ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ପୁରୀ ଗସ୍ତ

Share:

ପୁରୀ ରୁ ରଞ୍ଜନ ଦାସ ଙ୍କ ରିପୋର୍ଟ

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତିନି ଦିନିଆ ଗସ୍ତରେ ଆସି ଆଜି ପୁରୀସ୍ଥିତ ରାଜ ଭବନରେ ପହଞ୍ଚିଛନ୍ତି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ମିହିର କୁମାର ପଣ୍ତା ରାଜ୍ୟପାଳଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ବାତ୍ୟା ଜୱାଦ ପ୍ରଭାବ ସଂପର୍କରେ ବରିଷ୍ଠ ଅଧିକାରୀ ମାନଙ୍କ ଠାରୁ ପଚାରି ବୁଝିଥିଲେ । ଆସନ୍ତାକାଲି ରାଜ୍ୟପାଳ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଅସବରରେ ରେଡକ୍ରସ, ସ୍କାଉଟ ଓ ଗାଇଡ ଏବଂ ସେଣ୍ଟ ଜନ୍ସ ଆମ୍ବୁଲାନ୍ସର ସ୍ବେଚ୍ଛାସେବୀ ମାନେ ରାଜ୍ୟପାଳଙ୍କୁ ସାକ୍ଷାତ କରିଛନ୍ତି । ବିଭିନ୍ନ ବିପର୍ଯ୍ୟୟ ସମୟରେ ସ୍ବେଚ୍ଛାସେବୀ ମାନଙ୍କ ସହଯୋଗ ଓ ସେବାର ରାଜ୍ୟପାଳ ଭୂୟସୀ ପ୍ରଶଂସା କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ତହସିଲଦାର ଶ୍ରୀ ରବିନ୍ଦ୍ର ପ୍ରଧାନ, ଅତିରିକ୍ତ ତହସିଲଦାର ଶ୍ରୀ ସୌମ୍ୟ ମିଶ୍ର, ସିଟି ଡିଏସପି ଶ୍ରୀ ଜନାର୍ଦ୍ଦନ ପାଢୀ, ରିଜର୍ଭ ପୁଲିସ ଅଧିକାରୀ ଶ୍ରୀ ଚନ୍ଦ୍ରଶେଖର ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ଆସନ୍ତା ୭ ତାରିଖରେ ରାଜ୍ୟପାଳ ଭୁବନେଶ୍ବର ଫେରିଯିବା ଗସ୍ତସୂଚୀ ରହିଛି ।


Share: