ମଳ ଉପଚାର କେନ୍ଦ୍ର ଉଦଘାଟିତ

Share:

ଭଗବାନ ପାଢ଼ୀ ଙ୍କ ରିପୋର୍ଟ

ଗଞ୍ଜାମ :ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ନିକଟସ୍ଥ କିନାରୀ ଠାରେ ଆଜି ମଳ ଉପଚାର କେନ୍ଦ୍ର ଉଦଘାଟିତ ହୋଇଯାଇଛି ଏଇ ଉଦଘାଟନ ଗଞ୍ଜାମ ଜିଲ୍ଲା ସହରାଞ୍ଚଳ ଉର୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ସଚ୍ଚିଦାନନ୍ଦ ନାୟକ କରିଥିବାବେଳେ ଆଧୁନିକ ଜ୍ଞାନ କୌଶଳରେ ପରୀକ୍ଷା ମୂଳକ ଭାବରେ ନିର୍ମିତ ହୋଇଅଛି ଦଶହଜାର ଲିଟର ବିଶିଷ୍ଟ ଉକ୍ତ ଟାଙ୍କିରେ ମଳକୁ ବିନିଯୋଗ କରାଯାଇ ତାହାକୁ ଖତ ଉପଯୋଗୀ କରିବା ସହ ସେଥିରୁ ବାହାରିବା ପାଣି କୁ ପ୍ୟୁରିଫାଇ କରି ବିଭିନ୍ନ ଗଛ ମାନଙ୍କରେ ଦିଆଯିବ ବୋଲି ମଧ୍ୟ୍ୟ କହିଛନ୍ତି |

ଏହାର ଚାରି ପାର୍ଶ୍ଵରେ ବିଭିନ୍ନ ଔଷଧୀୟ ଗଛ ଲଗାଯିବାର କାର୍ଯ୍ୟକ୍ରମ ରହିଥିବେଳେ ଏକ ମିନି ପାର୍କ କରାଯିବ ବୋଲି କହିଛନ୍ତି ଶ୍ରୀ ନାୟକ |ଏଇ କାର୍ଯ୍ୟକ୍ରମ ରେ କୋଦଳା ତହସିଲଦାର ସସ୍ମିତା ଶତପଥୀ, ଏନଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ, କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୀରି ଉପାଧ୍ୟାକ୍ଷା ରଂଜିତା ସେଠିଙ୍କ ସମେତ ଏନଏସି ର ସମସ୍ତ ଷ୍ଟାଫ ଉପସ୍ଥିତ ଥିବାବେଳେ କାଉସୀଲର ଭଗବାନ ପାଢ଼ୀ, ମନୋରଞ୍ଜନ ଡାକୁଆ,ସିମାଞ୍ଚଳ ଖଟେଇ, ଜିତୁ ପ୍ରମୁଖ ପ୍ରକଳ୍ପ ନିର୍ଦ୍ଧେସକ ଶ୍ରୀ ନାୟକ ଙ୍କ ସହ ଆଲୋଚନା କରିଥିଲେ କୋଦଳା ମେଡିକାଲ ନିକଟରେ ଥିବା ମାର୍କେଟ କମ୍ପ୍ଲେସ କିଭଳି ଲଟେରୀ କରି ଦିୟା ଯିବା ସହ କୋଦଳା ରେ ୨ ଟି ଆଇ ଲଭ କୋଦଳା ଲେଖିବା ପାଇଁ ନିର୍ଦେଶ ଥିବା ବେଳେ ବର୍ତମାନ ସୁଦ୍ଧା କାର୍ଯ୍ୟ ହୋଇନଥିବା ବେଳେ ଏହାକୁ କିଭଳି ଜଲଦି କରାଯିବ ସେଇ ଉପରେ ଆଲୋଚନା କରିଥିଲେ


Share: