ଛଟେଇ କର୍ମଚାରୀ ଙ୍କ ପେନସନ ବୃଦ୍ଧି ପ୍ରତିବାଦରେ ପ୍ରଧାନମନ୍ତ୍ରୀ ଙ୍କ ନିକଟକୁ ପାତ୍ର ପଠାଇଲେ 340 ସଦସ୍ୟ

Share:

ଭଗବାନ ପାଢ଼ୀ ଙ୍କ ରିପୋର୍ଟ

ଗଞ୍ଜାମ : ମାସକୁ ମିନିମମ 9 ହଜାର ଟଙ୍କା ପେନସନ, ଆୟୁଷ୍ମାନ ଭାରତ ଯୋଜନା ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରେ ସମସ୍ତଙ୍କୁ ସାମିଲ କରିବା ସହିତ କେରଳ ଓ ଆପେକ୍ସ ହାଇକୋର୍ଟ ମିନିମମ ପେନସନ ପ୍ରଦାନ ଉପରେ ଦେଇଥିବା ଆଦେଶ ନାମାକୁ ତୁରନ୍ତ କାର୍ଯ୍ୟକାରୀ କରିବା ଦାବି ନେଇ ଆଜି ଆଲ ଓଡିଶା ଇପିଏଫ ପେନସନ ସଙ୍ଘ ଆସିକା ଶାଖା ପକ୍ଷରୁ ପ୍ରଧାନମନ୍ତ୍ରୀ ଙ୍କ ନିକଟକୁ ପୋଷ୍ଟ କାର୍ଡ ଜରିଆରେ ନିଜ ଦାବି ପଠାଇଛନ୍ତି 340 ସଦସ୍ୟ l 2003 ମସିହା ରେ ରାଜ୍ୟ ଉଠା ଜଳସେଚନ ବିଭାଗରେ କାର୍ଯ୍ୟରତ 8 ହଜାର କର୍ମଚାରୀଙ୍କୁ ସରକାର ଙ୍କ ପକ୍ଷରୁ ଛଟେଇ କରାଯାଥିଲା l ଏହି କର୍ମଚାରୀ ମାନଙ୍କୁ ବର୍ତମାନ ମାସିକ ଏକ ହଜାର ଟଙ୍କା ଲେଖାଏ ପେନସନ ଦେଉଛନ୍ତୁ ସରକାର l ଏହି ମହଙ୍ଗା ଦୁନିଆରେ ମାତ୍ର ଏକ ହଜାର ଟଙ୍କା ରେ ଚଳିବା ସମ୍ଭବ ହେଉନାହିଁ l ତେଣୁ ସଙ୍ଘ ପକ୍ଷରୁ ପେନସନ ବୃଦ୍ଧି ନେଇ ବିଭିନ୍ନ ସମୟରେ ସଙ୍ଘ ପକ୍ଷରୁ ଦାବି ହୋଇ ଆସୁଥିବା ବେଳେ ସରକାର କୌଣସି ପଦକ୍ଷପ ନେଉନାହାନ୍ତି l ତେଣୁ ଆଜି ନିଜ ସମସ୍ୟା ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟକୁ 340 ସଦସ୍ୟ ଚିଠିଲେଛନ୍ତି l ଯଦି ପ୍ରଧାନମନ୍ତ୍ରୀ ଏହାପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ନନିଅନ୍ତି ତେବେ ଆତ୍ମହତ୍ୟା କରିବାର ଚେତାବନୀ ଦେଇଛନ୍ତି ସଙ୍ଘ ସଦସ୍ୟ


Share: