ହବିଷ୍ୟାଳୀ ଙ୍କ ସୁରକ୍ଷିତ ହବିଷ ବ୍ୟବସ୍ଥା ର ସମୀକ୍ଷା

Share:

ରଞ୍ଜନ ଦାସ

ପୁରୀ :ଚଳିତ ବର୍ଷ ପୁରୀ ରେ ହବିଷ୍ୟାଳୀ ମାନଙ୍କ ହବିଷ କାର୍ଯ୍ୟକ୍ରମ କୁ ସୁବ୍ୟବସ୍ଥିତ କରିବାକୁ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା କାର୍ଯ୍ୟ ସମୀକ୍ଷା କରିଛନ୍ତି। ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଏହାର ସମୀକ୍ଷା କରି ମା’ ମାନଙ୍କ ର ସୁରକ୍ଷିତ ରହଣି, ସୁରକ୍ଷା ବ୍ୟବସ୍ଥା, ମହାପ୍ରସାଦ ସେବନ, ଶ୍ରୀଜୀଉ ମାନଙ୍କୁ ଦର୍ଶନ, ଭଜନ, ପ୍ରବଚନ ବ୍ୟବସ୍ଥା ,ସ୍ୱାସ୍ଥ୍ୟ ସେବା ପରିମଳ, ଅଗ୍ନି ନିର୍ବାପକ ବ୍ୟବସ୍ଥା ଇତ୍ୟାଦି ପାଇଁ ସମ୍ପୃକ୍ତ ବିଭାଗ ଉତ୍ତରଦାୟୀ ଭାବେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶ୍ରୀ ପ୍ରଦୀପ କୁମାର ସାହୁ , ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଶ୍ରୀ କୈଳାସ ଚନ୍ଦ୍ର ନାୟକ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଜ୍ୟୋତି ଶଙ୍କର ମହାପାତ୍ର, ଅତିରିକ୍ତ ଏସ୍ ପି ଶ୍ରୀ ମିହିର ପ୍ରସାଦ ପଣ୍ଡା,
ସି ଡି ଏମ ଓ ଡା ସୁଜାତା ମିଶ୍ର ପର୍ଯ୍ୟଟନ ଅଧିକାରୀ ଶ୍ରୀ ସରୋଜ କୁମାର ପ୍ରଧାନ,ସହକାରୀ ଜିଲ୍ଲାପାଳ ଶ୍ରୀ ରାକେଶ ପଣ୍ଡା, ଓ ଅନ୍ୟାନ୍ୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।


Share: