137ତମ ଜାତୀୟ କଂଗ୍ରେସ ର ପ୍ରତିଷ୍ଠା ଦିବସ ପାଳିତ
ଅମୁଲ୍ୟ ନିଶଙ୍କ ରିପୋର୍ଟ ।
ରାୟଗଡା :ଜାତୀୟ କଂଗ୍ରେସ ର137ତମ ପ୍ରତିଷ୍ଠା ଦିବସ ଆଜି ସ୍ଥାନୀୟ କଂଗ୍ରେସ ଭବନ ଠାରେ ପାଳିତ ହୋଇଯାଇଛି ଏହି କାର୍ଯ୍ୟକ୍ରମ ରେ ଜ଼ିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଦୁର୍ଗା ପ୍ରସାଦ ପଣ୍ଡା ଦଳୀୟ ପତାକା ଉତୋଳନ କରି ଜାତୀୟ ସଂଗୀତ ଗାନ କରି କଂଗ୍ରେସ ଏକ ବିରାଟ ଦଳ ଏହି ଦଳ ସମୁଦ୍ର ସଦୃଶ୍ୟ ଏହି ଦଳ କୁ କେତେ ଆସୁଛନ୍ତି କେତେ ଯାଉଛନ୍ତି ତାହାର ହିସାବ ନାହିଁ ମାତ୍ର ଦଳ ଅଛି ରହିବ କିନ୍ତୁ କେତେକ ସ୍ଵାର୍ଥ୍ୟ ବାଦୀ ମାନେ କଂଗ୍ରେସ ଛାଡି ଚାଲିଯାଉଛନ୍ତି ଯେତେବେଳେ ଦଳ ର ପରିସ୍ଥିତି ଭଲ ଥିଲା ଓ ନାଲି ବତୀ ଗାଡି ଆସିଲେ ବହୁ କର୍ମୀ ଏହି କଂଗ୍ରେସ ଭବନ ର ସୁଅ ଚୁଟୁଥିଲା କିନ୍ତୁ ବର୍ତମାନ କଂଗ୍ରେସ ର ନଳିବତୀ ଗାଡି ନଥିବାରୁ ଆଜିର ଏହି କାର୍ଯ୍ୟକ୍ରମ ରେ କଂଗ୍ରେସ ର ପଦାଧିକାରୀ ଓ କର୍ମୀ ଙ୍କ ଦେଖାନାହିଁ ଏହା ଅତିଦୁର୍ଭାଗ୍ୟ ବୋଲି ଦୁର୍ଗା ପଣ୍ଡା କହି କ୍ଷବ ପ୍ରକାଶ କରିଥିଲେ କଂଗ୍ରେସ ଦଳ ବହୁ ପୁରାତନ ଦଳ ଏହା ଏକ ସମୁଦ୍ର ସଦୃଶ୍ୟ ଏହି ଦଳ ବହୁ ଲୋକଙ୍କୁ ବହୁତ କିଛି ଦେଇଛି କିନ୍ତୁ ସେ ସବୁକୁ ଭୁଲି ନିଜର ସ୍ୱାର୍ଥ ପାଇଁ ଦଳ ତ୍ୟାଗ କରି ଅନ୍ୟ ଦଳରେ କିପରି ଅଛନ୍ତି ତାହା ସମସ୍ତେ ଜାଣନ୍ତି ବୋଲି ଅତିଥି ମାନେ ମତ ବ୍ୟକ୍ତ କରିଥିଲେ ଆଗାମୀ ଦିନ କଂଗ୍ରେସ ସୁଦୃଢ ହୋଇ ରାଜ୍ୟ ଓ କେନ୍ଦ୍ର ରେ ନିଶ୍ଚିତ ଭାବେ ସରକାର ଗଢ଼ିବ ଏଥିରେ ସନ୍ଦେହ ନାହିଁ ବୋଲି ଉପସ୍ଥିତି ଅତିଥି ମାନେ କହିଥିଲେ ରେ ପରେ ସ୍ବର୍ଗତ ପ୍ରଧାନ ମନ୍ତ୍ରୀ ଇନ୍ଦିରା ଗାନ୍ଧୀ ରାଜୀବ ଗାନ୍ଧୀ ଓ ସ୍ବର୍ଗତ ରାମଚନ୍ଦ୍ର ଉଲକା ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ନୀଳମାଧଵ ଉଲାକା ରତ୍ନ ମଣି ଇଲାକା ପଦ୍ମପୁର ବ୍ଲକ ସଭାପତି ଉପେନ୍ଦ୍ର ସାହୁ ମଙ୍ଗରାଜ ଓ ଅନ୍ୟ ବହୁ କର୍ମୀ ଉପସ୍ଥିତ ରହିଥିଲେ।