୫ ନମ୍ୱର୍ ଜୋନ ଜିଲ୍ଲା ପରିଷଦ ସଭ୍ୟ ସମାଜସେବୀ ପ୍ରଦୀପ୍ତ କୁମାର ମହାଳିଙ୍କ ମାତୃ ବିୟୋଗ

Share:

ସମୀର ରଞ୍ଜନ ଓଡିଶା ବ୍ୟୁରୋଚିଫ

ଭୁବନେଶ୍ୱର /କଟକ : କଟକ ସଦର ବ୍ଲକ ୫ ନମ୍ୱର୍ ଜୋନର ଜିଲ୍ଲା ପରିଷଦ ସଭ୍ୟ ତଥା ଅଗ୍ରଣୀ ସାଂସ୍କୃତିକ ସଙ୍ଗଠନ ସରସ୍ଵତୀ କଳା ପରିଷଦର ବରେଣ୍ୟ ଉପଦେଷ୍ଟା ଯୁବ ସମାଜସେବୀ ପ୍ରଦୀପ୍ତ କୁମାର ମହାଳିଙ୍କ ମାତା ପାର୍ବତୀ ମହାଳି (୬୭)ଙ୍କ ବିୟୋଗ ଘଟିଛି । ତାଙ୍କ ବିୟୋଗରେ ବହୁ ମାନ୍ୟଗଣ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷ ବିଧାୟକ ଚନ୍ଦ୍ର ସାରଥୀ ବେହେରା, ବିଧାୟକ ପ୍ରତିନିଧି ବିଭୂତି ଭୂଷଣ ପରିଡ଼ା,ସମର ବେହେରା, ରଜନୀକାନ୍ତ ସାହୁ,ନାଟ୍ୟକାର ଅଶୋକ ପଟ୍ଟନାୟକ,ଅକ୍ଷୟ ପରିଡ଼ା,ପରମହଂସ ଗ୍ରାମ ପଞ୍ଚାୟତ ସରପଂଚ ଆଶୋକ ପାତ୍ର,ପରମହଂସ ପଞ୍ଚାୟତ ସମିତି ସଭ୍ୟ,ଆୟତ୍ତପୁର ପଂଚାୟତ ସରପଂଚ ରାକେଶ ବେହେରା,ଯୁବ ସଭାପତି ହିମାଂଶୁ ଦାସ ପ୍ରମୁଖ ଶୋକ ପ୍ରକଶ କରିଛନ୍ତି । ନିଜ ଗ୍ରାମ ଶ୍ମଶାନ କେଶପୁର ଠାରେ ଶେଷକୃତ୍ୟ ସଂପନ୍ନ ହେଇଥିଲା । ପୁତ୍ର ରାଜନୀତିଜ୍ଞ ପ୍ରଦୀପ୍ତ ମହାଳି ଦେଇଥିବା ବେଳେ କନିଷ୍ଠ ପୁତ୍ର ଇଂ.ପ୍ରକାଶ ମହାଳି ଏବଂ ଆତ୍ମୀୟ ସ୍ଵଜନ ଉପସ୍ଥିତ ଥିଲେ ।


Share: