୨୬ ତମ ଜାତୀୟ ଯୁବ ଉତ୍ସବରେ କଟକ ଜିଲ୍ଲାରୁ ପ୍ରତିନିଧିତ୍ଵ କଲେ ଓଡ଼ିଆ ଯୁବକ ଯୁବ ପରିବେଶବିତ୍ ବିକ୍ରମ କେଶରୀ ନାଥ

Share:

ଓଡିଶା ବ୍ୟୁରୋ

କଟକ : କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ ଗୋପାଳପୁର ଗ୍ରାମର ଯୁବକ ସମାଜସେବୀ ବିକ୍ରମ କେଶରୀ ନାଥ କଟକ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର(ଏନୱାଇକେ) ସଂଗଠନ ଦ୍ୱାରା ମନୋନୀତ ହୋଇ କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରୀଡାମନ୍ତ୍ରାଳୟ ପକ୍ଷରୁ କର୍ଣ୍ଣାଟକର ହୁବୁଲି ଠାରେ ପାଞ୍ଚ ଦିନ ବ୍ୟାପି ଆୟୋଜିତ ୨୬ ତମ ଜାତୀୟ ଯୁବ ଉତ୍ସବରେ କଟକ ଜିଲ୍ଲାରୁ ପ୍ରତିନିଧିତ୍ବ କରି ନିଜର ପ୍ରତିଭା ପ୍ରଦର୍ଶନ କରି ଉପସ୍ଥିତି ଅତିଥି ଏବଂ ବିଭାଗୀୟ ଅଧିକାରୀଙ୍କ ନିକଟରୁ ପ୍ରମାଣ ପତ୍ର ଗ୍ରହଣକରିଛନ୍ତି l ଜାତୀୟ ଯୁବ ସ୍ୱେଚ୍ଛାସେବୀ, ପରିବେଶବିତ ବିକ୍ରମ କେଶରୀ ନାଥଙ୍କୁ ଏଥିନିମନ୍ତେ ଅନେକ ଅନୁଷ୍ଠାନ ପକ୍ଷରୁ ଶୁଭେଚ୍ଛା ପ୍ରଦାନ କରାଯାଇଛି l


Share: