ଉତ୍କଳ ବିକାଶ ପରିଷଦ ପକ୍ଷରୁ କବୟିତ୍ରୀ ପାୟଲ ପ୍ରିୟଦର୍ଶିନୀ ସମ୍ବର୍ଦ୍ଧିତ

Share:

ସମୀର ରଞ୍ଜନ ନାୟକ

ଭୁବନେଶ୍ୱର /କଟକ – କଟକ ସଦର ୪୨ ମୌଜା ଉପକଣ୍ଠ ଚାନ୍ଦୁଲି ଗ୍ରାମର ମେଧା ପ୍ରତିଭା ତଥା ସୁଲେଖିକା ପାୟଲ ପ୍ରିୟଦର୍ଶିନୀ ସାହିତ୍ୟ,ସଂସ୍କୃତି ସେବା, ଶିକ୍ଷା କ୍ଷେତ୍ରରେ ମହା ସଫଳତା ଆଦି ଉଲ୍ଲେଖନୀୟ କୃତିତ୍ୱ ନେଇ ଐତିହାସିକ ବଳୀବାମନ ପୀଠ ଚନ୍ଦୁଲି ଠାରେ ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ (ଉବିପ) ପକ୍ଷରୁ ଅନୁଷ୍ଠିତ ହୋଇଥିବା ପ୍ରତିଭା ଅନ୍ୱେଷଣ,ଆଲୋଚନା ଚକ୍ର ଓ ସମ୍ବର୍ଦ୍ଧନା ପର୍ବରେ ସମ୍ବର୍ଦ୍ଧିତ ହୋଇଛନ୍ତି । ପରିଷଦର ସଭାପତି ଯୁବ ସମାଜସେବୀ ତଥା ସ୍ତମ୍ଭକାର ଇଂ. ପ୍ରକାଶ ଚନ୍ଦ୍ର ସେଠୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ସରସ୍ଵତୀ କଳା ପରିଷଦର ସମ୍ପାଦକ ନାଟ୍ୟକାର ଅଶୋକ ପଟ୍ଟନାୟକ, ସଭାପତି କବୟିତ୍ରୀ ପ୍ରତିଭା ଶତପଥୀ,ଅଭିନେତା ଦୈତାରୀ ପ୍ରଧାନ,କରୋନା ଯୋଦ୍ଧା ଅଭିରାମ ସାହୁ,ବାବୁଲି ପାତ୍ର,ପବିତ୍ର ମୋହନ ଓଝା, ସ୍ବାସ୍ଥ୍ୟ ପରିଦର୍ଶକା ସନ୍ଧ୍ୟାରାଣୀ ଦାସ,କଣ୍ଠଶିଳ୍ପୀ ଇଂ. ଅମୀୟ ପଟ୍ଟନାୟକ, ସାମ୍ବାଦିକ ବସନ୍ତ ରଥ, ସାମ୍ବାଦିକ ବିଜୟ ସ୍ୱାଇଁଙ୍କ ସହ ବହୁ କାର୍ଯ୍ୟକର୍ତ୍ତା,ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ପିତା ଦକ୍ଷ ସଂଗଠକ ପ୍ରାଧ୍ୟାପକ ପ୍ରଫୁଲ୍ଲ ଦାସ, ମାତା ଧର୍ମପ୍ରାଣା ସୁମିତ୍ରା ଦାସଙ୍କ ସୁକନ୍ୟା ମେଧାଛାତ୍ରୀ ପାୟଲ ନିଜର ଶ୍ରେଷ୍ଠ କବିତା “ଭୋକ” ପାଇଁ ବହୁ ସଙ୍ଗଠନ ଦ୍ଵାରା ସମ୍ବର୍ଦ୍ଧିତ ଓ ତାଙ୍କ ବହୁ କବିତା ବେଶ୍ ପାଠକୀୟ ସ୍ଵୀକୃତି ଲାଭ କରିଛି ।


Share: