ଖଣ୍ଡହତା ଗ୍ରା:ପ ନବ ନିର୍ବାଚିତ ସରପଞ୍ଚ ଙ୍କ ଦାୟିତ୍ବ ଗ୍ରହଣ ଅବସର ରେ ନିଷ୍ଠା ପରିବାର ତରଫ ରୁ ରକ୍ତଦାନ ଶିବିର ଆୟୋଜନ

Share:

ଶ୍ୟାମ ସୁନ୍ଦର ପଣ୍ଡା ଙ୍କ ରିପୋର୍ଟ ।

ସୁବଅର୍ଣ୍ଣ ପୁର :ଆଜିକାର ସମୟରେ ନିର୍ବାଚନରେ ବିଜୟ ଲାଭ କଲେ ଗଡ ଜିତିଲା ପରି ମନେ କରୁଛନ୍ତି ।ବିଜୟୀ ହେବା ନିଶ୍ଚିତ ଭାବରେ ଖିସିର କଥା । କିନ୍ତୁ ବିଜୟୀ ହେବା ପରେ ଦାୟିତ୍ବବାନ ହେବା ଜରୁରୀ ମନେ ହୁଏ। ବର୍ତ୍ତମାନ ରକ୍ତ ଭଣ୍ଡାର ରେ ରକ୍ତ ର ଅଭାବ ଥିବା ଜାଣି ଆଜି ନିଜର କାର୍ଯ୍ୟଭାର ଗ୍ରହଣ ର ପ୍ରଥମ ଦିନରେ ଖଣ୍ଡହତା ଗ୍ରା:ପର ନବ ନିର୍ବାଚିତ ସରପଞ୍ଚ ଶ୍ରୀଯୁକ୍ତ ଚିତ୍ରସେନ ସାହୁ ଖଣ୍ଡହତା ଗ୍ରାମ ପଞ୍ଚାୟତ ବାସୀ ଓ ନିଷ୍ଠା ପରିବାର ର ମିଳିତ ଉଦ୍ୟମରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ର ଆୟୋଜନ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ କରିଥିଲେ। ଏହି ଶିବିର କୁ ଶ୍ରୀଯୁକ୍ତ ଦେବେଶ ଆଚାର୍ଯ୍ୟ,ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ, ବରଗଡ଼ ଓ ନିଷ୍ଠା ପରିବାର ର ଉପଦେଷ୍ଟା ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ,ଫିତାକାଟି ଉଦ୍ଘାଟନ କରିଥିଲେ ଓ ରକ୍ତଦାତାଂକୁ ଉତ୍ସାହିତ କରିଥିଲେ। ଏହି ଶିବିର ରେ ବରଗଡ ରକ୍ତ ଭଣ୍ଡାର ଦ୍ବାରା ମୋଟ #୫୧ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।ଶିବିର ପରିଚାଳନା ରେ ନିଷ୍ଠା ପରିବାର ର ସଭାପତି ରକ୍ଷପାଳ ସାହୁ, ଉପ ସଭାପତି କ୍ଷୀରୋଦ୍ର ସାହୁ,ସମ୍ପାଦକ ଅଶ୍ବିନୀ ତ୍ରିପାଠୀ ,କୋଷାଧ୍ଯକ୍ଷ ଶ୍ୟାମ ସୁନ୍ଦର ସାହୁ ଙ୍କ ସମେତ ନିଷ୍ଠା ର ସଦସ୍ୟ ମାନେ ସହଯୋଗ କରି ଶିବିର କୁ ସଫଳ କରିଥିଲେ। ସରପଞ୍ଚ
ରକ୍ତଦାନ ଶିବିର ଆୟୋଜନ କରି ପଞ୍ଚାୟତ ବାସୀଙ୍କ ସହିତ ରକ୍ତଦାନ କରି କାର୍ଯ୍ୟାରମ୍ଭ କରି ଆଜି ଏକ ଉଦାହରଣ ସୃଷ୍ଟି କରି ଏହି ବାର୍ତ୍ତା ଦେଇଛନ୍ତି ଯେ……
” ଯେ କୌଣସି ଅବସର ରେ ସମାଜ ସେବା କରାଯାଇ ପାରିବ,କେବଳ ଇଚ୍ଛା ଶକ୍ତି ଦରକାର”। ଆଗାମୀ ଦିନରେ ଖଣ୍ଡହଥା ଗ୍ରା:ପ ରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ମାନେ ଅନୁଷ୍ଠିତ ହେବ।


Share: