ଦୁର୍ଗାପୂଜା ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Share:

ରଞ୍ଜନ ଦାସ

ପୁରୀ :ଦୁର୍ଗାପୂଜା ଓ ଭସାଣୀ ଉତ୍ସବ କୁ ଶାନ୍ତି ଶୃଙ୍ଖଳାର ସହ ସମ୍ପର୍ଣ୍ଣ କରିବା ଉଦ୍ଦେଶ୍ୟରେ ଏକ ପ୍ରସ୍ତୁତି ବୈଠକ ସଦଭାବନା ସଭାଗୃହ ଠାରେ ଶୁକ୍ରବାର ଅପରାହ୍ନରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା
ଦୁର୍ଗାପୂଜା ଶାନ୍ତି ଓ ସଦଭାବନା ର ପ୍ରତୀକ ହୋଇଥିବାରୁ ପ୍ରତ୍ୟେକ ଶୃଙ୍ଖଳା ର ସହ ପରିଚାଳନା କରିବାକୁ ଅନୁରୋଧ କରିଥିଲେ। ବୈଠକ ର ନିଷ୍ପତ୍ତି ଅନୁସାରେ ଦଶହରା ଅକ୍ଟୋବର ୫ ତାରିଖରେ ଓ ଭସାଣୀ ଉତ୍ସବ ୬ ତାରିଖରେ ଅନୁଷ୍ଠିତ ହେବ। ଅକ୍ଟୋବର ୧ ତାରିଖରେ ଷଷ୍ଠୀ,୨ ତାରିଖରେ ମହାସପ୍ତମୀ, ୩ ତାରିଖରେ ମହାଷ୍ଟମୀ, ୪ ତାରିଖରେ ନବମୀ ଅନୁଷ୍ଠିତ ହେବ। ପୂଜା ସମୟରେ ପ୍ରତ୍ୟେକ ପୁଜା କମିଟି ଉପଯୁକ୍ତ କର୍ତ୍ତୃପକ୍ଷ ଙ୍କ ଠାରୁ ଅନୁମତି ନେବା ସହ ଅଗ୍ନି ନିର୍ବାପକ ବ୍ୟବସ୍ଥା କରିବା, ରାସ୍ତା ଅବରୋଧ ନ କରିବା, ସ୍ୱଛତା ବ୍ୟବସ୍ଥା କରିବେ।ଭସାଣୀ ଦିନ ସିଂହଦ୍ୱାର ଠାରେ ସମସ୍ତ ମେଢ଼ ଗୁଡିକ ଏକତ୍ରିତ ହେବେ। ସେଠାରେ ମେଢ ପ୍ରଦର୍ଶନ କରାଯିବା ପରେ ଭସାଣୀ ଉତ୍ସବ ଅନୁଷ୍ଠିତ ହେବ। ମେଢ ଗୁଡିକ ମଙ୍ଗଳାହାଟ ସ୍ଥିତ ଅସ୍ଥାୟୀ ପୋଖରୀରେ ବିସର୍ଜିତ ହେବେ। ବିସର୍ଜନ ସ୍ଥଳରେ ମୁନିସିପାଲ୍ଟି ପକ୍ଷରୁ ଆଲୋକ ବ୍ୟବସ୍ଥା, କ୍ରେନ ବ୍ୟବସ୍ଥା, ଆରକ୍ଷୀ ବିଭାଗ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା,ଟ୍ରାଫିକ ନିୟନ୍ତ୍ରଣ, ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନି ନିର୍ବାପକ ଓ କୌଣସି ଦୁର୍ଘଟଣା ପାଇଁ ପଦକ୍ଷେପ ନେବା,ପୂଜା ଓ ଭସାଣୀ ସମୟରେ ପାନୀୟ ଜଳ ବ୍ୟବସ୍ଥା, ଆଲୋକ ବ୍ୟବସ୍ଥା, ରାସ୍ତା ଘାଟ ମରାମତି ଇତ୍ୟାଦି ବ୍ୟବସ୍ଥା ସମ୍ପୃକ୍ତ ବିଭାଗ ମାନେ କରିବାକୁ ଅନୁରୋଧ କରାଗଲା।ପୂଜା କମିଟି ମାନେ ଶୃଙ୍ଖଳାରକ୍ଷା ଓ ସୁରକ୍ଷା ପାଇଁ ସ୍ୱଛାସେବୀ ନିୟୋଜନ କରିବା,ସି ସି ଟିଭି ଲଗାଇବା, ପୂଜା କମିଟି ର ସ୍ୱଛାସେବୀ ଙ୍କୁ ଚିହ୍ନଟ ପାଇଁ ପରିଚୟ ପତ୍ର ବ୍ୟବସ୍ଥା କରିବା କୁ ଅନୁରୋଧ କରାଯାଇଥିଲା। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ଦିଲ୍ଲୀପ କୁମାର ମହାପାତ୍ର, ଉପଜିଲ୍ଲାପାଳ ଭବତାରଣ ସାହୁ, ଅତିରିକ୍ତ ଏସ ପି ମିହିର ପ୍ରସାଦ ମହାନ୍ତି, ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ,ସିଟି ଡିଏସପି କେ କେ ହରିପ୍ରସାଦ, ବିଭିନ୍ନ ବିଭାଗର ଅଧିକାରୀ, ପୂଜା କମିଟି ର କର୍ମକମର୍ତ୍ତା ପ୍ରମୁଖ ଯୋଗ ଦେଇ ଆଲୋଚନା ରେ ଅଶଂଗ୍ରହଣ କରିଥିଲେ।


Share: