ବିଷମକଟକ ଖ୍ରୀଷ୍ଟିଆନ ମେଡ଼ିକାଲରେ ବିଭ୍ରାଟ ବଳ ପୂର୍ବକ ଧର୍ମ ପରିବର୍ତନ ନ କରିବାରୁ ଚାକିରିରୁ ନିଲମ୍ବନ ଥାନାରେ ମାମଲା

Share:

ଅମୁଲ୍ୟ ନିଶଙ୍କ

ରାୟଗଡା :ମିଶନରୀ ର ଦାଦାଗିରି ରେ ଆଉଏକ ଘଟଣା ଘଟିଯାଇଛି ଏଭଳି ଘଟଣା ଘଟିଣା ଘଟିବା ଦ୍ୱାରା ସେବା ନାମକ ସଂସ୍ଥା ନାଁ ରେ ଆଉ ଏକ କଳଙ୍କ ଦାଗ ଲାଗିଛି |

ADVT.

ସେବା ଯୋଗାଇବା ନାଁ ରେ ଲୋକଙ୍କୁ କୌଶଳ କ୍ରମେ ଫସାଇ ଜବରଣ ଧର୍ମ ପରିବର୍ତନ କରୁଥିବା ଆଜି ପ୍ରମାଣିତ ହେଇଛି | ଏଭଳି ଏକ ସମ୍ବେଦନ ଶୀଳ ଘଟଣା ଘଟି ଯାଇଛି ରାୟଗଡ଼ ଜିଲ୍ଲା ବିଷମକଟକ ବ୍ଲକ ସଦର ମହକୁମା ସ୍ଥିତ ଖ୍ରୀଷ୍ଟିଆନ ମେଡିକାଲରେ |

ADVT.

ଥାନାରେ ହେଇଥିବା ଅଭିଯୋଗ ଏହିକିଯେ ଗତ 25/02-ତାରିଖରେ ମ୍ୟାନେଜର ପୋଷ୍ଟକୁ ନେଇ ଏକ ଇନ୍ତାରଭ୍ୟୁ କରାଯାଇଥିଲା ମେଡିକାଲକର୍ତ୍ତୃପକ୍ଷଙ୍କ ଦ୍ୱରା ସେହି ବୈଠକକୁ ସମସ୍ତ ଆବେଦନ କାରି ଓ ପଦବୀ ପାଇଁ ଇଚ୍ଛା ଥିବା ପ୍ରାର୍ଥୀଙ୍କୁ ଆସିବା ପାଇଁ କୁହାଯାଇଥିଲା |

ADVT

ଏହି ନିମନ୍ତ୍ରଣ ପାଇ ସମସ୍ତଙ୍କ ସହ ଏହି ନିଲମ୍ବନ ର ଶିକାର ହେଇଥିବା 9 ଜଣ ମଧ୍ୟ ଉପସ୍ଥିତ ହେଇଥିଲେ | ସମସ୍ତେ ନିଜ ନିଜ ମତ ରଖିବା ସହ ଏହି 9 ଜଣକୁ ମଧ୍ୟ ସୁଯୋଗ ଦିଆଯାଇଥିଲା |କିନ୍ତୁ ଏମାନେ କହିଥିଲେ କୌଣସି ନୂଆ ଲୋକଙ୍କୁ ଦିଆ ନଯାଇ ଏକ ଅଭିଜ୍ଞ ଓ ପୁରୁଣା କର୍ମଚାରୀଙ୍କ ନାମ ରେ ମୋହର ମାରିବାକୁ କହିଥିଲେ, ତେଣୁ ମେଡିକାଲ ମେଡ଼ିକାଲରେ ସର୍ବୋଚ୍ଚ ପଦବୀରେ ରହିଥିବା ଡାକ୍ତର ସୁନୀଲ ଜୀବନମାଲ ତାଙ୍କ କଥା ନ ମାନି ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରିବାସହ ଦରମା ବନ୍ଦ କରିଦେଇଥିବା ସୁଧୀରକୌଶଲ୍ୟା, ପ୍ରସନ କୌଶଲ୍ୟା ସାନନ୍ଦ ପ୍ରମୁଖ ଦେଇଥିବା ଲିଖତ ଅଭିଯୋଗରେ ଦର୍ଶାଇଛନ୍ତି |

ADVT.

ଏହା ସହ ଏକ ଗୁରୁତର ଅଭିଯୋଗ ଏହିକିଯେ ଡାକ୍ତର ହେନେରୀଙ୍କ ସମୟରୁ ଦୀର୍ଘ ତିରିଶି ବର୍ଷ ହେବ ଏହି ମେଡିକାଲରେ ସେବା ଯୋଗାଇ ଆସୁଛୁ ମୋର ଅଗଷ୍ଠ ଆଠ ୨ ହଜାର ୬ ମସିହାରେ ନିୟମିତ ହେଇଥିଲା |ଅନେକ ବର୍ଷ ସେବା ଯୋଗାଇବା ମଧ୍ୟରେ ଘାତ ପ୍ରତିଘାତ ମଧ୍ୟରେ ଗତି ଚାଲିଥିବା ବେଳେ ଡାକ୍ତର ସୁନୀଲ ଆସିବା ପରେ ସମସ୍ୟା ଆରମ୍ଭ ହେଇଛି | ଏହି ସମସ୍ୟା ହେଲା ଯିଏ ଯିଏ କାମ କରୁଛନ୍ତି ସେମାନଙ୍କୁ ହିନ୍ଦୁରୁ ଖ୍ରୀଷ୍ଟିଆନ ହେବାକୁ ଚାପ ପକାଇବା ନ ମାନିଲେ ଚାକିରିରୁ ବାହାର କରିଦେବା ଭଳି ଧମକ ଦେବା ଭଳି ଘଟଣା ପରଦା ଆଢୁଆଳରେ ଚାଲିଥିବା ଅଭିଯୋଗ ହେଇଛି | ଏହାର ପ୍ରଭାବରେ ଏହି ଅଞ୍ଚଳର ପ୍ରାୟ ତିରିଶି ଟି ଗ୍ରାମ ବର୍ତ୍ତମାନ ଧର୍ମନ୍ତରିକରଣ ହେଇ ଭାଇ ଚାରା ନଷ୍ଟ ହେବା ସହ ବିଶୃଙ୍ଖଳା ହେଉଛି ଏହାର ପ୍ରଭାବ ରୋକା ନ ଗଲେ ସେବା ନାଁରେ ଯେଉଁ ଧର୍ମନ୍ତରିକରଣ ହେଉଛି ତାହା ଦିନକୁ ଦିନ ଭୟବାହାର ବାତାବରଣ ସୃଷ୍ଟି କରୁଛି ବୋଲି ଗ୍ରାମର ମୁଖିଆ ଡମ୍ବରୁ କାନ୍ଧପାଣି କହିଛନ୍ତି | ତେଣୁ ବିଷମକଟକ ଥାନାର ଥାନା ଅଧିକାରୀ ରାଶିରଞ୍ଜନ ପ୍ରଧାନଙ୍କୁ ଏତେଲା ଦିଆ ଯାଇଛି ଶ୍ରୀ ପ୍ରଧାନ କହିଛନ୍ତିକି ଏହାର ତଦନ୍ତ ନ ହେଲା ପର୍ଯ୍ୟନ୍ତ କଣ ହେଇଛି ତାହା କିଛି କହି ହେବନି ଲିଖତ ଅଭିଯୋଗ ହେଇଛି ତଦନ୍ତ ହେଲାପରେ ଜଣା ପଡିବ ବୋଲି କହିଛନ୍ତି | ଏନେଇ ଡାକ୍ତର ସୁନୀଲ ଙ୍କୁ ପଚାରିବାରୁ ସେ କହିଛନ୍ତି କି ସେଭଳି କିଛି କଥା ନାହିଁ ଆମେ ସେବା ଛଡା ଅନ୍ୟ କିଛି ଜାଣିନୁ ଏହି ସବୁ ଅଭିଯୋଗ ଭିତ୍ତି ହୀନ ସେମାନେ ଆଣି ଥିବା ଅଭିଯୋଗ ଯୋଗୁ ଆମେ ଦୁଃଖିତ ବୋଲି କହିଛନ୍ତି | ଏହି ଘଟଣାକୁ ନେଇ ବିଶ୍ୱ ହିନ୍ଦୁପରିଷଦ ବହୁତ ଚିନ୍ତିତ ଥିବାବେଳେ ଜିଲ୍ଲା ସଭାପତି ଗୌରଚନ୍ଦ୍ର ନାୟକ ଗୁରୁତର ଭାବେ ଏହି ଘଟଣାକୁ ନେଇ ବିଚାର କରିବାକୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କୁ ଅନୁରୋଧ କରିଛନ୍ତି | ନଚେତ ଏହାର ରୂପ ଏକ ଏକ ଆନ୍ଦୋଳନ ଆଡକୁ ଗତି କରିବ ବୋଲି କହିଛନ୍ତି |


Share: