ପାରିବାରିକ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ

Share:

ଗଞ୍ଜାମ : 1/9/2021ପାରିବାରିକ ଶତ୍ରୁତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ । ଗୋଟିଏ ପରିବାର ର ତିନି ସଦସ୍ୟ ଆହାତ । ଆହତ ମାନେ ଆସିକା ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତି । ଗଞ୍ଜାମ ଜିଲ୍ଲା ଆସିକା ଥାନା ଗୁଣ୍ଠପଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ପାରିବାରିକ ଶତ୍ରୁତାକୁ କେନ୍ଦ୍ର କରି ଗୁଣ୍ଠପଡା ପନ୍ଦରା ସାହିର 24 ବର୍ଷୀୟ ଦଣ୍ଡପାଣି ବେହେରା ,ତାଙ୍କ ମା ନୟନି ବେହେରା ଓ ଜେଜେ ମା କାଞ୍ଚନ ବେହେରା ଙ୍କୁ ନିଜ ବଡ଼ବାପା ଜଗନ୍ନାଥ ବେହେରା, ତାଙ୍କ ସ୍ତ୍ରୀ ଓ ତିନି ଝିଅ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଦଣ୍ଡପାଣି, ତାଙ୍କ ମା ଓ ଜେଜେମା ଙ୍କୁ ଜଗନ୍ନାଥ ଙ୍କ ପରିବାର ସଦସ୍ୟ ମାନେ ମିଶି କାମୁଡିବା ସହିତ ଲୁହା ରଡ଼ ଓ କାଠ ବେଣ୍ଟ ରେ ଆକ୍ରମଣ କରିଥିଲେ । ଫଳରେ ଦଣ୍ଡପାଣି ଙ୍କ ପରିବାର ସଦସ୍ୟ ମାନେ ଗୁରୁତର ଆହାତ ହୋଇ ଆସିକା ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତି ହୋଇଥିବା ବେଳେ ଏହାକୁ ନେଇ ଆସିକା ଥାନାରେ ଦଣ୍ଡପାଣି ଙ୍କ ପରିବାର ପକ୍ଷରୁ ଏକ ଅଭିଯୋଗ ଦିଆଯାଇଥିବା ସୂଚନା ମିଳିଛି ।

ଗଞ୍ଜାମ ରୁ ଭଗବାନ ପାଢ଼ୀ ଙ୍କ ରିପୋର୍ଟ।


Share: