ଗଞ୍ଜାମ ଜିଲ୍ଲା ଚାଷି ସୁରକ୍ଷା ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ୯ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ

Share:

ଭଗବାନ ପାଢ଼ୀ ଙ୍କ ରିପୋର୍ଟ

ଗଞ୍ଜାମ :ଗତ ଡିସେମ୍ବର ମାସରେ ଜାଓ୍ବାଦ ପ୍ରଭାବରେ ଲଗାଣ ବର୍ଷା ଫଳରେ ଶହ ଶହ ହେକ୍ଟର ଚାଷ ଜମିର ଧାନ ଓ ପନିପରିବା ଫସଲର ବ୍ୟାପକ କ୍ଷୟ କ୍ଷତି ଘଟିଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଚାଷୀ ଙ୍କୁ କ୍ଷୟ କ୍ଷତି ଆକଳନ କରି ସେମାନଙ୍କୁ ପ୍ରାପ୍ୟ ପ୍ରଦାନ କରାଯାଇନାହିଁ l ଫଳରେ ସମଗ୍ର ଚାଷି କୁଳ ହତାସ ହୋଇ ପଡିଛନ୍ତି ।

ଏହି କ୍ଷୟ କ୍ଷତିର ଭରଣ ଧାନ ମଣ୍ଡି ଖୋଲିବା ସକାଶେ ଚାଷି ସୁରକ୍ଷା ମଞ୍ଚର ଆବାହକ ଲଳିତ ମୋହନ ଦାସ, ଚାଷି ନେତା ରାଘବ ସିଅଙ୍କ ନେତୃତ୍ୱରେ ଶହ ଶହ ଚାଷି ବିରାଟ ଶୋଭାଯାତ୍ରାରେ ଆସିକା ବଷଷ୍ଟାଣ୍ଡ ସ୍ଥିତ ଡାକବଙ୍ଗଳାରୁ ବାହାରି ସାରା ସହର ପରିକ୍ରମା କରି ତହସିଲ କାର୍ଯ୍ୟାଳୟ ପହଁଞ୍ଚିଥିଲେ। ସେଠାରେ ପହଞ୍ଚି ୯ ଦଫା ସମ୍ବଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଆସିକା ତହସିଲଦାରଙ୍କୁ ପ୍ରଦାନ କରିଛନ୍ତି।


Share: