ଦୁମୁକୁପାଡ଼ୁ ଗ୍ରାମ ର ସମସ୍ୟା ନେଇ କୋଳନରା ବ୍ଲକ ପଂଚାୟତ ସମିତି ଙ୍କ ବିଡିଓ ଙ୍କ ଠାରେ ଫେରାଦ

Share:

ଅମୁଲ୍ୟ ନିଶଙ୍କ

ରାୟଗଡା :କୋଳନରା ବ୍ଲକ ସଦର ମୋହକୁମା ଠାରୁ ଅଳ୍ପ ଦୂରରେ କୋଳନରା ପଂଚାୟତ ର ଦୁମୁକୁପାଡ଼ୁ ଗ୍ରାମ ଅବସ୍ଥିତ l ଦେଶ ସ୍ୱାଧୀନତା ର 77 ବର୍ଷ ବିତିଯାଇଥିଲେ ମଧ୍ୟ୍ୟ ଏହି ଗ୍ରାମ ର ଅଧିବାସୀ ମାନେ ଅଭିଶପ୍ତ ଜୀବନ ବିତାଉଛନ୍ତି l ସରକାର ଲୋକଙ୍କ ଉନ୍ନତି ପାଇଁ ବିଭିନ୍ନ ଯୋଜନା ମାନ କରୁଛନ୍ତି ଦୁଃଖ ର କଥା ଏହି ଗାଁ କୁ ସରକାର ଙ୍କ ଯୋଜନା ପହଂଚି ପାରୁନାହିଁ ଏମିତିକି ପିଇବା ପାଣି ଏହି ଗାଁ କୁ ପହଂଚାଇବା ପାଇଁ ପ୍ରସାଶନ ସମ୍ପୂର୍ଣ ବିଫଳ ବୋଲି ବିଭିନ୍ନ ଖବର କାଗଜ ର ଦୀର୍ଘ ଦିନ ଖବର ପ୍ରସାରଣ ପରେ ଟେଙ୍କର ମାଧ୍ୟମରେ କିଛିଦିନ ପାଇଁ ପାଣି ପଠାଇଥିଲେ କିନ୍ତୁ ବର୍ଷା ଦିନ ଆରମ୍ଭ ରୁ ଗାଁ କୁ ପାଣି ଟେଙ୍କର ପଠାଇବା ସମ୍ପୂର୍ଣ ବନ୍ଦ କରାଯାଇଛି l ଏହି ଗ୍ରାମ କୁ ବ୍ଲକ ଉପାଦକ୍ଷ ହଳଧର କାର୍ଜି, ଥେରୁବାଲି ସମିତି ସଭ୍ୟା ସମନ୍ତୀ ହିକକା, କୋଳନରା ସମିତି ସଭ୍ୟ ରାଇସିଂ ତାଡିଙ୍ଗି, ଭୋଇମାଡା ସମିତି ସଭ୍ୟା ଅନିତା ମଣ୍ଡାଙ୍ଗୀ, କେଲିଗୁଡା ସମିତି ଆଲମା ମଣ୍ଡାଙ୍ଗୀ କାର୍ତିକଗୁଡ଼ା ସମିତି ପ୍ରଦୀପ ମେଲେକା ଙ୍କ ନେତୃତ୍ୱ ରର ଅନ୍ୟ ସମିତି ସଭ୍ୟ ସଭ୍ୟା ଏହି ଦୁମୁକୁପାଡ଼ୁ ଗ୍ରାମ କୁ ଯାଇ ଲୋକଙ୍କ ଅଭାବ ଅସୁବିଧା ପଚାରି ବୁଝିଥିଲେ l ଏହାର ନିରାକରଣ ପାଇଁ ଆଜି ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀ ଗୌର ଚନ୍ଦ୍ର ପଟ୍ଟନାୟକ ଙ୍କୁ ହଳଧର କାର୍ଜି ଙ୍କ ନେତୃତ୍ୱ ରେ ଅନ୍ୟ ସମିତି ସଭ୍ୟ ସଭ୍ୟା ମିଶି ଏହି ଗାର ଦୁଃଖ ଦୁର୍ଦଶା ବିଶୟରେ ଅବଗତ କରାଇଥିଲେ l ଏହି ଗାଁ କୁ ମୁଖ୍ୟତଃ ପିଇବା ପାଣି ଓଁ ଯାତାୟାତ ପାଇଁ ରାସ୍ତା ର ଅସୁବିଧା ବିଷୟରେ କହିଥିଲେ l ସମସ୍ତ ବିଷୟ ଶୁଣି ବିଡିଓ ଉକ୍ତ ଦୁମୁକୁପାଡ଼ୁ ଯାଇଁ ଏହି ଗାର କିପରି ଉନ୍ନତି ହେବ ଚେଷ୍ଟା କରିବି ବୋଲିବା ନିର୍ବାଚିତ ପ୍ରତିନିଧି ଙ୍କୁ କହିଥିଲେ l ହଳଧର ଓଁ ସମନ୍ତୀ ଙ୍କ ସ୍ୱାମୀ ଅଶୋକ ଏହି ଗାଁ ଲୋକେ ଚାଉଳ କିରୋସିନ ପାଇଁ ଦୀର୍ଘ 25 କିଲୋମିଟର ରାସ୍ତା ବୁଲି ମୁକୁନ୍ଦପୁର ଦେଇ କୋଳନରା ଆସି ନିଅନ୍ତି 20 ଟଙ୍କାର ଚାଉଳ ପାଇଁ 200 ଟଙ୍କା ଖର୍ଚ୍ଚ କରୁଛନ୍ତୁ ଏହାଠୁ ଆଉ କଣ ଦୁର୍ଭାଗ୍ୟ କିଛି ନାହିଁ ବୋଲି କହିଥିଲେ l ଦେଖାଯାଉ ଏହି ଗ୍ରାମର ଭବିଷ୍ୟତ କେଉଁଦିଗ କୁ କୁଯାଉଛି l


Share: