ବାଲି ନିଲାମ କୁ ବିରୋଧ କରି ତହସିଲଦାର ଙ୍କୁ ଦାବିପତ୍ର ପ୍ରଦାନ

Share:

ଭଗବାନ ପାଢ଼ୀ

ଗଞ୍ଜାମ :ଭିମ ପୂରଗ୍ରାମରେ ସରକାରୀ ବାଲି ନିଲାମ କୁ ବିରୋଧ କରି 4ଗୋଟି ଗ୍ରାମଯଥା ହୁଣ୍ଡତ, ହତା ପୁର, ଭୀମପୁର, ପାଣ୍ଡର ଖୋଲି ଗ୍ରାମର ଶତାଧିକ ବ୍ୟକ୍ତି ଙ୍କ ତହସିଲଦାର ଙ୍କ ଅଫିସ ଆଗରେ ଏକାଠି ହୋଇ ଦାବିପତ୍ର ପ୍ରଦାନକରିଥିଲେ |

ସେମାନଙ୍କ କହିବା କଥା ଭୀମପୁର ବାଲିଘାଟ ନିଲାମ ଯୋଗୁଁ 400ଏକର ଗୋଚର ତଥା ରୟତ ଜମି ନଦୀ ଗର୍ଭରେ ଲୀନ ହୋଇଯାଇଛି | ଜଉଗଡ଼ ଠାରୁ ପୁରୁଷୋତ୍ତମପୁର ଯାଏଁ ଯାଇଥିବା ଆରଡ଼ି ରାସ୍ତା ପାଖରୁ ପୂର୍ବରୁ ଏହି ନଦୀ 500ମିଟର ଦୂରରେ ରହି ଥିଲା ବେଳେ ବର୍ତମାନ କୂଳ ଖାଇ, ଖାଇ 20ମିଟର ଦୂରରେ ରହିଛି |ବନ୍ୟାରୁ ରକ୍ଷା ପାଇବାପାଇଁ କୂଳଘାଇ କରାଯାଇଥିଲେ ସୁଦ୍ଧା ଉପର ମୁଣ୍ଡରେ ଘାଇ ଭାଙ୍ଗି ଯାଇଥିବା ଯୋଗୁଁ କୂଳଘାଇ ର ଏକଫୁଟ ତଳେ ପାଣି ଯାଉଛି |

ବାଲିଘାଟ ନିକଟରେ ଗାଁ ରହିଥିବାରୁ ବର୍ଷା ଦିନେ ବାଲି ଭାସି ଯାଇ ଗାଧୁଆ ତୋଠୁରେ ଛୋଟ ବଡ଼ ଦୁର୍ଘଟଣା ଘଟୁଛି |ନିଲାମ ଘାଟ ପାଖରେ ସ୍କୁଲ, ଅଙ୍ଗନବାଡି କେନ୍ଦ୍ର, ମନ୍ଦିର ରହିଥିବାରୁ ଏହି ବାଲି ନିଲାମ ଯୋଗୁଁ ସେଗୁଡିକ ଆଗାମୀ ଦିନରେ ନଦୀ ଗର୍ଭରେ ଲୀନ ହୋଇଯିବାର ଆଶଙ୍କା ଦେଖା ଦେଇଛି |ତେଣୁ ବାଲି ନିଲାମ ବନ୍ଦ ନହେଲେ ଆଗାମୀ ଦିନରେ ସବୁ ଗ୍ରାମବାସୀ ଅନଶନ ରେ ବସିବେ ବୋଲି କହିଛନ୍ତି |


Share: