ମା ମାର୍କମା ମହାବିଦ୍ୟାଳୟ ର 34 ତମ ବାର୍ଷିକ ଉତ୍ସବ ପାଳିତ

Share:

ଅମୁଲ୍ୟ ନିଶଙ୍କ

ରାୟଗଡା :ରାୟଗଡା ଜ଼ିଲ୍ଲା ର ଆଦିବାସୀ ଅଧିଷ୍ୟୁତ ବିଷମକଟକ ବ୍ଲକ ର ସଦର ମହକୁମା ସ୍ଥିତ ମା ମାର୍କମା ମହାବିଦ୍ୟାଳୟ ର 34 ତମ ବାର୍ଷିକ ଉତ୍ସବ ଅତି ଆନନ୍ଦ ଉଲ୍ଲାସ ର ସହିତ ଗତ କାଲି ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ର ମୁଖ୍ୟଅତିଥି ଭାବେ ଏହି କଲେଜ ର ପୂର୍ବତନ ଛାତ୍ର ତଥା ବର୍ତ୍ତମାନ ର ଆଦିବାସୀ ଜାତି, ଜନଜାତି ତଥା ପଛୁଆ ବର୍ଗ ଉନୟନ ଓ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଯୋଗଦେଇ ଜଗତ ର ନାଥ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ କର କମଳରେ ପୁଷ୍ପା ମାଲ୍ୟ ଅର୍ପଣ କରିବା ସହିତ ପ୍ରଦୀପ ପ୍ରଜ୍ୱଳନ କରି ଏହି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥିଭାବେ ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ର ଉପଦେଷ୍ଟା ଶ୍ରୀ ସୁଧୀର ଦାସ, ଦମନ ଚଳଚିତ୍ର ରମୁଖ୍ୟ ହିରୋ ତଥା ଭଗବାନ ଙ୍କ ଦୁତୀୟ ଅବତାର ଡାକ୍ତର ଶ୍ରୀ ଓଁକାର ହୋତା ମୁଖ୍ୟବକ୍ତାଭାବେ ଯୋଗଦେଇଥିଲେ l ଅନ୍ୟ ଅତିଥିଭାବେ ବ୍ଲଜ ଅଧକ୍ଷା ଯୋଶଦା ହୁଇକା ଯୁକ୍ତ ତିନ ମହାବିଦ୍ୟାଳୟ ର ପରିଚାଳନା କିୟ ଅଧକ୍ଷ ସୁଦର୍ଶନ ରଥ ଯୁକ୍ତ ଦୁଇ ର ଅଧକ୍ଷ ଅଶ୍ୱିନୀ ପଟ୍ଟନାୟକ ଓ ଯୁକ୍ତ ତିନ ର ଅଧକ୍ଷ କ୍ୟାପଟେନ ରବି ଶଙ୍କର ମଂଚାସୀନ ଥିଲେ l କଲେଜ ର ଛାତ୍ର ଛାତ୍ରୀ ମାନେ ପ୍ରାରମ୍ଭିକ ସଂଗୀତ ଗାନକରିଥିଲେ l ଉଭୟ ଅଧକ୍ଷ ନିଜ ନିଜ ବର୍ଗ ର ବାର୍ଷିକ ବିବରଣୀ ପାଠ କରିଥିଲେ l ମୁଖ୍ୟଅତିଥି ଶ୍ରୀ ଏହି କଲେଜ ର ଜଣେ ପୁରାତନ ଛାତ୍ର ସେ ନିଜ ଭାଷଣ ରେ କହିଥିଲେ ଜ୍ୱର ଦିନେ ମୁ ଏହି କଲେଜରେ ପଢିବା ସମୟରେ ତୁମମାନଙ୍କ ପରି ମଞ୍ଚ ତଳେ ବସି ଅତିଥିଙ୍କଭାଷଣ ଶୁଣୁଥିଲି କିନ୍ତୁ ଆଜି ବର୍ତମାନ ର ଅଧକ୍ଷ ଓ ଅଧ୍ୟପକ ମାନଙ୍କ ର ଆଶୀର୍ବାଦ ରୁ ମୁ ଆଜି ଏତେ ଉପରକୁ ଆସି ଶୀର୍ଷ ସ୍ଥାନରେ ପହଂଚି ପାରିଛି ଏହା କେବଳ ମୋର ଗୁରୁ ମାନଙ୍କ ପାଇଁ ହୋଇଛି ବୋଲି ଭାବ ବିହୋଳ ହୋଇଯାଇଥିଲେ ଳ ଏଥିସହିତ ଉପସ୍ଥିତ ଛାତ୍ର ଛାତ୍ରୀଙ୍କୁ କଠୋର ପରିଶ୍ରମ କରି ଗୁରୁଙ୍କ କଥା ମଣି ଆଗେଇ ଯିବା ନିମନ୍ତେ ଉପଦେଶ ଦେଇଥିଲେ l ବିଶ୍ଵବିଦ୍ୟାଳୟ ସ୍ତରରେ ଟପ ଟେନ ରେ ଉନତ ଛାତ୍ର ଛାତ୍ରୀଙ୍କୁ ମାନପତ୍ର ସହିତ ପୁରସ୍କାର ପ୍ରଦାନ କରିଥିଲେ ଳ ମୁଖ୍ୟବକ୍ତା ଡାକ୍ତର ହୋତା ମାଲକାନଗିରି ର ଉପାନ୍ତ ମାଓବାଦୀ ଙ୍କ ନାଲି ଆଖିକୁ ଭୃକ୍ଷେପ ନକରି ନିଜ ଜୀବନ କୁ ବାଜି ଲଗେଇ ଏହି ଦୁର୍ଗମ ଅଂଚଳ ରେକିପରି ଗରିବ ଲୋକ ଙ୍କ ସେବା କରୁଥିଲେ ତାହା ବର୍ଣ୍ଣନା କରିଥିଲେ ଳ ପରିଶେଷରେ କଲେଜ ର ଛାତ୍ରୀ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ


Share: