ଜିଲ୍ଲା ପରିଷଦ ବିଜୟୀ

Share:

ରଞ୍ଜନ ଦାସ

ପୁରୀ :ତାଳବଣିଆ ସ୍ପୋର୍ଟ୍ସ କମ୍ଲେକ୍ସ ଠାରେ ଆଜି ଜିଲ୍ଲା ପରିଷଦ ଏକାଦଶ ଓ ପୁରୀ ପୌରପାଳିକା ଏକାଦଶ ମଧ୍ୟ ରେ ଟୋଣ୍ଟି ଟୋଣ୍ଟି କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଆଗାମୀ ହକି ୱ୍ବାଲ୍ଡ କପର ପ୍ରଚାର ପ୍ରସାର ଉଦ୍ଦେଶ୍ୟ ରେ ଆୟୋଜିତ ଏହି ମ୍ୟାଚ ରେ ଜିଲ୍ଲା ପରିଷଦ ୨୯ ରନରେ ପୌରପାଳିକା ଏକାଦଶ କୁ ହରେଇ ଥିଲା।ଜିଲ୍ଲା ପରିଷଦ ଏକାଦଶ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୧୪ ରନ କରିଥିବା ବେଳେ ପୌରପାଳିକା ଏକାଦଶ ୮୫ ରନ କରିବାରେ ସକ୍ଷମ ହୋଇଥିଲା।ଜିଲ୍ଲା ପରିଷଦ କୁ ଚମ୍ପିୟାନସ ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ଉତ୍କୃଷ୍ଟ ଖେଳ ପାଇଁ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ ଦଳର ଅଧିନାୟକ ଜ୍ୟୋତି ଶଙ୍କର ମହାପାତ୍ର ଙ୍କୁ ଶ୍ରେଷ୍ଠ ଖେଳାଳୀ ଭାବେ ପୁରସ୍କୃତ କରାଯାଇଥିଲା। ପୌରପାଳିକା ଦଳର ଅଧିନାୟକ ସରୋଜ କୁମାର ସ୍ୱାଇଁ ରନରସ୍ ଅପ ଟ୍ରଫି ଗ୍ରହଣ କରିଥିଲେ।


Share: