ୍ରୀ ଓ ଜ଼ିଲ୍ଲାପାଳ ଙ୍କ ରାୟଗଡା ସ୍ୱୟଂ ସାଶୀତ ମହାବିଦ୍ୟାଳୟ ପରିଦର୍ଶନ

Share:

ଅମୁଲ୍ୟ ନିଶଙ୍କ

ରାୟଗଡା :ରାୟଗଡା ଜ଼ିଲ୍ଲା ର ସଦର ମୋହକୁମା ଠାରେ ଅବସ୍ଥିତ ରାୟଗଡା ସ୍ୱୟଂ ସାସିତ ମହାବିଦ୍ୟାଳୟ ଅତି ପୁରଣା l ଯାହାକି 1966 ମସିହା ରେ ମାତ୍ର 7 ଜଣ ଛାତ୍ର ଙ୍କୁ ନେହି ଏହି କଲେଜ ଆରମ୍ଭ ହୋଇଥିଲା ଯାହାର କି ଛାତ୍ର ଛାତ୍ରୀଙ୍କ ସଂଖ୍ୟା ଆଜି 5600 ରୁ ଅଧିକ ଅଧୟନ ରତ l ବହୁ ବାଧାବିଘ୍ନ ସାହି ଏହି ମହାବିଦ୍ୟାଳୟ ଆଗେଇଚାଲିବା ସହିତ ଏହି ଠାରୁ ବହୁ ମନ୍ତ୍ରୀ ବିଧାୟକ ପ୍ରସାଶନିକ ଅଧିକାରୀ, ଡାକ୍ତର, ଆଇନଜୀବୀ ଯନ୍ତ୍ରୀ ଙ୍କୁ ଗୋଢ଼ି ତୋଳିଛି l ଏହି କଲେଜ ରୁ ରୁ ଶ୍ରୀ ଜଗନ୍ନାଥ ସାରକା ମାନ୍ୟବର ମନ୍ତ୍ରୀ ଆଦିବାସୀ ହରିଜନ ତଥା ପଛୁଆ ବର୍ଗ ଉନୟନ ଓ ଆଇନ ବିଭାଗ ଓଡିଶା ସରକାର ଓ ଶ୍ରୀ ମକରନ୍ଦ ମୁଦୁଲି ବିଧାୟକ ରାୟଗଡା ଏହି କଲେଜ ରେ ଅଧୟନ କରି 1996 ମସିହା ରେ ଡିଗ୍ରୀ ସମାପ୍ତ କରିଥିଲେ l ଉଭୟେ ପି ଏମ ଜି ହଷ୍ଟେଲ ଅନ୍ତେବାସୀ ଥିଲେ l ଆଜି ଏହି କଲେଜ ର ପୂର୍ବତନ ଛାତ୍ର ତଥା ବର୍ତମାନ ର ମନ୍ତ୍ରୀ ଶ୍ରୀ ସାରକା, ବିଧାୟକ ମୁଦୁଲି ଙ୍କ ସହିତ ଗୁଣୁପୁର ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ର ଉପଦେଷ୍ଟା ଶ୍ରୀ ସୁଧୀର ଦାସ, ସହର ର ବରିଷ୍ଠ ବିଜେଡି ନେତା କୋଣ୍ଡା ବାବୁ, ଜ଼ିଲ୍ଲାପାଳ ସ୍ଵଧା ଦେବ ସିଂ କଲେଜ ଓ ପି ଏମ ଜି ହଷ୍ଟେଲ ପରିଦର୍ଶନ କରିଥିଲେ l କଲେଜ ର ବିଭିନ୍ନ ସମସ୍ୟା ନେଇ ଅଧକ୍ଷ ଡାକ୍ତର ପ୍ରସନ କୁମାର ଗନ୍ତାୟତ ଙ୍କ ସହ ଆଲୋଚନା କରିଥିଲେ l ମାନ୍ୟବର ମନ୍ତ୍ରୀ କଲେଜ ର ହଷ୍ଟେଲ ର ନୂତନ କୋଠା ନିର୍ମାଣ ପାଇଁ 3 କୋଟି 51 ଲକ୍ଷ୍ୟ ଟଙ୍କା ଅନୁଦାନ କରିଛନ୍ତି l ସୀମିତ ଜାଗାରେ ପ୍ରାୟ 5600ରୁ ଅଧିକ ଛାତ୍ର ଛାତ୍ରୀଙ୍କୁ ନରି ଚଳିବ କଷ୍ଟକର ବୋଲି ଉଭୟେ ମନ୍ତ୍ରୀ ଓ ଜ଼ିଲ୍ଲାପାଳ ଚିନ୍ତବ୍ୟକ୍ତ କରିବା ସହିତ ଦ୍ୱତୀୟ କେମ୍ପସ ପାଇଁ ଯୋଜନା ଚାଲିଛି ତାହା ଖୁବ ଶୀଘ୍ର ପୂରଣ ହେବ ବୋଲି ମନ୍ତ୍ରୀ କହିଥିଲେ l ଜମି ର ଅଭାବ ଲାଗି ଦ୍ୱତୀୟ କେମ୍ପସ ନିର୍ମାଣ ହେଇପାରୁନଥିଲା ବର୍ତମାନ ସରକାର ଙ୍କ ଖାତା କୁ ଯେସକୋ ଜମି ଫେରିଛି ଏହି ଜାଗାରେ ରାୟଗଡା କଲେଜ ର ଦ୍ୱତୀୟ କେମ୍ପସ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ସହିତ ଆଲୋଚନା କରାଯାଇଛି ବୋଲି କହିଥିଲେ l ଯେଉଁ ହଷ୍ଟେଲ ରେ ମନ୍ତ୍ରୀ ରହି ପଡୁଥିଲେ ସେହି ରୁମ କୁ ଜାଇ ବୁଲି ଦେଖିଥିଲେ l ଓଡିଶା ର ଏକ ମାତ୍ର କଲେଜ ଯାହା ର ଛାତ୍ର ଛାତ୍ରୀ ଅତି ଶୃଙ୍ଖଳିତ ସେଥିପାଇଁ କଲେଜ ଛାତ୍ର ଛାତ୍ରୀ ଓ କଲେଜ କର୍ମଚାରୀ ଙ୍କୁ ମନ୍ତ୍ରୀ ପ୍ରସଂଶା କରିଥିଲେ l ଜ଼ିଲ୍ଲା ମଙ୍ଗଳ ଅଧୁକାରୀ ଅଶୋକ କୁମାର ଶତପଥୀ,ପ୍ରକଳ୍ପ ପ୍ରସାଶକ ଆଇ ଟି ଡି ଏ ରାୟଗଡା ଦିଲୀପ କୁମାର ବେହେରା, ସ୍ୱତନ୍ତ୍ର ଉନୟନ ପରିଷଦ ଅଧକ୍ଷା ଅନୁସୂୟା ମାଝୀ, ଜ଼ିଲ୍ଲା ପରିଷଦ ଅଧକ୍ଷା ସରସ୍ବତୀ ମାଝୀ ଉପସ୍ଥିତ ଥିଲେ l


Share: