ହସ୍ତତନ୍ତ ଜାତୀୟ ପୁରଷ୍କାର ବିଜେତାଙ୍କ ପକ୍ଷରୁ ମୁଖ୍ୟ ମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୭୫ ହଜାର ଟଙ୍କା ଦାନ

Share:

ସମୀର ରଞ୍ଜନ ନାୟକ,ଓଡିଶା ବ୍ୟୁରୋଚିଫ

ଭୁବନେଶ୍ୱର:ହସ୍ତତନ୍ତ ଜାତୀୟ ପୁରସ୍କାର ବିଜେତା ତଥା ବରଗଡ଼ ଜିଲ୍ଲା ସ୍ଥିତ ଲକି ହାଣ୍ଡୁଲୁମ୍ସ୍ ମୁଖ୍ୟ ଶ୍ରୀ ସଞ୍ଜୟ ମେହେର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୭୫ ହଜାର ଟଙ୍କା ଦାନ କରିଛନ୍ତି । ଶ୍ରୀ ମେହେର ଉକ୍ତ ଚେକକୁ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ମନ୍ତ୍ରୀ ଶ୍ରୀମତୀ ରିତା ସାହୁଙ୍କ ମାଧ୍ୟମରେ ପ୍ରେରଣ କରିଥିଲେ । ଆଜି ରାଜ୍ୟ ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ ଜେନାଙ୍କ ମାଧ୍ୟମରେ ମାନ୍ୟବର ମନ୍ତ୍ରୀ ଶ୍ରୀମତୀ ସାହୁ ଏହି ଚେକ୍ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ପ୍ରଦାନ କରିଛନ୍ତି ।
ଚେକ୍ ଗ୍ରହଣ କରି ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଶ୍ରୀ ମେହେରଙ୍କୁ ସାଧୁବାଦ ଜଣାଇବା ସହ ତାଙ୍କର ଉତ୍ତରତ୍ତୋର ମଙ୍ଗଳ କାମନା କରିଥିଲେ ।


Share: