ବିଜେଡି ମନ୍ତ୍ରୀଙ୍କ ବିଜେଡି କାର୍ଯ୍ୟଲୟ କୁ ଅଣଦେଖା

Share:

ଅମୁଲ୍ୟ ନିଶଙ୍କ

ରାୟଗଡା :ଗତ 22 ତାରିଖରେ ରାୟଗଡା ଜ଼ିଲ୍ଲା ର ଲୋକ ମୋହତ୍ସବ ଚଇତି ପରବ ର ଉଦଯାପନୀ ଦିବସ ରେ ମୁଖ୍ୟଅତିଥି ଭାବେ ଯୋଗ ଦେବାପାଇଁ ସ୍ଥାନୀୟ ସର୍କିଟ ହାଉସ ଠାରେ ରହିଥିଲେ l ଏହି ସମୟ ରେ ବିଜେଡି ଜ଼ିଲ୍ଲା ସଭାପତି ସୁଧୀର ଦାସ,ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ,ବିଜୁ ଯୁବ ଜନତା ଦଳ ସଭାପତି ଦେବାଶିଷ ଖାଡ଼ଙ୍ଗା, ରାୟଗଡା ସହର ର ବରିଷ୍ଠ ବିଜେଡି ସଂଗଠକ ତଥା ଟାଣୁଆ ନେତା ୟାଲା କୋଣ୍ଡା ବାବୁ, କାଶୀ ନାଇଡ଼ୁ, ସ୍ୱତନ୍ତ୍ର ଉନୟନ ପରିଷଦ ଅଧକ୍ଷା ଅନୁସୂୟା ମାଝୀ, ଜ଼ିଲ୍ଲା ପରିଷଦ ଅଧକ୍ଷା ସରସ୍ବତୀ ମାଝୀ, କାଶୀ ନାଇଡ଼ୁ, କୋଳନରା ଜ଼ିଲ୍ଲା ପରିଷଦ ସଭ୍ୟ ଧବଳେଶ୍ୱର ନାଇଡ଼ୁ, ଶଶୀ ଭାଇ, ବଡ଼ ଖଲାପୋଦର ସରପଞ୍ଚ ମାଦାରାଓ କୋଣ୍ଡଗୋରି, ମୁକୁନ୍ଦପୁର ର ଟାଣୁଆ ବିଜେଡି ନେତା ଚନ୍ଦ୍ର ବାବୁ ନାଇଡ଼ୁ ବୁଡୁ ଭାଇ ପ୍ରଭୃତି ମନ୍ତ୍ରୀଙ୍କୁ ସାକ୍ଷାତ କରି ଜ଼ିଲ୍ଲା ର ଦଳୀୟ ସ୍ଥିତି ଓ କିପରି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଯୋଜନା ମାନ କିପରି କାର୍ଯ୍ୟକାରୀ ହେଉଛି ଆଲୋଚନା କରିଥିଲେ l ଠିକ ଏହି ସମୟ ରେ ରାୟଗଡା ସହର ର ଟାଣୁଆ ବିଜେଡି ନାରୀନେତ୍ରୀ ତଥା ପୂର୍ବତନ କାଉନସିଳେର ସୁଜାତା ପାଳ ଆସି ମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ l କିନ୍ତୁ ରାୟଗଡା ଜ଼ିଲ୍ଲା ର ଟାଣୁଆ ବିଜେଡି ନେତା ଏନ ଭାସ୍କର ରାଓ ମନ୍ତ୍ରୀଙ୍କୁ ସାକ୍ଷାତ ପାଇଁ ଆସିନଥିଲେ ମାତ୍ର ସୁଜାତା ପାଳ ମନ୍ତ୍ତିଙ୍କୁ କହିଥିଲେ ଭାସ୍କର ରାଓ ଙ୍କ ଦେହ ଭଲ ନାହିଁ ତେଣୁ ଆସିପାରିଲେ ନାହିଁ ସୁଜାତା ଉଭୟ ମନ୍ତ୍ରୀ ପ ରାଓ ଙ୍କୁ ଫୋନ ମାଧ୍ୟମରେ କଥା କରାଇଥିଲେ ସେଥିପାଇଁ ମନ୍ତ୍ରୀ ଭାସ୍କର ରାଓ ଙ୍କ ଘର କୁ ଯାଇଥିଲେ ବୋଲି ଦଳୀୟ ନେତା ଓ କର୍ମୀ ଙ୍କ ଶୁଣିବାକୁ ମିଳୁଛି l ଜଣେ କେବିନେଟ ମନ୍ତ୍ରୀ ହୋଇ ପୁଣି ସେ ବିଜେଡି ଦଳର କିନ୍ତୁ ରାୟଗଡା ସହର ର ବିଜେଡି କର୍ମୀଙ୍କ କାର୍ୟଳୟ କୁ ନ ଆସି ରାଓ ଙ୍କ ଘରକି ଯିବା ନେଇ ରାୟଗଡା ବିଜେଡି ଓ ରାଜ୍ୟ ବିଜେଡି ରର ଜୋର ଚର୍ଚ୍ଚା ଧରିଛି ବୋଲି ରାୟଗଡା ବିଜେଡି ନେତା ମାନେ କଥାବାର୍ତ୍ତା ହେବାରେ ଲାଗିପଡ଼ିଛନ୍ତି l ମନ୍ତ୍ରୀଙ୍କ ଏହି ପରି କାର୍ଯ୍ୟ କୁ ବିଜେଡି ର ଉପରି ମହଲ ରେ ଜଣାଯାଇଛି ବୋଲି ବିଜେଡି ର ଏକ ନେତା ନିଜ ନା କୁ ଗୋପନ ରଖିଏହା କହିଛନ୍ତି l ଦେଖାଯାଉ ଆଗାମୀ ଦିନ ରେ ବିଜେଡି ର ପାଣି କୁଆଡେ ଯାଉଛି


Share: