ରୁପାବାଲି ପରେ ଠାକୁରାପଦା ଖେଳ ପଡିଆର ଉନ୍ନତିକରଣ ନେଇ ପଡିଲା ଭିତ୍ତିପ୍ରସ୍ତର କ୍ରୀଡ଼ାମନ୍ତ୍ରୀଙ୍କ ଡବଲ ଉପହାର ପାଇଁ ରେମୁଣା ଅଞ୍ଚଳରେ ଖୁସିର ବାତାବରଣ

Share:

ସମୀର ରଞ୍ଜନ ଓଡିଶା ବ୍ୟୁରୋଚିଫ

ଭୁବନେଶ୍ୱର:ଆଜି ବିଧାୟକ ଶ୍ରୀ ସୁଧାଂଶୁ ଶେଖର ପରିଡାଙ୍କ ଦ୍ୱାରା ରେମୁଣା ବ୍ଲକ ଅନ୍ତର୍ଗତ ବରୁଣସିଂ ଗ୍ରାମପଞ୍ଚାୟତ ଅଧିନସ୍ଥ ଠାକୁରାପଦା ଖେଳପଡ଼ିଆର ଉନ୍ନତିକରଣ ପାଇଁ ଭିତ୍ତିପ୍ରସ୍ତର ପଡିଛି I ପଡ଼ିଆର ଉନ୍ନତିକରଣ ପାଇଁ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ 40 ଲକ୍ଷ ଟଙ୍କାର ଅନୁଦାନ ମିଳିଛି I ଏଥିରେ ଖେଳ ପଡ଼ିଆର ସର୍ବାଙ୍ଗୀନ ଉନ୍ନତିକରଣ ସହ ଖେଳାଳିମାନଙ୍କ ଲାଗି ବିଭିନ୍ନ ସୁବିଧା ସୃଷ୍ଟି କରାଯିବ I ପୂର୍ବରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବାଲେଶ୍ୱର ସମେତ ବିଭିନ୍ନ ଜିଲ୍ଲାରେ ବହୁମୁଖୀ ଇନଡୋର ଷ୍ଟାଡିୟମ ସହ ଅନ୍ୟନ୍ୟ କ୍ରୀଡ଼ା ଭିତ୍ତିଭୂମି ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି I ନିକଟରେ ଏହି ପଞ୍ଚାୟତ ଅଧୀନରେ ଥିବା ରୁପାବାଲି ଖେଳ ପଡ଼ିଆର ଉନ୍ନତିକରଣ ପାଇଁ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ 40ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିଥିବା ବେଳେ ଆଜି ଏହି ଅଞ୍ଚଳର ଦ୍ଵିତୀୟ ପଡିଆର ଉନ୍ନତିକରଣ ପାଇଁ ଶିଳାନ୍ୟାସ ସମଗ୍ର ରେମୁଣା ଅଞ୍ଚଳରେ ଖୁସିର ବାତାବରଣ ସୃଷ୍ଟି କରିଛି I
ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ଏହି ପଡିଆ ଉନ୍ନତିକରଣ ଶିଳାନ୍ୟାସ କାର୍ଯ୍ୟକ୍ରମରେ ରେମୁଣା ବିଧାୟକ ଶ୍ରୀ ସୁଧାଂଶୁ ଶେଖର ପରିଡା ଯୋଗଦେଇ ଉନ୍ନତ କ୍ରୀଡ଼ା ଭିତ୍ତଭୂମି ନିର୍ମାଣ କରି ତୃଣମୂଳ ସ୍ତରରୁ ଭଲ ଖେଳାଳି ସୃଷ୍ଟି କରିବାନେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ ଓ କ୍ରୀଡାବିଭାଗର ଉଦ୍ୟମକୁ ପ୍ରଶଂସା କରିଥିଲେ I ଏହି ପଡ଼ିଆର ଉନ୍ନତିକରଣ ଫଳରେ ପଂଚାୟତ ଅଧୀନରେ ଥିବା ସାହାର୍ଦ୍ଦା, ମାଳ, ଉତ୍ତରଚକ, ଟିଣା, ମଣ୍ଡଗାଁ, କୃଷନନ୍ଦପୁର ଏବଂ ପାଟରା ଆଦି ଗ୍ରାମର ଖେଳାଳି ମାନେ ଉପକୃତ ହୋଇ ପାରିବେ I ମାଲକାନଗିରି ଗସ୍ତ କାର୍ଯ୍ୟକ୍ରମ ଯୋଗୁଁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇପାରିନଥିବା କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତାଙ୍କର ଶୁଭେଚ୍ଛା ବାର୍ତ୍ତା ପ୍ରେରଣ କରିଥିଲେ I ଏହି କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଦଳାଇ, ଯୁବଶକ୍ତି କ୍ଲବ ସଭାପତି ଶଶିକାନ୍ତ ଆଚାର୍ଯ୍ୟ, ସମାଜସେବୀ ମାର୍କଣ୍ଡ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ I ପଡ଼ିଆର ଉନ୍ନତିକରଣ ନେଇ ବରିଷ୍ଠ ପ୍ରଶାସକ ଶ୍ରୀ କୈଳାସ ଚନ୍ଦ୍ର ଦାସ ଏବଂ ଶିକ୍ଷାବିତ୍ତ ଶ୍ରୀମତୀ ଶାନ୍ତା ଦାସଙ୍କ ଉଦ୍ୟମକୁ ଉପସ୍ଥିତ ଅତିଥିମାନେ ପ୍ରଶଂସା କରିଥିଲେ I ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗିରିଜା ଶଙ୍କର ଶତପଥୀ, ବୀରେନ୍ଦ୍ର ରାଉତ, ଗଜେନ୍ଦ୍ର ମହାଳିକ ପ୍ରମୁଖ ଉପସ୍ଥିତ ଥିଲେ I କାର୍ଯ୍ୟକ୍ରମ ଶେଷରେ ଅଞ୍ଚଳର ପୂର୍ବତନ ପ୍ରଧାନ ଶିକ୍ଷକ ବିରଞ୍ଚି ନାରାୟଣ ଦାସ ଧନ୍ୟବାଦ ଅର୍ପଣ କରିଥିଲେ I


Share: