କୋଦଳା ଏନଏସି ରେ ନାମାଙ୍କନପତ୍ର ଦାଖଲ ର ଚତ୍ରୁଥ ଦିବସରେ ଶୂନ

Share:

ଭଗବାନ ପାଢ଼ୀ ଙ୍କ ରିପୋର୍ଟ

ଗଞ୍ଜାମ :ଚଳିତ ମାସ ୨ ତାରିଖଠାରୁ ନାମାଙ୍କନ ପତ୍ର ଦାଖଲ ପାଇଁ ଧାର୍ଯ୍ୟ ହୋଇଥିବା ବେଳେ କୋଦଳା ଏନଏସି ରେ ପ୍ରଥମ ଓ ଦ୍ବିତୀୟ ଦିନରେ କୌଣସି ପ୍ରାର୍ଥୀପତ୍ର ଦାଖଲ ହୋଇନଥିଲା। ତେବେ ନାମାଙ୍କନ ପତ୍ର ଦାଖଲର ତୃତୀୟ ଦିବସରେ କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ପଦବୀ ପାଇଁ ୨ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । କୋଦଳା ଏନଏସି ର ଓ୍ବାର୍ଡ ନମ୍ବର ୧୧ ରୁ ମହିଳା ପ୍ରାର୍ଥୀନୀ ରଶ୍ମିରାଣୀ ପାଢୀ ଅଧ୍ଯକ୍ଷ ପଦ ପାଇଁ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେହିପରି ୭ ନମ୍ବର ଓ୍ବାର୍ଡରୁ କବି ସାହୁ ସ୍ବାଧୀନ ପ୍ରାର୍ଥୀ ଭାବେ ଅଧ୍ଯକ୍ଷ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଚତ୍ରୁଥ ଦିବସରେ କେହି ନାମାଙ୍କନ ପତ୍ର ପ୍ରଦାନ କରି ନାହାନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଦଳ ପକ୍ଷରୁ ନାମାଙ୍କନ ପତ୍ର ଦାଖଲ କରାଯାଇନାହିଁ । ସେପଟେ ବିଜେଡ଼ି ପକ୍ଷରୁ ଆଶାୟୀଙ୍କ ତାଲିକା ଅଧିକ ରହୁଥିବା ଜଣାପଡିଛି । ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ ପାଇଁ ଧାର୍ଯ୍ୟ ହୋଇଥିବା ବେଳେ ୬ ତାରିଖରେ ବିଜୁ ଜନତା ଦଳର ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ଅନ୍ୟପଟେ ବିଜେପିରେ ମଧ୍ୟ ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା ଅଧିକ ରହିଥିବା ସୂଚନା ମିଳିଛି। ୨ ଦିନ ମଧ୍ୟରେ ବିଜେପି ପକ୍ଷରୁ ପ୍ରାର୍ଥୀ ଦିଆଯିବ ବୋଲି ସୂଚନା ମିଳିଛି। କଂଗ୍ରେସ ପକ୍ଷରୁ ଯୁବ ପ୍ରାର୍ଥୀ ଚୟନ ହୋଇଥିବା ଜଣାପଡିଛି।


Share: