ଓଡିଶା ଭାସ୍କର ଲାଇଭ ର ଜିଲ୍ଲାସ୍ତରୀୟ ସମ୍ମିଳନୀ

Share:

ସମୀର ରଞ୍ଜନ ଓଡିଶା ବ୍ୟୁରୋଚିଫ

ପୁରୀ :ଓଡିଶା ଭାସ୍କର ଲାଇଭ ର ଜିଲ୍ଲା ସ୍ତରୀୟ ସମ୍ମିଳନୀ ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବାବେଳେ ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ ମୁଖ୍ୟ ବକ୍ତା ଭାବେ ଯୋଗଦାନ କରିଥିଲେ l ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠି,ଓଡିଶା ଭାସ୍କର ଲାଇଭ ଉପଦେଷ୍ଟା ତିଳକରାଜ ମହାନ୍ତି,ସେବାୟତ ମଧୁସୂଦନ ସିଂହାରୀ , ଉତ୍କଳ ବିଦ୍ୱତ ପରିଷଦର ଅଧକ୍ଷ ମନୋଜ ରଥ ଅନ୍ୟତମ ଅତିଥି ଭାବେ ଯୋଗଦାନ କରିଥିବାବେଳେ ମୁଖ୍ୟ ନିର୍ବାହୀ ଅଧିକରୀ କୋୖସ୍ତବ ଦାସ କାର୍ଯ୍ୟକ୍ରମକୁ ସଭାପତିତ୍ୱ କରିଥିଲେ l ଦେବାଶିଷ ରାଉତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ଓଡିଶା ଭାସ୍କର ଜିଲ୍ଲାସ୍ତରୀୟ ସମ୍ମିଳନୀ ରେ ଅତିଥି ମାନେ କହିଥିଲେ ଖବର ର ବ୍ୟାପକତା ମଧ୍ୟରେ ସାମ୍ବାଦିକ ଖବର ଚୟନ କରିବା ଓ ଉପଯୁକ୍ତ ଖବରକୁ ପ୍ରସାରଣ ଯୋଗ୍ୟ କରିବା ଦିଗରେ ସଜାଗ ହେବା ଉପରେ ଗୁରୁତ୍ୱ ଦେଇଛନ୍ତି l ପରେ ପୁରୀ ଜିଲ୍ଲାର ପ୍ରତିଭା ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ସଂମ୍ମାନିତ କରାଯାଇଥିଲା l ଏହାପରେ ଅଭିନୟନା ଡାନ୍ସ ଏକାଡେମୀ, କୃଷ୍ଣ ମଣି ନୃତ୍ୟ ପରିଷଦ ତରଫରୁ ଓଡିଶୀ. ସମ୍ବଲପୁରୀ. ଆସାମ ବିହୁ ନୃତ୍ୟୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ମାନସ ଦାଶ ଓ ଦେବାଂଶୀ ଦାସ ସଙ୍ଗୀତ ପରିବେଷଣ କରିଥିଲେ l କାର୍ଯ୍ୟକ୍ରମକୁ ସିଂହାରି ଆଲୋକ ଖୁଣ୍ଟିୟା ସଂଯୋଜନା କରିଥିବାବେଳେ ଓଡିଶା ଭାସ୍କର ଜିଲ୍ଲା ପ୍ରଥିନିଧି ଶିବପ୍ରସାଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ l


Share: