ବଳଙ୍ଗା ପୋଲିସ କୁ ବଡ଼ ସଫଳତା ବ୍ରାନସୁଗାର ସହିତ ଦୁଇ ଜଣଙ୍କୁ ଗିରଫ କରିଛି

Share:

ରଞ୍ଜନ ଦାସ ଙ୍କ ରିପୋର୍ଟ

ପୁରୀ :ଦୁଇ ବ୍ରାଉନ ସୁଗାର ବେପାରୀ ଙ୍କୁ ପୁରୀ ଜିଲ୍ଲା ର ବଳଙ୍ଗା ପୋଲିସ ଗିରଫ କରିଛି l ପୋଲିସ ସୂତ୍ରରୁ ମିଳିଥିବା ଖବର ଅନୁଯାଇ ଗତ ଗୁରୁବାର ସନ୍ଧ୍ୟାରେ ବିଶେଷ ସୂତ୍ରରୁ ଖବର ପାଇ ବାଳଅଙ୍ଗା ଥାନା ଏସ. ଆଇ ବେହେରା ପ୍ରତୀକ ଅନୁପମ ଓ ପୋଲିସ ବାଳ ହରିପୁର -ବାଳଅଙ୍ଗା ରାସ୍ତା ଦକ୍ଷିଣ ରଡ଼ସ ଗ୍ରାମ ନିକଟରେ ଚଢ଼ାଉ କରିଥିଲେ l ଚଢ଼ାଉ ସମୟରେ ଘଟଣା ସ୍ଥଳରେ ଠିଆହୋଇଥିବା hyundai xcent କାର od 02bj 2402 ଭିତରେ ସଂନ୍ଦେହଜନକ ଭାବରେ ଥିବା ଦୁଇଜଣ ବ୍ୟକ୍ତିଙ୍କୁ ପଚରା ଉଚରା ଓ ତଲାସି ସମୟରେ ସେମାନଙ୍କ ନିକଟରୁ 78ଗ୍ରାମ ଓ ଜନର ବ୍ରାଉନ ସୁଗାର ନଗଦ ଟା 2,150ଟଙ୍କା ଓ ତିନଟି ମୋବାଇଲ ଫୋନ ଜବତ କରାଯାଇଛି l ଜବତ ହୋଇଥିବା ବ୍ରାଉନସୁଗାର ର ମୂଲ୍ୟ ପ୍ରାୟ 8ଲକ୍ଷ ଟଙ୍କା ହେବ l ଏଥିସହିତ ଉକ୍ତ କାର ଆଗରେ ସୁରକ୍ଷା ଦେଇ ଆଶୁଥିବା ଏକ ବୋଲେଟ ମଟର ସାଇକେଲ od 02bz 2521କୁ ମଧ୍ୟ ଜବ କରାଯାଇଛି l ବ୍ରାଉନ ସୁଗାର କାରଵାରରେ ଲିପ୍ତ ଥିବା କୁକ୍ତ ଦୁଇ ବ୍ୟକ୍ତି ବାଳଅଙ୍ଗା ଥାନା ଗଡ଼ପଦନପୁର ଗ୍ରାମର ଚାନ୍ଦନ ପାତ୍ର ପି, ପ୍ରମଦ କୁମାର ପାତ୍ର ଓ ପ୍ରଭାତ କୁମାର ସ୍ୱାଇଁ ପି, ନାରହରି ସ୍ବାଇଁ ବାଳଅଙ୍ଗା ପୋଲିସ ଅଟକ ରଖି ଅଧୀକ ତଦନ୍ତ ଜାରି ରଖିଛି l ଏ ସମ୍ପର୍କ ରେ ବାଳଅଙ୍ଗା ଥାନା ndps act, ର ଧାରା 21(b)ଓ 29ରେ ଏକ ମକଦମା ରୁଜୁ କରାଯାଇଛି l ପୁରୀ ଆରକ୍ଷୀ ଅଧ୍ୟକ୍ଷ ଙ୍କ ନିର୍ଦେଶ ମତେ ଆଗାମୀ ଦିନରେ ଡ୍ରଗ୍ସ ମାଫିଆ ଙ୍କ ଉପରେ ଚଢ଼ାଉକୁ ଜୋରଯାର କରାଜୀବ ବୋଲି ପିପିଲି ଉପଖଣ୍ଡ ଆରକ୍ଷୀ ଅଧିକାରି ଆଜି ଏକ ସାମ୍ବାଦିକ ସମିଳନୀ ରେ ସୂଚନା ଦେଇଛନ୍ତି l


Share: