ପଲ୍ଲିଶ୍ରୀ ମେଳା ରେ ମିଲେଟ ମିଶନ ଖାଦ୍ୟ ଷ୍ଟଲରେ ଭିଡ

Share:

ପପୁ କୁମାର ସାହୁ

ଢେଙ୍କାନାଳ : ଢେଙ୍କାନାଳ ମିନି ଷ୍ଟାଡିୟମ ରେ ପୁରୁଷ ବିଶ୍ୱ କପ ହକି ଅବସରରେ ଆୟୋଜିତ ପଲ୍ଲିଶ୍ରୀ ମେଳା ଓ ସାଂସ୍କୃତିକ ମହୋତ୍ସବରେ ଓଡିଶା ମିଲେଟ୍ ମିଶନର ଏକ ଖାଦ୍ୟ ଷ୍ଟଲ ଖୋଲାଯାଇଛି । ଢେଙ୍କାନାଳ ସାଂସଦ ମହେଶ ସାହୁ ଷ୍ଟଲରେ ମାଣ୍ଡିଆରେ ପ୍ରସ୍ତୁତ ଏକ କେକ୍ କାଟି ଖାଦ୍ୟ ମେଳା ଷ୍ଟଲ କୁ ଉଦଘାଟନ କରିଛନ୍ତି । ଏହି ମିଲେଟ ଖାଦ୍ୟ ମେଳା ଷ୍ଟଲରେ ମାଣ୍ଡିଆ ବିସ୍କୁଟ, ଲଡୁ, ପକୁଡି, ଜିଲାପି,ବରା, କୋକିଜ, ସେଓ, ନିମିକି, ଛତୁଆ,ମିକ୍ସର,ମାଣ୍ଡିଆ ଆରିସା ପିଠା , କାଙ୍ଗୁ ଚାଉଳ, ଜହ୍ନା ଚୁନା,ମାଣ୍ଡିଆ ଚୁନା, ବାଜରା ଚୁନା ଆଦି ଉପଲବ୍ଧ ହେଉଛି । ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶରତ କମୁାର ତୋଷ, କୃଷି ବୈଷୟିକ ପରିଚାଳନା ସଂସ୍ଥାର ଉପ ପ୍ରକଳ୍ପ ନିଦେ୍ର୍ଦଶକ ମଧୂସ୍ମିତା ଶତପଥୀ, ମିଲେଟ ମିଶନର ଜିଲା କାର୍ଯ୍ୟକ୍ରମ ସଂଯୋଜକ ରାକେଶ କୁମାର ସାହୁ,ହିସାବ ରକ୍ଷକ ଜୟରାମ ପ୍ରଧାନ ପ୍ରମୁଖଙ୍କ ସମେତ ସହଯୋଗୀ ସ୍ୱେଚ୍ଛାସେବୀ ସଂସ୍ଥାର କର୍ମୀ ମାନେ ଷ୍ଟଲ ପରିଚାଳନା କରୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଲେଟ୍ ଉପରେ ଗୁରୁତ୍ୱାରୋପ କରୁଥିବା ଏବଂ ପ୍ରତି କାର୍ଯ୍ୟାଳୟ ଏବଂ ଜନଗହଳୀ ଜାଗା ମାନଙ୍କରେ ମିଲେଟ ଉତ୍ପାଦିତ ଖାଦ୍ୟ ଉପଲବ୍ଧ ଉପରେ ଘୋଷଣା କରିବା ପରେ ମିଲେଟ ଉପରେ ଲୋକମାନଙ୍କର ଆଗ୍ରହ ବୃଦ୍ଧି ପାଇବା ରେ ଲାଗିଛି । ଢେଙ୍କାନାଳ ପଲ୍ଲିଶ୍ରୀ ମେଳା ସାଂସ୍କୃତିକ ମହୋତ୍ସବରେ ଖୋଲାଯାଇଥିବା ଷ୍ଟଲ ରେ ବେଶ୍ ଭିଡ ପରିଲିଖିତ ହେଉଛି l


Share: