ପରମପ୍ରେମ ମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କର ଓ ପୂଜ୍ୟପାଦ ବଡ଼ଦାଙ୍କର ଜନ୍ମ ଦିବସ ପାଳନ

Share:

ନୀତ୍ୟ ସୁନ୍ଦର ଜେନା ସ୍ୱତନ୍ତ୍ର ପ୍ରତିନିଧି

କେନ୍ଦ୍ରାପଡ଼ା :କେନ୍ଦ୍ରାପଡା ଜିଲ୍ଲା ର ଅମିରାବାଦ ଗ୍ରାମ ରେ ଥୂବା ସତସଂଙ୍ଗ ମନ୍ଦିର ରେ ଆଜି ପରମପ୍ରେମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କର ୧୩୫ ତମ ଜନ୍ମଦିବସ ଓ ପୂଜ୍ୟପାଦ ବଡଦାଙ୍କର୧୧୨ତମ ଜନ୍ମ ଦିବସ ଉପଲକ୍ଷେ ଏକ ଉତ୍ସବ ର ଆୟୋଜନ କରାଯାଇଅଛି ଏହି ଉତ୍ସବ ପାଇଁ ପ୍ରାୟ ଏକ ମାସହେବ ଭକ୍ତମାନେ ସାଜ ସଜା ମନ୍ଦିର ପରୀଶରରେ ପରିଷ୍କାର ପରିଚ୍ଛନ୍ନ ଓ ରାସ୍ତା ଘାଟରେ ସଫାସୁତୁରା

କଯ୍ୟକ୍ରମକୁ ଜାରି ରଖିଥିଲେ ଏହା ଏକ ଜିଲ୍ଲା ସ୍ତରୀୟ ଉତ୍ସବ ତେଣୁ କେନ୍ଦ୍ରାପଡ଼ା ଜିଲ୍ଲା ର ସମସ୍ତ ଗୁରୁ ଭାଇ ଓ ମା ମାନେ ଉକ୍ତ କାର୍ଯ୍ୟକ୍ରମ ରେ ଯୋଗଦାନ କରିବା ସହିତ ଅନ୍ୟାନ୍ୟ ଜିଲ୍ଲା ରୁ ମଧ୍ୟ କିଛି ଗୁରୁ ଭାଇ ଓ ମା ମାନେ ଆସି ଥିବାର ଦେଖିବାକୁ ମିଳିଛି ଶ୍ରୀ ଶ୍ରୀ ଠାକୁର ଙ୍କର ପାଞାଧାରୀ ଅନେକ ରୀତ୍ବିକ୍ ଓ ଯାଯକ ମାନେ ମଧ୍ୟ ଉପସ୍ଥିତ ହୋଇ ଥିବା ର ଦେଖାଯାଇଛି ସ୍ଥଳ ପଥରେ ଓରତ ପୋଲଠାରୁ ଏକ ସୁସଜ୍ଜିତ ରଥରେ ଠାକୁରଙ୍କ ବିଗ୍ରହ ସ୍ଥାପନ କରି ପାଖାପାଖି ୪କିଲୋମିଟର ହେବ ନଗର କିର୍ତ୍ତନ କରି ଵନ୍ଦେପୁରୁଷୋତ୍ତମ ଧ୍ୱନି ଦେଇ ଶଙ୍ଖ ବଜାଇ ଘଣ୍ଟ ଘଣ୍ଟି ବଜାଇ ମା ମାନେ ହୁଳହୁଳି ପକାଇ ରଥଟାଣିଆଣି ଅମିରାବାଦ ସତ୍ ସଙ୍ଗ ମନ୍ଦିର ପରିସରରେ ପହଞ୍ଚି ଥାଆନ୍ତି !

ଜଳପଥ ରେ ମଧ୍ୟ ଦୁଇ ଟି ବୋଟ୍ ସାହାଯ୍ୟ ରେ ମଙ୍ଗଳପୁର ଠାରୁ ସତ୍ ସଙ୍ଗ ମନ୍ଦିର ଯାଏ ଗୋବରୀ ନଦୀ ରେ ଭକ୍ତମାନେ ଠାକୁରଙ୍କ ବିଗ୍ରହ ରଖୀ ବୋଟ୍ ଦ୍ଵୟକୁ ସଜାଇ କୀର୍ତ୍ତନ କରୀ ଧ୍ୱନି ଦେଇ ନୈକା ବିହାର କାର୍ଯ୍ୟକ୍ରମ ହୋଇଅଛି ଉକ୍ତ ସତ୍ ସଙ୍ଗ କେଦ୍ରର ଅଧକ୍ଷ ତଥା ଉତ୍ସବ କମିଟିର ସଭାପତି ରୀତ୍ବୀକ୍ ନିରଞ୍ଜନ ବେହେରା ସମସ୍ତ ଗୁରୁ ଭାଇ ମାନଙ୍କ ସହଯୋଗ ରେ ଉତ୍ସବ କୁ ପରିଚାଳନା କରିଅଛନ୍ତି ସତସଙ୍ଗ ସହିତ ଆନନ୍ଦ ବଜାର ର ଆୟୋଜନ କରାଯାଇଅଛି ନଦୀ ନାଳ ଘେରା ଏହି ଅଞ୍ଚଳ ଟି ଭକ୍ତମାନଙ୍କ ଭିଡ଼ରେ ଉତ୍ସବ ମୂଖରିତ ହୋଇ ଉଠିଛି! ପ୍ରତି ବର୍ଷ ଏହି ଉତ୍ସବ ପାଳନ ହୋଇଥାଏ କିନ୍ତୁ କୋଭିଡ୍ ପାଇଁ ଗତ
୨ ବର୍ଷ ଧରି ଉତ୍ସବ ବନ୍ଦ୍ ଥିବା ରୁ ଏହି ବର୍ଷ ଗୁରୁ ଭାଇ ଓ ମା ମାନଙ୍କ ଭିତରେ ଖୁସୀର ଆଭାସ ଦେଖି ବାକୁ ମିଳିଅଛି ସେହି ସମୟରେ କେବଳ ଅନ୍ ଲାଇନ୍ ସତ୍ ସଙ୍ଗ ହିଁ ସମ୍ବବ ପର ହୋଇ ପାରୁଥିଲା


Share: