ବରିଷ୍ଠ ଶିକ୍ଷକ ନିଳାଞ୍ଚଳ ମିଶ୍ର ରାଜ୍ୟପାଳଙ୍କ ଦ୍ବାରା ପୁରସ୍କୃତ

Share:

ଅମୁଲ୍ୟ ନିଶଙ୍କ

ରାୟଗଡା :ବରିଷ୍ଠ ଶିକ୍ଷକ ନିଳାଞ୍ଚଳ ମିଶ୍ର ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ଵାରା ସମ୍ମାନିତ ହୋଇଛନ୍ତି । ଭୁବନେଶ୍ୱର ସ୍ଥିତ ରବୀନ୍ଦ୍ର ମଣ୍ଡପ ଠାରେ ଜାତୀୟ ମତଦାତା ଦିବସ ଅବସରରେ ଆୟୋଜିତ ରାଜ୍ୟ ସ୍ତରୀୟ ଉତ୍ସବରେ ଶିକ୍ଷକ ଶ୍ରୀ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ରାୟଗଡ଼ ଜିଲ୍ଲାରେ ନୂତନ ଓ ପ୍ରତ୍ୟାସିତ ଭୋଟର ପଞ୍ଜିକରଣ, ତୃଟିଶୁନ୍ୟ ଭୋଟର ତାଲିକା ପ୍ରସ୍ତୁତି ଓ ବ୍ୟାପକ ଜନସଚେତନତା ସୃଷ୍ଟି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଏହି ସମ୍ମାନ ପ୍ରଦାନ କରାଯାଇଛି । ଜାତୀୟ ନିର୍ବାଚନ ଆୟୋଗଙ୍କ ମାପସୂଚୀ ଅନୁଯାୟୀ ରାଜ୍ୟର ଅନ୍ୟୁନ୍ୟ ପଞ୍ଚସ୍ତରୀ ଜଣ ପ୍ରସ୍ତାବିତ ମନୋନୟନ ମଧ୍ୟରୁ ରାଜ୍ୟରେ ଜଣେ ମାତ୍ର ସୁପରଭାଇଜର ଏହି ସମ୍ମାନର ଯୋଗ୍ୟ ହୋଇଥିବାରୁ ନିଜକୁ ଧନ୍ୟ ମନେକରିବା ସହ ଜିଲ୍ଲାର ସମସ୍ତ ବୁଥ ସ୍ତରୀୟ ଅଧିକାରୀ, ନିର୍ବାଚକ ଓ ଉପନିର୍ବାଚକ ତଥା ଭୋଟର ପ୍ରକ୍ରିୟାରେ ସାମିଲ ସମସ୍ତ ଅଧିକାରୀ ଏହାର ଭାଗିଦାରୀ ବୋଲି ଶିକ୍ଷକ ଶ୍ରୀ ନୀଳାଞ୍ଚଳ ମିଶ୍ର ପ୍ରକାଶ କରିଛନ୍ତି
ପ୍ରକାଶ ଥାଉ କି, ନିଳାଞ୍ଚଳ ମିଶ୍ର ଜଣେ ଉତ୍ତମ ଶିକ୍ଷକ ସହ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସମ୍ପାଦକ ଭାବେ ସମସ୍ତ ବର୍ଗର ଶିକ୍ଷକଙ୍କୁ ଏକ ରଜୁରେ ବାନ୍ଧି ରଖିଛନ୍ତି । ନିର୍ବାଚନ ସମେତ ସରକାରୀ ଯୋଜନା ଏବଂ ସାମାଜିକ କାର୍ଯ୍ୟକ୍ରମ ଗୁଡ଼ିକରେ ଜିଲ୍ଲା ପ୍ରଶାସନକୁ ସହଯୋଗ କରିବା ସହ ସମାଜ ସେବା କ୍ଷେତ୍ରରେ ସର୍ବଦା ବ୍ରତୀ ରହିଥାନ୍ତି । ମହାମହିମ ରାଜ୍ୟପାଳଙ୍କ ଦ୍ବାରା ସମ୍ମାନୀତ ହୋଇଥିବାରୁ ତାଙ୍କୁ ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ବୁଥ ସ୍ତରୀୟ ତଥା ନିର୍ବାଚନ ସମ୍ପର୍କିତ ଅଧିକାରୀ ସହ ରାୟଗଡ ଜନସାଧାରଣଙ୍କ ମହଲରୁ ଶୁଭେଚ୍ଛାର ସୁଅ ଚୁଟିବାରେ ଲାଗିଛି l


Share: