ଖେଦାପୋଡ଼ା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ

Share:

ଅମୁଲ୍ୟ ନିଶଙ୍କ

ରାୟଗଡା :କୋଳନରା ବ୍ଲକ ଅନ୍ତର୍ଗତ ଖେଦାପୋଡା ଗ୍ରାମ ପଞ୍ଚାୟତରେ ଥିବା ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିଭାଗର ସରକାରୀ (ଏସ୍. ଏସ୍. ଡି) ଉଚ୍ଚ ବିଦ୍ୟାଳୟ ପରିସରରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷତ୍ରୀ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବାର୍ଷିକ ଉତ୍ସବରେମୁଖ୍ୟ ଅତିଥି ଅତିଥି ଭାବେ ମଙ୍ଗଳ ବିଭାଗ ଶିକ୍ଷା ପରିଦର୍ଶକ ଶ୍ରୀ ଶ୍ୟାମ ଘନ ଭୂୟାଁ, ସମ୍ମାନିତ ଅତିଥି ଭାବେ ଖେଦାପୋଡ଼ା ସରପଞ୍ଚ ନରସିଂହ କୀଲାକା , ଡୁମୁରିଗୁଡା ସରପଞ୍ଚ ଓ ସମିତି ସଭ୍ୟ ସ୍କୁଲର ପରିଚାଳନା କମିଟି ସଭାପତି , ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀbଚନ୍ଦନଦାସ ବାଙ୍ଗାରୀ, ରିଭୋଲକୋଣ ଏସ ଏସ ଡି ରେ ପ୍ରଧାନ ଶିକ୍ଷକ କେ ବାମନମୁର୍ତ୍ତି , ପାଇକପଡା ଆଶ୍ରମ ପ୍ରଧାନ ଶିକ୍ଷକ ତ୍ରିନାଥ ସାହୁ , ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଇମ୍ଫା କାରଖାନା ର ବରିଷ୍ଠ ଲୋକସମ୍ପର୍କ ଅଧିକାରୀ ଶକ୍ତି ପାଣିଗ୍ରାହୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ଥିଲେ l କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶ୍ରୀ ଜଗନ୍ନାଥଙ୍କ ଫୋଟ ଚିତ୍ରରେ ଦ୍ୱୀପ ପ୍ରଜ୍ୱଳନ କରାଗଲା ପରେ ଅତିଥି ପରିଚୟ ଏବଂ ଅତିଥିଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ପରେ ଅଧ୍ୟୟନରତ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା। ପ୍ରଧାନ ଶିକ୍ଷତ୍ରୀ ବାର୍ଷିକ ବିବରଣୀ ପାଠ କରିଥିଲେ। ବିଦ୍ୟାର୍ଥୀ ମାନଙ୍କ ଲୁକ୍କାୟିତ ପ୍ରତିଭା ଚୟନ ଦିଗରେ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଭିଭାବକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥାଏ। ପାଠପଢା ସହିତ କ୍ରୀଡ଼ାରେ ଜଡିତ ରହିଲେ ଛାତ୍ରଛାତ୍ରୀ ମାନଙ୍କ ମୌଖିକ ବିକାଶ ହେବା ସହ କଠିନ ପରିଶ୍ରମ ହିଁ ଜୀବନରେ ସଫଳତା ଆଣିଦେଇଥାଏ ବୋଲି ମୁଖ୍ୟ ଅତିଥି ଶ୍ରୀ ଭୂୟାଁ ନିଜ ଅଭିଭାଷଣରେ କହିଥିଲେ। ଛାତ୍ରଛାତ୍ରୀ ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଅନୁସୂଚିତ ଜନଜାତି ପିଲାଙ୍କ ଉଚ୍ଚ ଶିକ୍ଷା ନିମନ୍ତେ ସରକାରଙ୍କ ବିଭିନ୍ନ ପ୍ରକାର ଯୋଜନା ସମ୍ପର୍କରେ ଅନ୍ୟ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ମୁଖ୍ୟବକ୍ତା ଶ୍ରୀ ଶ୍ରୀ ଶକ୍ତି ପାଣିଗ୍ରାହୀ ଲୋକସମ୍ପର୍କ ଅଧିକାରୀ କହିଥିଲେ ଯେ ଏହି ଛାତ୍ର ଛାତ୍ରୀ ମନେ ଦେଶ ର ଭବିଷ୍ୟତ ନାଗରିକ ତେଣୁ ତୁମେ ମନେ ପାଠ ପଢିବା ସହିତ ଖେଳ କୁଦରେ ଏହି ସ୍କୁଲର ନାମ ଯେପରି ରହିବ ଚେଷ୍ଟା କର ତମ ପଛରେ ଆମ ଇମ୍ଫା କାରଖାନା ଅଛି ଆମେ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇଦେବୁ ବୋଲି କହିବା ସହିତ ଖେଳ ସାମଗ୍ରୀ ସ୍କୁଲ କୁ ପ୍ରଦାନ କରିଥିଲେ l ଏହି ଅବସରରେ ବିଭିନ୍ନ କ୍ରୀଡ଼ାରେ ପାରଦର୍ଶିତା ଲାଭ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରି ଉତ୍ସାହିତ କରିଥିଲେ। ଏହାପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏଥିରେ ଏହି ଉତ୍ସବ ରେ ଉପସ୍ଥିତଅତିଥି ଓ ଜନସାଧାରଣ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। କରୋନା ମହାମାରୀ ପରେ ଆଜି ସ୍କୁଲରେ ଯେଉଁ କ୍ରୀଡା ଓ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା ସେଥିରେ ଛାତ୍ର ଛାତ୍ରୀ ଓ ସ୍କୁଲ ର କର୍ମଚାରୀ ବହୁ ଆନନ୍ଦିତ ଥିବାର ଦେଖାଯାଇଥିଲା lଖେଳପଡ଼ିଆ ସ୍କୁଲ ପାଇଁ ନିହାତି ଆବଶ୍ୟକ ସେଥିପାଇଁ ସରପଞ୍ଚ ଓ ଗ୍ରାମବାସୀ ମିଳିତ ଭାବେ ସହଯୋଗ କରିଲେ ସ୍କୁଲ ନିକଟରେ ଥିବା ଜାଗା କୁ ସମତୁଲକରିବା ପାଇଁ ବ୍ଲକ ମଙ୍ଗଳ ଅଧିକାରୀ ଶ୍ରୀ ଚନ୍ଦନ ଦାସ ବାଙ୍ଗାରି ଅନୁରୋଧ କରିଥିଲେ l ଏହି ସ୍କୁଲ ର ଛାତ୍ରୀନିବାସ ବହୁତ ସୁନ୍ଦର ଓ ପରିଷ୍କାର ପରିଛନତା ରଖିଛନ୍ତି ଛାତ୍ରୀମାନେ ବୋଲି କହିଥିଲେ lବିଭିନ୍ନ ଅସୁବିଧା ନେଇ ପ୍ରଧାନ ଶିକ୍ଷtrib ମୁଖ୍ୟଅତିଥି ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ଏହି ସ୍କୁଲର ଛାତ୍ର ଛାତ୍ରୀ ମାନେ ଜ଼ିଲ୍ଲା ସ୍ତରୀୟ ସରିଗୀଫୁଲ କାର୍ଯ୍ୟକ୍ରମ ରେ ଭାଗ ନେଇ କୃତ କାର୍ଯ୍ୟ ହୋଇଥିବା ରୁ ଅତିଥି ମନେ ଶିକ୍ଷକ ଓ ଛାତ୍ର ଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ lଉକ୍ତ କାର୍ଯ୍ୟକ୍ରମକୁ କୁଟୁଳି ଆଶ୍ରମ ର ପ୍ରଧାନ ଶିକ୍ଷକ ଗୋପୀନାଥ ପରିଛା ପରିଚାଳନା କରିଥିବା ବେଳେବେଳେ ଏହି ସ୍କୁଲର ଶିକ୍ଷକ ଓ ଶିକ୍ଷୟତ୍ରୀ ତଥା ଅନ୍ୟ କର୍ମଚାରୀ ଉପସ୍ଥିତ ରହି ରହି ବାର୍ଷିକ ଉତ୍ସବ ରେ ସହଯୋଗ କରିଥିଲେ।


Share: