ଦୁର୍ନୀତି ନିବାରଣ ସଚେତନତା ଶୋଭାଯାତ୍ରା
ସମୀର ରଞ୍ଜନ ଓଡିଶା ବ୍ୟୁରୋଚିଫ
ପୁରୀ :ଦୁର୍ନୀତି ସମାଜର ବ୍ୟାଧି ସଦୃଶ୍ୟ। ବିକାଶ ଓ ଉନ୍ନତି ରେ ଏହା ବାଧକ ସାଜିଥାଏ।ତେଣୁ ପ୍ରତି ସ୍ତରରେ ଦୁର୍ନୀତି ର ବିଲୋପ ଘଟିବା ଆବଶ୍ୟକ।ଏହି ଉଦ୍ଦେଶ୍ୟ ରେ ଜିଲ୍ଲା ପ୍ରଶାସନ ଓ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଆଜି ପୂର୍ବାହ୍ନରେ ଏକ ଜନ ସଚେତନତା ଶୋଭାଯାତ୍ରାକୁ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶ୍ରୀ ପ୍ରଦୀପ କୁମାର ସାହୁ ପତାକା ଦେଖାଇ ଉଦଘାଟନ କରିଥିଲେ।ଏହି ଶୋଭାଯାତ୍ରା ଶ୍ରୀମନ୍ଦିର ଠାରୁ ବାହାରି ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ସେଠୀ ,ନେହେରୁ ଯୁବକେନ୍ଦ୍ରର ସଂଯୋଜକ ଶ୍ରୀ ଜୟ ଶଙ୍କର ଯୋଶୀ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ଚନ୍ଦନ କୁମାର ସାହୁ ପ୍ରମୁଖ ଯୋଗ ଦେଇ ପରିଚାଳନା କରିଥିଲେ।ଭାରତ ବିକାଶ ପରିଷଦ ର କାର୍ଯ୍ୟକର୍ତ୍ତା ସର୍ବଶ୍ରୀ ପୂର୍ଣ୍ଣ ଚନ୍ଦ୍ର ଖୁଣ୍ଟିଆ, ଶରତ ଜୟସିଂ, ସନ୍ତୋଷ କୁମାର ମହାନ୍ତି, ପୁରୀ ସେବା ସମିତି ର ସମ୍ପାଦକ ରବୀନ୍ଦ୍ର ନାଥ ସେନାପତି,ଉଦ୍ୟମିତା ପ୍ରକଳ୍ପ ର ଡ଼ଃ ରତ୍ନାକର ପାଣିଗ୍ରାହୀ,ଶ୍ରୀଜଗନ୍ନାଥ ଭକ୍ତ ସେବା ସଂସ୍ଥା ର ଗୋବିନ୍ଦ ଚନ୍ଦ୍ର ମହାନ୍ତି ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ। ଶ୍ରୀ ବାସୁଦେବ ସେନାପତି,ରାକେଶ ସେଠି,ସତ୍ୟକାମ ସାହୁ,କୃଷ୍ଣଚନ୍ଦ୍ର ସାହୁ,
ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ର ତାରା ପ୍ରସାଦ ଦାସ,ଶିବାନନ୍ଦ ତ୍ରିପାଠୀ,ବିସ୍ମୟ ପଟନାୟକ ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।